Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନିଜ କୁକୁର ବିବାହରେ ୨କୋଟିରୁ ବି ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ ଏହି ନବାବ, ଆଉ ତା ପରେ.

ନିଜ କୁକୁର ବିବାହରେ ୨କୋଟିରୁ ବି ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ ଏହି ନବାବ, ଆଉ ତା ପରେ.

Kalinga News 4 days ago

ଭାରତର ରାଜା ମହାରାଜା ମାନଙ୍କର ଜୀବନଶୈଳୀ ସବୁବେଳେ ଚର୍ଚାରେ ରହିଥାଏ । ରାଜା ଏବଂ ନବାବ ମାନଙ୍କର ଏମିତି ସୌକ ଥାଏ କି ଯାହା ବିଦେଶରେ ବି ତାଙ୍କର ଚର୍ଚା ହୋଇଥାଏ । ନିଜର ସୌକ କୁ ପୂରଣ କରିବା ପାରେ ସେମାନେ ଏତେ ଟଙ୍କା ଖର୍ଚ କରିଥାନ୍ତି କି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମ ଦେଶରେ ମଧ୍ୟ ସେମିତି କେତେକ ରାଜା ଅଛନ୍ତି ।

ଆମ ଦେଶରେ ଜଣେ ରାଜା ରୋଲ୍ସ ରୟଲକୁ ଅଳିଆ ଉଠାଇବା ପାଇଁ କାମରେ ଲଗାଇଲେ ତ ଅନ୍ୟ ଏକ ରାଜା ଦାମୀ ଡାଇମଣ୍ଡକୁ ପେପରୱେଟ ଭାବରେ ବ୍ୟବହାର କରୁଥିଲେ ।

ଏମିତି ସୌକ ରଖୁଥିବା ରାଜା ନବାବ ଙ୍କ ଭିତରେ ଥିଲେ ଜୁନାଗଡ ର ନବାବ ମହାବତ ଖାନ । ସେ କୁକୁର ମାନଙ୍କୁ ବହୁତ ଭଲ ପାଉଥିଲେ । ସେ ୮୦୦ ଟି କୁକୁର ପାଳି ଥିଲେ । ପ୍ରତ୍ୟକ କୁକୁରଙ୍କ ପାଇଁ ଅଲଗା କୋଠରି, ଟେଲିଫୋନ ଏବଂ ଚାକିରିର ବ୍ୟବସ୍ଥା ଥିଲା । ଯଦି କୌଣସି କୁକୁର ମରି ଯାଉଥିଲା ତାର ମଣିଷଙ୍କ ଭଳି ସବୁ ବିଧି ବିଧାନ ଅନୁସାରେ ଶବ ସତ୍କାର କରୁଥିଲେ । କିନ୍ତୁ ସବୁ କୁକୁର ଙ୍କ ଭିତରେ ତାଙ୍କର ଗୋଟିଏ ପ୍ରିୟ କୁକୁର ଥିଲା ଯାହାର ନାମ ରୋଶନା ଥିଲା ।

ତାଙ୍କର କୁକୁର ପ୍ରତି ଭଲ ପାଇବାକୁ ନେଇ ମହାନ ଇତିହାସକାର ଡାମିନିକ ଲାପିୟର ଏବଂ ଲେରୀ କାଲିନ୍ସ ନିଜ ବହି 'ଫ୍ରିଡମ ଏଟ ମିଡନାଇଟ' ରେ ବି ତାଙ୍କ ବିଷୟରେ ଲେଖିଛନ୍ତି । ମହାବତ ଖାନ ରୋଶନା ର ବିବାହ ବଡ ଧୂମ ଧାମରେ ବାବି ନାମକ କୁକୁର ସହିତ କରାଇ ଥିଲେ । ସୂଚନା ଅନୁସାରେ ସେହି ବିବାହରେ ସେ ଆଜି ହିସାବରେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ଖର୍ଚ କରିଥିଲେ ।

ଏହି ବିବାହରେ ସେ ରୋଶନାକୁ ସୁନାର ହାର, କଡା ଏବଂ ଆହୁରି ବି ଅନେକ ଗହଣା ପିନ୍ଧାଇ ଥିଲେ । ୨୫୦ କୁକୁର ତାଙ୍କୁ ରେଳ ଷ୍ଟେସନରେ ସ୍ଵାଗତ କରିଥିଲେ । ଏହି ବିବାହର ନିମନ୍ତ୍ରଣ ପତ୍ର ବଡବଡ ରାଜା ମହାରାଜା ଏବଂ ବ୍ୟବସାୟିଙ୍କୁ ପଠାଯାଇଥିଲା । କୁହାଯାଇଛି କି ଏହି ବିବାହରେ ବାୟସରୟ ଆସିବା ପାଇଁ ମନା କରିଦେଇ ଥିଲେ । ସୂଚନା ଅନୁସାରେ ଏହି ବିବାହରେ ଦେଢ ଲକ୍ଷରୁ ଅଧିକ ଅତିଥି ଆସିଥିଲେ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News