Dailyhunt
କେଉଁ କର୍ମ କଲେ କେଉଁ ଯୋନିରେ ଜନ୍ମ ହୁଏ, ଜାଣନ୍ତୁ ଗରୁଡ଼ ପୁରାଣରେ କେଉଁ ଶାସ୍ତି ଲେଖା ଅଛି

କେଉଁ କର୍ମ କଲେ କେଉଁ ଯୋନିରେ ଜନ୍ମ ହୁଏ, ଜାଣନ୍ତୁ ଗରୁଡ଼ ପୁରାଣରେ କେଉଁ ଶାସ୍ତି ଲେଖା ଅଛି

Kalinga News 1 week ago

ଣିଷ ଶରୀର ବ୍ୟତୀତ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଆମର 84 ଲକ୍ଷ ଯୋନି ରହିଛି ଯେଉଁଥିରେ ଆମ ଆତ୍ମା ଜନ୍ମ ନେଇଥାଏ । ଜୀବିତ ଥିବା ସମୟରେ ଯଦି ମଣିଷ କୌଣସି କୁକର୍ମ ପାପ ଓ ଅନ୍ୟାୟ କରିଥାଏ ତାହେଲେ ତାକୁ ପରବର୍ତ୍ତୀ ଜନ୍ମ ରେ ମଣିଷ ଜନ୍ମ ମିଳି ନଥାଏ । ଆସନ୍ତୁ ଜାଣିବା ମଣିଷ କେଉଁ କାର୍ଯ୍ୟ କଲେ ତାକୁ ଭିନ୍ନ ଭିନ୍ନ ଯୋନିରେ ଜନ୍ମ ମିଳିଥାଏ ।

ମୃତ୍ୟୁପରେ ଆତ୍ମାର ଗତି କୁଆଡେ ହୋଇଥାଏ ତଥା ମୃତ୍ୟୁପରେ ଆତ୍ମାର ମୁକ୍ତି ଓ ମୃତ୍ୟୁ ପରେ ଆତ୍ମା ସହ କଣ କଣ ସବୁ ଘଟିଥାଏ ଏହା ବର୍ଣ୍ଣିତ ହୋଇଛି ଗରୁଡ ପୁରାଣରେ । ଜୀବିତ ଥିବା ସମୟରେ ମନୁଷ୍ୟ ଯେଉଁ କର୍ମ ମନୁଷ୍ୟ କରିଥାଏ ସେ ଭୋଗିଥାଏ ତାର ଆର ଜନ୍ମରେ ସେଥିପାଇଁ ଆମକୁ ପୂର୍ବ ପୁରୁଷ ମାନେ ଗରୁଡ଼ ଶାସ୍ତ୍ର ଅନୁସାରେ ଆମକୁ କହିଛନ୍ତି ମଣିଷ ବଞ୍ଚିରହିଥିବା ସମୟରେ ଏହି କାମ କରିବା ଦ୍ୱାରା ତାକୁ ଏହି ଯୋନିରେ ଜନ୍ମ ଗ୍ରହଣ କରିବାକୁ ପଡିଥାଏ । କେବଳ ଏତିକି ନୁହେଁ ଏମିତି ମଧ୍ୟ କୁକର୍ମ ଅଛି ଯାହାର ଫଳ ଦେବାକୁ ଭଗବାନ ସ୍ୱୟଂ ପୃଥିବୀ କୁ ଅସିଥାନ୍ତି । ଯଦି ମଣିଷ ଅଧିକ ପାପ କରେ ତେବେ ସେ ଏହି ଜନ୍ମ ର ପାପ ପୂର୍ବ ଜନ୍ମ ରେ ଭୋଗିବ ।

ମଣିଷ ଯଦି ତାର ଏହି ଜନ୍ମରେ କାହାର ଧର୍ଷଣ କରିଥାଏ କିମ୍ବା ପର ସ୍ତ୍ରୀ ସହ ତାର ଇଛା ବିରୋଧରେ ସମ୍ଭୋଗ କରିଥାଏ ତାହେଲେ ସେ ପରବର୍ତ୍ତୀ ଜନ୍ମରେ କିନ୍ନର ଜନ୍ମ ଗ୍ରହଣ କରିଥାଏ । ଯଦି କୌଣସି ମଣିଷ ଜୀବିତ ଥିବା ସମୟରେ ଖାଲି ଭୋଜନରେ ଲାଳସା ରଖିଥାଏ ତାହେଲେ ପରବର୍ତ୍ତୀ ସମୟରେ ସେ ଘୁଷୁରୀ ଜନ୍ମ ନେଇଥାଏ । ଏହିସଵୁ କଥା ଆତ୍ମାର ସଦଗତି ଓ ଦୁର୍ଗତି ଗରୁଡ ପୁରାଣରେ ଲେଖାଯାଇଛି । ଯଦି ମଣିଷ ତାର ଜୀବିତ ଥିବା ସମୟରେ ନିଜ ବଡ ଭାଇର ଅପମାନ କରିଥାଏ ତାହେଲେ ସେ ନର୍କ କୁ ଯିବାସହ ପରବର୍ତ୍ତୀ ସମୟରେ କୁଞ୍ଚ ପକ୍ଷୀର ଜନ୍ମ ନେଇଥାଏ ।

