Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଲକ୍ଷ୍ୟରେ ଜଣକୁ ହିଁ ଆସିଥାଏ ଏହି ସ୍ଵପ୍ନ, ଯଦି ଆପଣଙ୍କୁ ଆସିଥାଏ ତେବେ ବୁଝିଯାଆନ୍ତୁ ସୌଭାଗ୍ୟଶାଳୀ ଅଟନ୍ତି ଆପଣ

ଲକ୍ଷ୍ୟରେ ଜଣକୁ ହିଁ ଆସିଥାଏ ଏହି ସ୍ଵପ୍ନ, ଯଦି ଆପଣଙ୍କୁ ଆସିଥାଏ ତେବେ ବୁଝିଯାଆନ୍ତୁ ସୌଭାଗ୍ୟଶାଳୀ ଅଟନ୍ତି ଆପଣ

Kalinga News 2 weeks ago

ସ୍ଵପ୍ନର ଦୁନିଆ ରହସ୍ୟରେ ଭରା । ସ୍ଵପ୍ନ ସମସ୍ତେ ଦେଖିଥାନ୍ତି । ସ୍ଵପ୍ନ ଦେଖୁଥିବା ବେଳେ ହେଉଥିବା ଜିନିଷ ଆପଣଙ୍କୁ ସତରେ ହେଉଥିବାର ଲାଗିଥାଏ । ନିଦ ଭାଙ୍ଗିବା ପରେ ଜଣା ପଡିଥାଏ କି ଯାହାକୁ ଆମେ ସତ ଭାବୁଥିଲୁ ସେ ଥିଲା ମାତ୍ର ଏକ ସ୍ଵପ୍ନ । ବିଜ୍ଞାନ ହିସାବରେ ମଣିଷ ଶୋଇବା ପରେ ପରେ ତାକୁ ସ୍ଵପ୍ନ ଆସିଥାଏ । ସ୍ଵପ୍ନ ଉପରେ ମଣିଷର କୌଣସି ଆୟତ୍ତ ନ ଥାଏ ।

ଏଥି ପାଇଁ ସେ କେବେ ଭଲ ତ କେବେ ଖରାପ ସ୍ଵପ୍ନ ଦେଖିଥାଏ । କିନ୍ତୁ ପ୍ରତ୍ୟେକ ସ୍ଵପ୍ନର ଆମ ଜୀବନ ସହିତ କିଛି ସମ୍ପର୍କ ଥାଏ ।

କିଛି ଥର ସ୍ଵପ୍ନ ଆପଣଙ୍କୁ ଆସୁଥିବା ସମସ୍ୟା କୁ ମଧ୍ୟ ସୁଚାଇଥାଏ । ସ୍ଵପ୍ନରେ ଲୋକ ଅଲଗା ଅଲଗା ପ୍ରକାରର ଜିନିଷ ଦେଖିଥାନ୍ତି । କେହି ସ୍ଵପ୍ନରେ ସାପ ଦେଖିଥାଏ ତ କେହି ନିଜକୁ ଉଚ୍ଚ ବିଲ୍ଡିଂରୁ ପଡିଯିବାର ଦେଖିଥାଏ । ପ୍ରତ୍ୟେକ ସ୍ଵପ୍ନର ଏକ ଅଲଗା ଅର୍ଥ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସ୍ଵପ୍ନ ବିଷୟରେ କହିବୁ ଯାହାକୁ ଦେଖିବାକୁ ଭାଗ୍ୟଶାଳୀ ବୋଲି କୁହନ୍ତି । ଏହି ସ୍ଵପ୍ନ ଲକ୍ଷ୍ୟରେ ଗୋଟିଏ ଜଣଙ୍କୁ ଆସିଥାଏ ।

