Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇଏ ହେଉଛି ଦୁନିଆର ସବୁଠୁ ମହଙ୍ଗା ସ୍କୁଲ, ଯାହା ଉପରେ ଭାରତୀୟ ଦମ୍ପତି କରିଲେ କେସ, ଜାଣନ୍ତୁ କାହିଁକି

ଇଏ ହେଉଛି ଦୁନିଆର ସବୁଠୁ ମହଙ୍ଗା ସ୍କୁଲ, ଯାହା ଉପରେ ଭାରତୀୟ ଦମ୍ପତି କରିଲେ କେସ, ଜାଣନ୍ତୁ କାହିଁକି

Kalinga News 2 days ago

ଇଂଷ୍ଟିଟ୍ୟୁଟ ଲୀ ରୋଜୀ ସାଧାରଣତଃ ଏହାକୁ ଲୀ ରୋଜୀ କୁହାଯାଏ । ସ୍ଵିଜରଲ୍ୟାଣ୍ଡର ଏହା ଏକ ବୋର୍ଡିଂଗ ସ୍କୁଲ ଅଟେ । ଯାହାର ବାର୍ଷିକ ଫିସ ୧ ଲକ୍ଷ ଡଲାର ଅଟେ । ବର୍ଷ ୧୮୮୦ରେ ନିର୍ମିତ ହୋଇଥିବା ଏହି ସ୍କୁଲରେ ଦୁନିଆର ବହୁତ ବଡ ବଡ ବ୍ୟକ୍ତିମାନେ ପଢିଛନ୍ତି । କିନ୍ତୁ ବର୍ତ୍ତମାନ କୋଟିଏ ପାଖପାଖି ଫିସ ନେଉଥିବା ଲୀ ରୋଜୀ ସ୍କୁଲ ଉପରେ ଭାରତୀୟ ଖରବପତି ଦମ୍ପତି କେସ କରି ଦେଇଛନ୍ତି ।

ତାଙ୍କର କହିବା ଅଟେ କି ଅନ୍ୟ ଛାତ୍ରମାନେ ତାଙ୍କ ଝିଅକୁ ଭାରତୀୟ ହେବାର ଥଟ୍ଟା କରୁଥିଲେ, ଯେଉଁ କାରଣରୁ ତାଙ୍କର ଝିଅ ଡିପ୍ରେଶନ ଅର୍ଥାତ ଅବସାଦରେ ଚାଲି ଯାଇଛି । ପଙ୍କଜ ଓସୱାଲ ନାମକ ଏହି ବ୍ୟକ୍ତିର ଆରୋପ ଏହା ଅଟେ କି ସ୍କୁଲରେ ତାହାର ଝିଅକୁ ଉଚ୍ଚ କ୍ଳାସର ପିଲାମାନେ ହଇରାଣ କରିଥାନ୍ତି । ପର୍ଥରେ Burrup Holdings Limited ନାମକ କମ୍ପାନୀ ଚଳାଇ ସାରିଥିବା ଓ ବହୁତ ବିବାଦରେ ରହିଥିବା ପଙ୍କଜଙ୍କ ସମ୍ପତିର ମୂଲ୍ୟ ୧.୫ ବିଲିୟନ ପାଉଣ୍ଡ ଅଟେ ।

ଭାରତର ଗୋଟିଏ ପ୍ରାଇଭେଟ ସଂସ୍ଥାରେ ପଢିଥିବା ପଙ୍କଜଙ୍କ କହିବା ଅଟେ କି ତାଙ୍କର ଝିଅକୁ ସବୁଦିନ ସ୍କୁଲର ଅନ୍ୟ ଧନୀ ଛାତ୍ରମାନେ ତାହାର ବ୍ୟାକଗ୍ରାଉଣ୍ଡ ଓ ଖାସକରି ସେ ଭାରତୀୟ ବୋଲି କହି ଥଟ୍ଟା କରୁଥିଲେ । ଯେଉଁ କାରଣରୁ ତାଙ୍କର ଝିଅ ଡରି ଯାଉଛି ଓ ତାକୁ ନିଦ ନ ଆସିବାର ସମସ୍ୟା ହେବାକୁ ଲାଗିଛି । ସେ ଏହା ବିଷୟରେ ସ୍କୁଲର ମ୍ୟାନେଜମେଣ୍ଟକୁ ବି କହିଥିଲେ କିନ୍ତୁ କେହି ବି କିଛି ପଦେକ୍ଷପ ନେଲେ ନାହିଁ ।