ଯଦି ମନୁଷ୍ୟ ତାର ଜୀବିତ ଥିବା ସମୟରେ କୌଣସି ପର ସ୍ତ୍ରୀ ଉପରେ ନଜର ରଖିଥାଏ ତାକୁ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏହାପରେ ମଣିଷକୁ ଗଧିଆ, ପରେ କୁକୁର ,ପରେ ସାପ ,ପରେ କୁଆ, ପରେ କୋକିସିଆଳି ଓ ପରେ ବଗର ଜନ୍ମ ନେବାପରେ ତାକୁ ପୁଣି ମଣିଷ ଜନ୍ମ ମିଳିଥାଏ ।

ମଣିଷ ,ଗାଈ,ନାଗ ଇତ୍ୟାଦି ଙ୍କୁ ମାରିବା ଦ୍ୱାରା ନର୍କ ଠାରୁ ଭୟଙ୍କର ଜିନିଷ ମିଳେ । ଯଦି ମଣିଷ ଜୀବିତ ଥିବା ସମୟରେ କୌଣସି ବ୍ୟକ୍ତିର ହତ୍ୟା କରିଥାଏ ତାହେଲେ ପ୍ରଥମେ ତାକୁ ଗଧ ପରେ ହରିଣ ପରେ ମାଛ ଓ ପରେ କୁକୁର ପରେ ସାପ ଓ ପରିଶେଷରେ ମନୁଷ୍ୟର ଜନ୍ମ ନେଇଥାଏ । ଯଦି ମଣିଷ ସୁନା ଚୋରି କରିଥାଏ ତାହେଲେ ସେ ଏକ କୀଟ ଜନ୍ମ ନେଇଥାଏ ଓ ଯଦି ମଣିଷ ଚାନ୍ଦି ଚୋରି କରିଥାଏ ତାହେଲେ ସେ ପାରା ଜନ୍ମ ନେଇଥାଏ । ଯଦି ମଣିଷ ବସ୍ତ୍ର ଚୋରି କରିଥାଏ ତାହେଲେ ସେ ଶୁଆ ଜନ୍ମ ନେଇଥାଏ ।

ଯଦି ମଣିଷ ଜୀବିତ ସମୟରେ କୌଣସି ନିଜର ପିତୃ ପୁରୁଷଙ୍କୁ ଅସମ୍ମାନୀତ କରିଥାଏ ତାହେଲେ ତାକୁ ପରବର୍ତ୍ତୀ ସମୟରେ 10 ରୁ 12 ବର୍ଷ ପାଇଁ କୁଆ ଓ କିଛି କ୍ଷଣ ପାଇଁ ସାପ ଓ ପରେ ମଣିଷ ଶରୀର ମିଳିଥାଏ । ଯଦି ଆପଣ ପରବର୍ତ୍ତୀ ଜନ୍ମ ରେ ମନୁଷ୍ୟ ଜନ୍ମ ନେବାକୁ ଚାହୁଁଛନ୍ତି ତାହେଲେ ଏହି ଜନ୍ମ ରେ ଆପଣ ଅନ୍ୟକୁ ସମ୍ମାନ କରିବା ସହ ପରିବାରରେ ଶୃଙ୍ଖଳା ଓ ବଡ ଲୋକ ମାନଙ୍କର ସମ୍ମାନ କରନ୍ତୁ ଯାହାଫଳରେ ଭଗବାନ ସନ୍ତୁଷ୍ଟ ହୋଇ ଆପଣଙ୍କୁ ମଣିଷ ଜନ୍ମ ଦେବେ ଏବଂ ପ୍ରତିଦିନ ନିଜ ଖାଇବା ପଶୁ ପକ୍ଷୀ ମାନଙ୍କୁ ଦାନ କରନ୍ତୁ । ନିଜ ପିତା ମାତା ଙ୍କୁ ପ୍ରଭାତରେ ପ୍ରଣାମ କରନ୍ତୁ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News