Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କନ୍ୟାର ପିତା ବରକୁ ଦେଲେ ୨.୫୧ ଲକ୍ଷ ଟଙ୍କା, କିନ୍ତୁ ବର ହାତ ଯୋଡି କହିଲା 'ମୋତେ ଏତିକି ନୁହେଁ..'

କନ୍ୟାର ପିତା ବରକୁ ଦେଲେ ୨.୫୧ ଲକ୍ଷ ଟଙ୍କା, କିନ୍ତୁ ବର ହାତ ଯୋଡି କହିଲା 'ମୋତେ ଏତିକି ନୁହେଁ..'

Kalinga News 2 weeks ago

ଭାରତୀୟ ସମାଜରେ ଆଜି ବି ଝିଅମାନଙ୍କର ବାହାଘରରେ ଯୌତୁକ ଦେବା ପ୍ରଚଳନ ଜାରି ଅଛି । ଝିଅବାଲାଙ୍କ ତରଫରୁ ପୁଅବାଲାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆ ଯାଏ, ଯାହା ଆଇନ ଅନୁସାରେ ଦଣ୍ଡନୀୟ ଅଟେ । କିନ୍ତୁ ତଥାପି ଲୋକମାନେ ଯୌତୁକ ନେବା ଦେବା କରୁଛନ୍ତି । ଏମିତି ହିଁ କିଛି ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ରାଜପୁତ ସମାଜର ବାହାଘରରେ ହେଉଥିଲା ।

ବାହାଘରରେ କନ୍ୟାର ପିତା ବରକୁ ଟଙ୍କା ଭର୍ତି ଥାଳି ଦେଲେ, କିନ୍ତୁ ଏହା ପରେ ଯାହା ହେଲା, ସମସ୍ତେ ବରର ପ୍ରଶଂସା କରୁଛନ୍ତି ।

ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ରାଜପୁତର ବାହାଘର ହେଉଥିଲା ଏବଂ ସେହି ସମୟରେ ଝିଅର ବାପା ବର ସାମନାରେ ଟଙ୍କା ଭର୍ତି ଥାଳି ଦେଲେ, ଯାହାକୁ ଟିକାର ପରମ୍ପରା କୁହାଯାଏ । ଏହା ପରେ ଯାହା ହେଲା ତାହା ପୁରା ଇଣ୍ଡିଆରେ ଫେମସ ହୋଇଯାଇଛି ।

ଟୀକାର ପରମ୍ପରା ପରେ ୨.୫୧ ଲକ୍ଷ ଟଙ୍କା ଦେଲେ

ଯେତେବେଳେ ବରକୁ ଟୀକା କରାଯାଉଥିଲା ସେତେବେଳେ ତାହାର ଶଶୁର ବର ସାମନାରେ ଟଙ୍କା ଭର୍ତି ଥାଳି ରଖିଲେ, ଯେଉଁଥିରେ ୨.୫୧ ଲକ୍ଷ ଟଙ୍କା ଅଛି । କହିଦେଉଛୁ କି ବରର ନାମ ହରେନ୍ଦ୍ର ସିଂହ ଅଟେ । ଯେତେବେଳେ ହରେନ୍ଦ୍ର ସାମନାରେ ଥାଳି ଆସିଲା ସେତେବେଳେ ସେ ଶଶୁର ସାମନାରେ ହାତ ଯୋଡି କହିଲେ କି ମୁଁ ଏହି ଥାଳି ନେଇ ପାରିବି ନାହିଁ । କାରଣ ଆମର ଏଠି ଯୌତୁକ ନେବା ଏବଂ ଦେବା ପାପ ଅଟେ । କିନ୍ତୁ ଟୀକାର ପରମ୍ପରାକୁ ରକ୍ଷା କରିବା ପାଇଁ ସେ ଏକ ଟଙ୍କା ଉଠାଇଲେ ଏବଂ ବାକି ଟଙ୍କାକୁ ଫେରାଇ ଦେଲେ ।

ବରର କଥା ଶୁଣି କନ୍ୟାର ପିତାଙ୍କର ଆଖିରେ ଆସିଲା ଲୁହ

ବରର କଥା ଶୁଣି କନ୍ୟାଙ୍କର ପିତାର ଆଖିରେ ଲୁହ ଆସିଗଲା । ଏତିକି ନୁହେଁ ହରେନ୍ଦ୍ରଙ୍କର ବାପା ବି କହିଲେ କି ଆଜି ମୋତେ ମୋ ପୁଅ ଉପରେ ଗର୍ବ ହେଉଛି କି ସେ ଏତେ ଭଲ ନିଷ୍ପତି ନେଇଛି । ଏହା ପରେ କନ୍ୟାର ପିତା କହିଲେ କି ଆଜି ମୁଁ ବି ବହୁତ ଖୁସି ଅଛି କାରଣ ମୋତେ ଏତେ ଭଲ ଜ୍ଵାଇଁ ଏବଂ ସମୁଦି ମିଳିଯାଇଛନ୍ତି । ମୋର ଜୀବନ ସଫଳ ହୋଇଗଲା । ମୋତେ ବର୍ତ୍ତମାନ ମୋ ଝିଅର ଚିନ୍ତା ନାହିଁ ।

ସମସ୍ତ ବରଙ୍କୁ ଯୌତୁକ ବିପକ୍ଷରେ ସ୍ଵର ଉଠାଇବା ନିହାତି ଦରକାର

ହରେନ୍ଦ୍ର ସିଂହ ଭଳି ସବୁ ଯୁବକମନଙ୍କୁ ଯୌତୁକ ବିରୁଦ୍ଧରେ କହିବା ଉଚିତ । କହିବାକୁ ଗଲେ ସବୁ ମାତା ପିତା ନିଜର ଝିଅକୁ ପଢାଇ ଲେଖାଇ ବଡ କରିଥାନ୍ତି, କିନ୍ତୁ ଯେତେବେଳେ ବାହାଘରର କଥା ଆସିଥାଏ ତେବେ ତାଙ୍କୁ ଚିନ୍ତା ହେବାକୁ ଲାଗିଥାଏ, ଏମିତିରେ ସବୁ ଯୁବକଙ୍କୁ ହରେନ୍ଦ୍ର ସିଂହରୁ କିଛି ଶିଖିବାକୁ ପଡିବ । ଯାହାଦ୍ୱାରା କୌଣସି ବି ପିତା ନିଜର ଝିଅର ଯୌତୁକ ପାଇଁ ଚିନ୍ତିତ ହେବାକୁ ପଡିବ ନାହିଁ । ଏବଂ ଏହା ଦ୍ଵାରା ଆମ ସମାଜ ଯୌତୁକ ମୁକ୍ତ ହୋଇ ପାରିବ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News