୬ ବର୍ଷ ଏହି ସ୍କୁଲରେ ପଢୁଥିବା ଝିଅର ଏହିଭଳି ଅବସ୍ଥା ଦେଖି ପିତା ମାତା ତାକୁ ସେହି ସ୍କୁଲରୁ ନେଇ ଆସିଲେ ଓ ବର୍ତ୍ତମାନ ତାକୁ ପ୍ରାଇଭେଟ ଟ୍ୟୁସନ ଦେଉଛନ୍ତି । ବର୍ତ୍ତମାନ ପିତା ମାତା ସ୍ଵିଜରଲ୍ୟାଣ୍ଡର ଏହି ସ୍କୁଲକୁ ଏହା କହିଛନ୍ତି କି ବର୍ତ୍ତମାନ ଝିଅର ସ୍କୁଲରେ ନ ଯିବା କାରଣରୁ ପୂର୍ବରୁ ହିଁ ନିଆଯାଇଥିବା ସମସ୍ତ ପ୍ରକାରର ଟର୍ମ ଫିସ ଓ ପ୍ରାଇଭେଟ ଟ୍ୟୁସନର ଦାମ ସ୍କୁଲ ଦେଉ । ଅନ୍ୟ ପଟେ ଡେଲୀମେଲର ଏକ ରିପୋର୍ଟ ଅନୁସାରେ ସ୍କୁଲ ନିଜର ଏଠି ଭେଦଭାବ ଭଳି କୌଣସି ବି ଘଟଣା ହୋଇ ନାହିଁ ବୋଲି କହିଛି ।

କିନ୍ତୁ ଯଦି ଆମେ ସ୍କୁଲ ବିଷୟରେ କଥାବାର୍ତ୍ତା କରିବା ତେବେ ଏହା ଦୁନିଆର ସବୁଠୁ ମହଙ୍ଗା ସ୍କୁଲ ମଧ୍ୟରୁ ଗୋଟିଏ ଅଟେ । ସ୍ଵିଜରଲ୍ୟାଣ୍ଡର ରାଜଧାନୀ ଜିନେଭାରୁ ପାଖପାଖି ୨୬ କିଲୋମିଟର ଦୂରରେ ଥିବା ଏହି ସ୍କୁଲ ପାଖରେ ନିଜର ବହୁତ ସମ୍ପତି ଅଛି । ଏହା ପାଖରେ ନିଜର ଜାହାଜ ଓ ରେଜର୍ଟ ବି ଅଛି । ଯେଉଁଠି ସବୁ ବର୍ଷ ଜାନୁୟାରୀରେ ସ୍କୁଲର ପିଲାମାନେ ଯାଆନ୍ତି ଓ ଆସନ୍ତା ୩ ମାସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆକ୍ଟିଭିଟୀଜ କରନ୍ତି ।

୭୦ ଏକରରେ ବ୍ୟାପିଥିବା କ୍ୟାମ୍ପସ ଅଛି । ଏହି ସ୍କୁଲ ଦୁନିଆର ଏକମାତ୍ର ଏମିତି ସ୍କୁଲ ଅଟେ ଯିଏ ସବୁ ମୌସମରେ ନିଜର କ୍ୟାମ୍ପସ ବଦଳାଇଥାଏ ଯାହା ଦ୍ଵାରା ପିଲାମାନଙ୍କୁ ସୂର୍ଯ୍ୟର ପର୍ଯ୍ୟାପ୍ତ ଆଲୋକ ମିଳିପାରିବ । ସ୍କୁଲର ଏକ କଂସର୍ଟ ହଲ ବି ଅଛି, ଯେଉଁଥିରେ ୧୦୦୦ରୁ ଅଧିକ ପିଲାମାନେ ବସି ପାରିବେ । ଯେଉଁ ଛାତ୍ରମାନେ ଘୋଡାଦୌଡର ଇଚ୍ଛା ରଖିଥାନ୍ତି ସେମାନଙ୍କ ପାଇଁ ଏଠି ଘୋଡା ବି ଅଛି ଓ ଶୁଟିଙ୍ଗ ଶିଖାଇବା ପାଇଁ ଏଠି ଦେଶ ବିଦେଶରୁ ନିସାନବାଜ ବି ଆସିଥାନ୍ତି ।