କଣ ଆପଣ କେବେ ସ୍ଵପ୍ନରେ ନିଜକୁ ଝରଣାର ପାଣି ପିଉଥିବାର ଦେଖିଛନ୍ତି? ଯଦି ହଁ, ତେବେ ଆପଣ ଭାଗ୍ୟଶାଳୀ ଅଟନ୍ତି । ଯଦି ଆପଣ କେବେ ଏହି ସ୍ଵପ୍ନ ଦେଖିଛନ୍ତି ତେବେ ଭାବି ନିଅନ୍ତୁ ଆପଣ ଜଲଦି ଧନବାନ ହୋଇଯିବେ । ଯଦି ଆପଣ ସ୍ଵପ୍ନରେ ପାହାଡ଼ରୁ ଝରୁଥିବା ଝରଣା ଦେଖିଥିବେ ଓ ଝରଣାରୁ ପାଣି ପିଉଥିବାର ଦେଖିଥିବେ ତେବେ ଭାବିନିଅନ୍ତୁ କି ଆସୁଥିବା ସମୟରେ ଆପଣଙ୍କର ଭାଗ୍ୟର ଦ୍ଵାର ଖୋଲିଯିବ । ଏହି ସ୍ଵପ୍ନ ପରେ ଯଦି ଆପଣ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟର ଆରମ୍ଭ କରନ୍ତି ତେବେ ତାହା ସଫଳ ହୋଇଥାଏ ।

ସେହି ବ୍ୟକ୍ତିକୁ ଆସୁଥିବା ଦିନରେ ଆଗକୁ ବଢିବାରେ କେହି ଅଟକାଇ ପାରିବେ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସ୍ଵପ୍ନ ଦେଖିଥିବା ବ୍ୟକ୍ତି ବହୁତ ସୌଭାଗ୍ୟଶାଳୀ ହୋଇଥାଏ ଓ ଜୀବନରେ ବହୁତ ନାମ ଅର୍ଜନ କରିଥାଏ ।

ଆସନ୍ତୁ ଜାଣିବା କିଛି ଅନ୍ୟ ସ୍ଵପ୍ନର ଅର୍ଥ

॰ ସ୍ଵପ୍ନରେ ଶିଡି ଚଢିବା ଆପଣଙ୍କ ଉନ୍ନତି ଆଡକୁ ଇଶାରା ଦେଇଥାଏ । ସିଡି ଓଲ୍ହାଇବାର ମାନେ ବିକାଶରେ ବାଧା ଆସିପାରେ ।

॰ ସ୍ଵପ୍ନରେ କାହାକୁ ହତ୍ୟା କରୁଥିବାର ଦେଖିବା ଲାଭ ଆଡକୁ ଇଶାରା ଦେଇଥାଏ ।

॰ ଯଦି ଆପଣ ସ୍ଵପ୍ନରେ କାହାକୁ ମରୁଥିବାର ଦେଖିବେ ତେବେ ତାହାର ମାନେ ତାହାର ଆୟୁ ବଢି ଯାଇଛି ।

॰ ସ୍ଵପ୍ନରେ ଭଗବାନ ଦେଖିବାର ମାନେ ଆପଣ ଯେଉଁ କାମ ପାଇଁ ଚେଷ୍ଠା କରୁଛନ୍ତି ତାହା ପୂର୍ଣ୍ଣ ହେବ । ଯଦି ଦେବୀ ମାତା ଆପଣଙ୍କୁ କିଛି ଦେଉଥିବାର ଦେଖିବେ ତାହାର ମାନେ ଆପଣଙ୍କର ପଦୋନ୍ନତି ହୋଇପାରେ ।

॰ ସ୍ଵପ୍ନରେ ଯଦି ଆପଣଙ୍କ ଆଖି ଲାଲ ଦେଖାଯାଏ ଏହାର ମାନେ ଆସୁଥିବା ସମୟରେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

॰ ଯଦି ଆଖିକୁ ଫୁଲିଥିବାର ଦେଖିବେ ବିନା କୌଣସି କଷ୍ଟରେ ତେବେ ଏହାର ମାନେ ଆପଣଙ୍କର ଜୀବନ ପୂର୍ବରୁ ଅଧିକ ଭଲ ହେବାକୁ ଯାଉଛି ।

॰ ଯଦି ଆପଣ କୌଣସି ଗୋଲକ ଧନ୍ଦାରେ ନିଜକୁ ଫସିଥିବାର ଦେଖିବେ ତେବେ ଏହାର ମାନେ ଆପଣ କୌଣସି ସଙ୍କଟରେ ପଡି ପାରନ୍ତି ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News