Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଘରେ ଲଗାନ୍ତୁଏହି ୫ଟି ଗଛ, କେବେ ମଧ୍ୟ ହେବ ନାହିଁ ମଶାଙ୍କ ଜନିତ ରୋଗ

ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଘରେ ଲଗାନ୍ତୁଏହି ୫ଟି ଗଛ, କେବେ ମଧ୍ୟ ହେବ ନାହିଁ ମଶାଙ୍କ ଜନିତ ରୋଗ

Kalinga News 2 weeks ago

ଶା ହେବା ସମସ୍ୟା ପ୍ରାୟତଃ ସାଧାରଣ ହୋଇଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇ ଥାନ୍ତି। ପ୍ରାୟତଃ ସବୁ ଲୋକ ମଶା ମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବିଭନ୍ନ ପ୍ରକାରର ମଶା ଧୂପ ବା ଲିକୁଇଡ ର ବ୍ୟବହାର କରିଥାନ୍ତି । ଏହା ଦ୍ଵାରା ମଶା ତ ଚାଲି ଯାଇଥାନ୍ତି କିନ୍ତୁ ଏହାର ଧୂଆଁ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ ।

ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରକୃତିକ ଉପାୟ କହିବୁ ଯାହା ଦ୍ଵାରା ଆପଣ ମଶା ମାନଙ୍କ ଠାରୁ ରକ୍ଷା ପାଇ ପାରିବେ । ପ୍ରକୃତରେ ଏମିତି କିଛି ଗଛ ଅଛି ଯାହାକୁ ଲଗାଇବା ଦ୍ଵାରା ମଶାମାନେ ଘରକୁ ପ୍ରବେଶ ମଧ୍ୟ କରନ୍ତି ନାହିଁ , ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ।

ତୁଳସୀ ଗଛ -

ହିନ୍ଦୁ ଧର୍ମରେ ତୁଳସୀ ଗଛ ଲଗାଇବା ଏକ ବିଧି ଅଛି ଓ ଏହାକୁ ପୂଜା ମଧ୍ୟ କରାଯାଏ । ଏହି ପତ୍ର ଭଗବାନଙ୍କୁ ମଧ୍ୟ ଚଢାଯାଏ । ପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ଏହା ଅତି ପ୍ରିୟ ଅଟେ । ଏହି ପତ୍ରରେ ଭୋଗ ଲଗାଇଲେ ଭଗବାନ ବହୁତ ପ୍ରସନ୍ନ ହୁଅନ୍ତି । ତୁଳସୀ ଗଛର ପତ୍ରରେ ଔଷଧୀୟ ଗୁଣ ଭରପୁର ରହିଛି, ତେଣୁ ଏହି ପତ୍ରକୁ ଔଷଧ ରୂପରେ ବ୍ୟବହାର କରାଯାଏ । ତୁଳସୀ ଗଛ ଲଗାଇଲେ ବାତାବରଣ ଶୁଦ୍ଧ ହୁଏ । ଏହି ଗଛ ଆମକୁ ଅଧିକ ଅମ୍ଳଜାନ ଯୋଗାଇ ଥାଏ । ତେଣୁ ଏହି ଗଛକୁ ଅଧିକ ମାତ୍ରାରେ ଲଗାଇବା ଉଚିତ୍ । ଏହି ଗଛକୁ ଘରର ଦ୍ବାର ପାଖରେ ଲଗାଯାଇ ପୂଜା କରାଯାଏ । କୁହାଯାଏ କି ଘରୁ ବାହରିବା ସମୟରେ ଏହି ଗଛକୁ ଚାହିଁ ଗଲେ ସବୁ କାର୍ଯ୍ୟ ସଫଳ ହୁଏ । ଏହି ଗଛକୁ ଝରକା ପାଖରେ ମଧ୍ୟ ଲଗାଇ ପାରିବେ । କାରଣ ଏହି ତୁଳସୀ ଗଛର ପତ୍ରର ବାସ୍ନାରେ ମଶାମାନେ ଦୂରେଇ ଯାଆନ୍ତି ।

Leman Baam ଗଛ-

ଏହି ଗଛ ମଶାମାନଙ୍କୁ ଦୂରେଇବାରେ ସାହାଯ୍ୟ କରିଥାଏ । ଏହି ଗଛକୁ ଲୋକମାନେ ଘରେ ସଜାଇଥାନ୍ତି । ଏହି ଗଛର ଫୁଲ ବହୁତ ବାସ୍ନା ହୁଏ । ଏହି ବାସ୍ନା ଦ୍ଵାରା ମଶାମାନେ ଦୂରେଇ ଯାଆନ୍ତି । ଏହି ଗଛକୁ ଖରାରେ ରଖିବ ନାହିଁ ।

ଗେଣ୍ଡୁ ଗଛ -

ଏହି ଗଛ ମଧ୍ୟ ମଶାମାନଙ୍କୁ ଦୂରେଇବାରେ ସହାୟକ ହୋଇଥାଏ । କୁହାଯାଏ କି ଏହି ଗଛର ଫୁଲ ଓ ପତ୍ରର ବାସ୍ନା ମଶାମାନଙ୍କୁ ଭଲ ଲାଗେ ନାହିଁ । ଘରେ ଏହି ଗଛ ଲଗାଇଲେ ମଶା ଦେଖାଯାନ୍ତି ନାହିଁ ।

ଚଣା ଗଛ -

ଏହି ଗଛ ଲଗାଇଲେ ମଶାମାନେ ବୁଲନ୍ତି ନାହିଁ । ଏହି ଗଛରୁ କୌମାରିନ ନାମକ ଏକ ବାସ୍ନା ହୁଏ ଓ ଏହି ବାସ୍ନା ଏତେ ଭୟଙ୍କର ହୋଇଥାଏ ଯେ ମଶାମାନେ ବାହାରି ପଳାନ୍ତି । କୌମାରିନର ବ୍ୟବହାର କମର୍ଶୀୟଲ ମାସ୍କିଟୋ ରିପ୍ଲିୟଣ୍ଟ ଓ ପର୍ଫ୍ୟୁମ ଇଣ୍ଡଷ୍ଟ୍ରିରେ ହୋଇଥାଏ ।

Citronella ଗଛ -

ମଶାମାନଙ୍କୁ ଦୂର କରିବା ପାଇଁ ଏହି ଗଛ ବହୁତ ସହାୟକ ହୋଇଥାଏ । ଏହି ଗଛର ବାସ୍ନାରେ ମଶାମାନେ ଦୂରେଇ ରୁହନ୍ତି । ମସ୍କିଟୋ ରିପ୍ଲିୟଣ୍ଟ କ୍ରିମରେ ଏହି ଗଛର ବ୍ୟବହାର କରାଯାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News