Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାତରେ ଖାଦ୍ୟ ଖାଇଲେ ବଢିଥାଏ ଭୋଜନର ସ୍ଵାଦ

ହାତରେ ଖାଦ୍ୟ ଖାଇଲେ ବଢିଥାଏ ଭୋଜନର ସ୍ଵାଦ

Kalinga News 2 weeks ago

ହର ରେ ରହୁଥିବା ଅଧିକାଂଶ ଲୋକ ଖାଇବା ପିଇବା ପାଇଁ ଚାମଚ ବ୍ୟବହାର କରୁଛନ୍ତି । କିନ୍ତୁ ହାତରେ ଖାଇଲେ ବହୁତ୍ ଲାଭ ମିଳି ଥାଏ । ଅଧ୍ୟୟନ ମୁତାବକ ହାତରେ ଖାଇଲେ ଖାଦ୍ୟ ର ସ୍ଵାଦ ଅଧିକ ବଢିଯାଏ । କିନ୍ତୁ ଏ ଅଧ୍ୟୟନ ର କହିବା କଥା ହେଉଚି ଏଥିରେ ଓଜନ ବଢ଼ିବାର ସମ୍ଭାବନା ମଧ୍ୟ ରହିଥାଏ, କାରଣ ହାତରେ ଖାଇଲେ ଅଧିକ ଖାଇହେଇଯାଏ ।

ଏ ଅଧ୍ୟୟନ ରିଟେଲିଂ ନାମକ ଜର୍ଣଲ୍ ରେ ପ୍ରକାଶିତ ହୋଇଛି ।

ମତିଷ୍କ ର ସମ୍ବେଦୀ ସ୍ନାୟୁ ସକ୍ରିୟ ହୋଇଯାଏ -

ବୈଜ୍ଞାନିକ ଅନୁସାରେ, ଯେବେ ଖାଦ୍ୟ କୁ ହାତ ରେ ଖାଇବା ଯାଏ, ସେଥିରେ ମତିଷ୍କ ର ସମ୍ବେଦୀ ସ୍ନାୟୁ ସକ୍ରିୟ ହୋଇଯାଏ ଓ ଖାଇବା ପରେ ଆମକୁ ଆରାମ ମିଳିଥାଏ ।

ପନିର ର ଅଂଶ ଉପରେ ପରୀକ୍ଷଣ କରାଯାଇଛି -

ଏ ପରୀକ୍ଷା ର ଅନ୍ତର୍ଗତ ବୈଜ୍ଞାନିକ ମାନେ କିଛି ଲୋକ ଙ୍କୁ ପନିର ହାତରେ ଖାଇବାକୁ କହିଛନ୍ତି ଓ କିଛି ଲୋକ ଚାମଚରେ । ପରେ ଫଳାଫଳ ଆସିଲା ଯେ ଜଉ ମାନେ ପନିର କୁ ହାତ ରେ ଖାଇଲେ ସେମାନଙ୍କୁ‌ । ବେଶୀ ସ୍ଵାଦିଷ୍ଟ ଲାଗିଥିଲା ।

ଖାଲି ସ୍ଵାଦ ନୁହେଁ ଓଜନ ଭି ବଢାଇ ଏ ଆଦତ୍ -

ରିଟେଲିଂ ନାମକ ଜର୍ଣଲ୍ ରେ ପ୍ରକାଶିତ ହୋଇଥବା ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ହାତରେ ଖାଇଲେ ଖାଲି ସ୍ଵାଦ ନୁହେଁ ଏମିତି କି ଓଜନ ମଧ୍ୟ ବଢ଼ିଥାଏ କାରଣ ହାତରେ ଖାଇଲେ ଚାମଚ୍ ଠୁ ଅଧିକ ଖାଇ ହେଇଯାଏ । ତେଣୁ ସ୍ଵାଦ ସହ ଓଜନ ବି ବଢେଇଥାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News