ଏଠି ପଢୁଥିଲା ପିଲାମାନଙ୍କୁ ରୋଜିୟନ (Roseans) କୁହାଯାଏ । ସବୁ କ୍ଳାସରେ ୫ ରୋଜିୟନଙ୍କ ପାଇଁ ଗୋଟିଏ ଟିଚର ହୋଇଥାନ୍ତି ଓ କେବେ ବି ଛାତ୍ର ଓ ଶିକ୍ଷାମାନଙ୍କ ଏହି ରେସିୟୋ ନା ହିଁ ଏହା ଠାରୁ କମ ହୋଇଥାଏ ଓ ନା ହିଁ ଅଧିକ ହୋଇଥାଏ । ସ୍କୁଲ ଫିଲୋସଫୀ ଆମେରିକନ ସାଇକୋଲଜିସ୍ଟ ଓ ଶିକ୍ଷାବିଦ Howard Gardner ସିଦ୍ଧାନ୍ତ ଉପରେ କାମ କରିଥାଏ । ଏହା ଅନୁସାରେ ସ୍କୁଲରେ କେବଳ ପଢାଯାଏ ନାହିଁ ।

ଏହା ଛଡା ଖେଳ, କଲ୍ଚରଲ ଆକ୍ଟିଭିଟି ବି ସମାନ ଭାବରେ ହୋଇଥାଏ । ଏଠିକାର ନିୟମ ଅଛି କି ଗୋଟିଏ ଦେଶରୁ ୧୦ ପ୍ରତିଶତରୁ ଅଧିକ ଛାତ୍ର ନିଆଯିବ ନାହିଁ । ବର୍ତ୍ତମାନ ଏଠି ୫୬ଟି ଦେଶରୁ ପାଖପାଖି ୪୦୦ ପିଲାମାନେ ପଢୁଛନ୍ତି । ଫ୍ରେଞ୍ଚ ଓ ଇଙ୍ଗ୍ଲିଶ ଦୁଇଟି ଭାଷାରେ ପଢା ଯାଉଥିବା ଏହି ସ୍କୁଲରେ ଏକ ଭଲ କଥା ଏହା ଅଟେ କି ଏଠି ସବୁଦିନ ସକାଳର ଭୋଜନ ପରେ ଶୁଦ୍ଧ ସ୍ଵିସ ଅନ୍ଦାଜରେ ଚକଲେଟ ବ୍ରେକ ମିଳିଥାଏ ।

ଯେଉଁଥିରେ ପିଲାମାନେ ଦୁନିଆର ସମସ୍ତ ଚକଲେଟର ସ୍ଵାଦ ନେଇ ପାରିବେ । ଲୀ ରୋଜି ସ୍କୁଲରେ ଦୁନିଆର ଖରବପତି ପିଲାମାନେ ହିଁ ପଢି ପାରିବେ । ଯେମିତି ଆମେରିକାର ଉଦ୍ୟୋଗପତି Rockefeller ପରିବାରର ପିଲାମାନେ, ଅଭିନେତ୍ରୀ Elizabeth Taylorଙ୍କ ପିଲାମାନେ ଓ ବ୍ରିଟିଶ ସିଙ୍ଗର John Lennonଙ୍କ ପୁଅ । ଏହା ପୂର୍ବରୁ ବହୁତ ଦେଶର ରାଜକୁମାର ବି ଏଠି ପଢିଛନ୍ତି । ଯେମିତି କି ମୋନୈକୋର ପ୍ରିଂସ Prince Rainier III, ବେଲ୍ଜିୟମର ପ୍ରିଂସ, ଇରାନର ଶାହ ଓ ଆଗା ଖାନ ଚତୁର୍ଥ । ଆଲିଶାନ ଓ ପରି ଲୋକ ଭଳି ସୁନ୍ଦର ଏହି ସ୍କୁଲ ବିଷୟରେ ଆପଣଙ୍କୁ କେତେକ ଉପନ୍ୟାସରେ ବି ଦେଖିବାକୁ ମିଳିବ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News