Dailyhunt
ଲାଇମ ଲାଇଟ ରୁ ଦୂରରେ ରୁହନ୍ତି Mukesh Ambani ଙ୍କ ଭଉଣୀ Neena Kothari, ଏହି ସବୁ ବଡ ବଡ କମ୍ପାନୀର ସମ୍ଭାଳନ୍ତି କାମ

ଲାଇମ ଲାଇଟ ରୁ ଦୂରରେ ରୁହନ୍ତି Mukesh Ambani ଙ୍କ ଭଉଣୀ Neena Kothari, ଏହି ସବୁ ବଡ ବଡ କମ୍ପାନୀର ସମ୍ଭାଳନ୍ତି କାମ

Kalinga News 2 weeks ago

ମୁକେଶ ଅମ୍ବାନୀ ରିଲାଇନ୍ସ ଇଣ୍ଡଷ୍ଟ୍ରିର ମାଲିକ ଅଟନ୍ତି । ତାଙ୍କ ପରିବାରରେ ସମସ୍ତେ ବହୁତ ଖୁସିରେ ଜୀବନକୁ ଅତିବାହିତ କରନ୍ତି । ମୁକେଶ ଅମ୍ବାନୀଙ୍କ ଭଉଣୀଙ୍କ ବିଷୟରେ ବହୁତ କମ ଶୁଣିବାକୁ ମିଳିଥାଏ । ମୁକେଶ ଅମ୍ବାନୀଙ୍କ ଭଉଣୀ ମିଡିଆଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଅମ୍ବାନୀଙ୍କ ଭଉଣୀଙ୍କ ନାମ ନିନା କୋଠାରି ଅଟେ ।

ନିନା କୋଠାରି ଅମ୍ବାନୀ ଖାନଦାନର ସଦସ୍ୟ ହୋଇଥିଲେ ମଧ୍ୟ ସେ ଅଧିକ ଫଙ୍ଗସନରେ ଭାଗ ନିଅନ୍ତି ନାହି । ସେ ମୁମ୍ବାଇରେ ନିଜ ଘରେ ରୁହନ୍ତି ।

ନିନା କୋଠାରି ଏଚସି କୋଠାରି କମ୍ପାନୀର ଚେୟାରମ୍ୟାନ ଭଦ୍ରଶ୍ୟାମ କୋଠାରି ଙ୍କ ସହ ବିବାହ କରିଥିଲେ । କିନ୍ତୁ ୨୦୧୫ରେ ଭଦ୍ରଶ୍ୟାମ କୋଠାରି କ୍ୟାନ୍ସରେ ପୀଡିତ ଥିବାରୁ ତାଙ୍କର ଦେହାନ୍ତ ହୋଇଥିଲା । ସ୍ଵାମୀଙ୍କର ମୃତ୍ୟୁ ପରେ ନିନା କୋଠାରି ପରିବାରର ବ୍ୟବସାୟକୁ ସମ୍ଭାଳିଛନ୍ତି । ନିନା କୋଠାରି ସୁଗାର ମିଲର ମାଲିକ ଅଟନ୍ତି । ନିନା କୋଠାରିଙ୍କର ଝିଅର ନାଁ ନୟନ ତାରା ଓ ପୁଅଙ୍କ ନାମ ଅର୍ଜୁନ କୋଠାରି ଅଟେ ।

୨୦୧୨ରେ ନିନାଙ୍କ ଝିଅ ନୟନତାରାଙ୍କ ବିବାହ ହୋଇଥିଲା । ତାଙ୍କ ପୁଅ ଅର୍ଜୁନଙ୍କର ବାହା ଘର ଆନନ୍ଦିତା କୋଠାରୀଙ୍କ ସହ ୨୦୧୯ରେ ହୋଇଥିଲା । ମୁକେଶ ଅମ୍ବାନୀ ନିଜ ଭାଣିଜୀର ବାହାଘରର ପ୍ରି ୱେଡିଙ୍ଗ ପାର୍ଟି ନିଜର ଏଣ୍ଟେଲିଆ ଘରେ ବହୁତ ଧୂମଧାମରେ ପାଳନ କରିଥିଲେ । ଅର୍ଜୁନ କୋଠାରି ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ହୋଇଥିବାରୁ ସୁଗର ମିଲସ, ପେଟ୍ରୋଲିୟମ ବ୍ୟବସାୟ, କେମିକାଲ ବ୍ୟବସାୟକୁ ସମ୍ଭାଳୁଛନ୍ତି ।

ନିନା କୋଠାରିଙ୍କର ତାଙ୍କ ବଡ ଭାଉଜ ନିତା ଅମ୍ବାନୀଙ୍କ ସହ ଭଲ ସମ୍ପର୍କ ରହିଛି । ଏହି ଦୁଇ ଜଣକ ଭିତରେ ବହୁତ ଭଲ ବନ୍ଧୁତା ମଧ୍ୟ ରହିଛି । ନିତା ଅମ୍ବାନୀଙ୍କ ଛଡା ନିନା କୋଠାରିଙ୍କର ତାଙ୍କ ଦିତୀୟ ଭାଉଜ ଟିନାଙ୍କ ସହ ମଧ୍ୟ ଭଲ ସମ୍ପର୍କ ରହିଛି ।

ନିନା କୋଠାରିଙ୍କୁ ୫୮ବର୍ଷ ହୋଇଥିଲେ ମଧ୍ୟ ସେ ନିଜର ବ୍ୟବସାୟକୁ ବହୁତ ଭଲ ଭାବେ ସମ୍ଭାଳିଛନ୍ତି । ଆଜି ନିନା କୋଠାରି ଦେଶର ଜଣାଶୁଣା ବିଜନେସ ଓମେନ ଭାବେ ପରିଚିତ । ବ୍ୟବସାୟ ଦୁନିଆରେ ନିନା ନିଜର ଗୋଟେ ନୂଆ ଜାଗା ସୃଷ୍ଟି କରିପାରିଛନ୍ତି । ଯେବେ ପରିବାରର ସମ୍ପତିରେ ଦୁଇ ଭାଇ ମୁକେଶ ଓ ଅନିଲ ଅମ୍ବାନୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ସେତେବେଳେ ନିନା ଓ ତାଙ୍କ ଭଉଣୀ ଦୀପ୍ତି ଏହି ସମ୍ପତିରୁ କୌଣସି ଭାଗ ନେଇ ନ ଥିଲେ । ନିଜ ଭାଇମାନଙ୍କ ଭିତରେ ପିତାଙ୍କ ସମ୍ପତିକୁ ନେଇ ଚାଲିଥିବା ବିବାଦକୁ ଦୂର କରିବା ପାଇଁ ନିନା କୋଠାରିଙ୍କର ମୁଖ୍ୟ ଭୂମିକା ରହିଛି ।

ନିନା କୋଠାରିଙ୍କର ଦୁଇ ଭାଇଙ୍କ ପରିବାର ସହ ଗଭୀର ସମ୍ପର୍କ ରହିଛି । ଭାଇ ଭଉଣୀଙ୍କ ଭିତରେ ନିବିଡ ଭଲ ପାଇବା ରହିବା ସହ ଭଲ ବୁଝାମଣା ମଧ୍ୟ ରହିଛି । ଅନେକ ସମୟରେ ଏମାନେ ପରସ୍ପରର ଘରକୁ ଯିବା ଆସିବା କରିଥାନ୍ତି ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News