Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୋଦୀ ସରକାରଙ୍କର ନୂଆ ସ୍କିମ, 55 ଟଙ୍କା ବଦଳରେ ମିଳିବ 36 ହଜାର, କେମିତି ପାଇବେ ଜାଣିଲେ ଆପଣଙ୍କର ଖୁସିର ସୀମା ରହିବ ନାହିଁ

ମୋଦୀ ସରକାରଙ୍କର ନୂଆ ସ୍କିମ, 55 ଟଙ୍କା ବଦଳରେ ମିଳିବ 36 ହଜାର, କେମିତି ପାଇବେ ଜାଣିଲେ ଆପଣଙ୍କର ଖୁସିର ସୀମା ରହିବ ନାହିଁ

Kalinga News 1 week ago

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମଧ୍ୟକାଳୀନ ବଜେଟର ଘୋଷଣା ହୋଇ ସାରିଛି । ବଜେଟ ୨୦୧୯ ରେ ମଧ୍ୟକାଳିନ ବିତ୍ତମନ୍ତ୍ରୀ ପୀୟୁଷ ଗୋୟଲ ଏକ ଏମିତି ଯୋଜନାର ଘୋଷଣା କରିଛନ୍ତି ଯାହା ବିଷୟରେ ଜାଣି ଆପଣଙ୍କ ମନ ଖୁସିରେ ନାଚି ଉଠିବ । ଏହି ଯୋଜନାକୁ ସରକାର "ପ୍ରଧାନ ମନ୍ତ୍ରୀ ଶ୍ରମ ୟୋଗୀ ମାନଧନ" ନାମ ରଖିଛନ୍ତି ।

ଯାହା ଅନ୍ତର୍ଗତ ଦିନମଜୁରିଆ ବର୍ଗର ଲୋକଙ୍କୁ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ପେନସନ ରୂପରେ ଦିଆଯିବାର ପ୍ରବନ୍ଧ ହୋଇଛି । ଏହି ସ୍କିମର ଲାଭ ସେହି ଲୋକଙ୍କୁ ମିଳିବ ଯାହାର ରୋଜଗାର ୧୫୦୦୦ ଟଙ୍କା ପ୍ରତି ମାସରେ ଅଟେ ଓ ଦେଖିବାକୁ ଗଲେ କେନ୍ଦ୍ର ସରକାରଙ୍କର ଏହି ଯୋଜନାର ଲାଭ ହାରାହାରି ୪୨ କୋଟି ଲୋକଙ୍କୁ ମିଳିବାର ଅଛି ।

ପୀୟୁଷ ଗୋୟଲ କହିଲେ କି ଭାରତର ସମୁଦାୟ ଜିଡ଼ିପି ର ହାରାହାରି ଅଧା ଭାଗ ୪୨ କୋଟି ଦିନମଜୁରିଆଙ୍କର ପରିଶ୍ରମରୁ ଆସିଥାଏ । ଏହା ମଧ୍ୟରେ ରିକ୍ସା ଚାଳକ ଓ କଂଷ୍ଟ୍ରକ୍ସନ ୱାର୍କର ସାମିଲ ଅଛନ୍ତି । ଏମିତି ସ୍ଥିତିରେ ଆମର କର୍ତ୍ତବ୍ୟ କି ତାଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଆଯାଉ । ଏହି ସବୁ କଥାକୁ ଧ୍ୟାନରେ ରଖି ଆମେ ଏହି ଯୋଜନାର ଲାଭ ଦେବା ପାଇଁ ନିର୍ଣ୍ଣୟ ନେଇଛୁ ।

୫୫ ଟଙ୍କା ବଦଳରେ ମିଳିବ ବର୍ଷକୁ ୩୬୦୦୦ ଟଙ୍କା

ଯେଉଁ ଦିନମଜୁରିଆଙ୍କର ମାସିକ ଆୟ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ଅଟେ ତାଙ୍କୁ ସରକାର ଏହି ଯୋଜନାର ଲାଭ ଦେବେ । ଏହି ଯୋଜନା ଅନ୍ତର୍ଗତ ମଜୁରିଆଙ୍କୁ ବର୍ଷକୁ ୩୬୦୦୦ ଟଙ୍କା ଦିଆଯିବ । ଏହି ପଇସା ପେନସନ ରୂପରେ ୬୦ ବର୍ଷ ପରେ ମିଳିବ । ଏହା ପୂର୍ବରୁ ଆପଣଙ୍କୁ କିଛି ଟଙ୍କା ଜମା କରିବାକୁ ପଡିବ । ଏହି ଯୋଜନା ଅନ୍ତର୍ଗତ ଆପଣଙ୍କୁ ୨୯ ବର୍ଷ ଠାରୁ ପ୍ରତି ମାସରେ ୧୦୦ ଟଙ୍କା ୬୦ ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ । ଯଦି ଆପଣଙ୍କୁ ୧୮ ବର୍ଷ ତେବେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ପଡିବ ତା ପରେ ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ ।

କେତେ ଲୋକଙ୍କୁ ମିଳିବ ଏହାର ଲାଭ

ଏହି ଯୋଜନା ଅନୁସାରେ ସରକାର ଏହି କଥା ନିଶ୍ଚିତ କରିଛନ୍ତି କି ୫ ବର୍ଷରେ ଅସଂଗଠିତ କ୍ଷେତ୍ରର ୧୦ କୋଟି କର୍ମଚାରୀଙ୍କୁ ଏହାର ଲାଭ ମିଳିବାକୁ ଯାଉଛି । ଏହି ଯୋଜନା ଆସୁଥିବା ୫ ବର୍ଷରେ ଅସଂଗଠିତ କ୍ଷେତ୍ର ପାଇଁ ଦୁନିଆର ସବୁଠୁ ବଡ ପେନସନ ଯୋଜନା ପ୍ରମାଣିତ ହୋଇପାରେ । ପ୍ରଧାନ ମନ୍ତ୍ରୀ ଶ୍ରମ ୟୋଗୀ ମାନଧନ ଯୋଜନା ପାଇଁ ପୀୟୁଷ ଗୋୟଲ କହିଲେ କି ସରକାର ସବୁ ମଜୁରିଆଙ୍କ ପାଇଁ ସମାନ ପଇସା ଜମା କରିବେ । ବିତ୍ତ ମନ୍ତ୍ରୀ ପୀୟୁଷ ଗୋୟଲ ନିଜ ଭାଷଣରେ କହିଲେ କି ଏଥି ପାଇଁ ସରକାର ୫୦୦ କୋଟି ଟଙ୍କା ଜମା କରିବ । ଭବିଷ୍ୟତର ଆବଶ୍ୟକତା ଅନୁସାରେ ଏହା ଠାରୁ ମଧ୍ୟ ଅଧିକ ରାଶି ଉପଲବ୍ଧ କରାଯାଇପାରେ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News