Dailyhunt
ପ୍ରତିଦିନ ଏହି ସବୁ ଭୁଲ କରୁଥିଲେ, ଆପଣଙ୍କ ଲାଇଫ ନଷ୍ଟ ହୋଇଯିବ, How to improve digestion system.

ପ୍ରତିଦିନ ଏହି ସବୁ ଭୁଲ କରୁଥିଲେ, ଆପଣଙ୍କ ଲାଇଫ ନଷ୍ଟ ହୋଇଯିବ, How to improve digestion system.

Kalinga News 1 week ago

ନ୍ଧୁଗଣ ପେଟକୁ ଆମର ଦିତୀୟ ମସ୍ତିଷ୍କ ବୋଲି ମଧ୍ୟ କୁହାଯାଇଥାଏ । କାରଣ ଆମେ କଣ ଖାଇଥାଉ, କେବେ ଖାଇଥାଉ ଓ କେଉଁ ଭଳି ଖାଇଥାଉ । ଏହା ସବୁ ଆମର ମୁଡ୍, ଜୀବନଶୈଳୀ ଓ ଆମର କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ ଆମେ ଯାହା ଖାଇଥାଉ । ସେହିପରି ହିଁ ଆମର ସ୍ଵାସ୍ଥ ଗଠନ ହୋଇଥାଏ । ତେବେ ଆମ ଶରୀର ହେଉଛି ଆମ ପାଇଁ ମୂଲ୍ୟବାନ ସମ୍ପଦ ।

ଶରୀର ସୁସ୍ଥ ରହିଲେ ହିଁ ଆମେ ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିଥାଉ ।

ଯାହା ଦ୍ଵାରା ଆମର ମନ ପ୍ରସନ୍ନ ରହିବା ସହ ସବୁ କାର୍ଯ୍ୟରେ ମନ ମଧ୍ୟ ଲାଗିଥାଏ । ତେଣୁ ଖାଦ୍ୟ ଖାଇବା ସମୟରେ ସେ ସବୁ କଥା ଉପରେ ଆମକୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ । ଯେପରି ଆମେ ଖାଉଥିବା ଖାଦ୍ୟ ଶରୀର ମଧ୍ୟକୁ ଯାଇ ଭଲ ଭାବେ ହଜମ ହୋଇପାରିବ । କାରଣ ଯେତେବେଳେ ଖାଦ୍ୟ ଠିକ ଭାବେ ହଜମ ହୋଇପାରିନଥାଏ । ସେତେବେଳେ ପେଟରେ ଗ୍ଯାସ, ଏସିଡିଟି ଓ ବଦହଯମୀ ଭଳି ଅନେକ ପେଟରେ ପ୍ରୋବ୍ଲେମ ବାହାରି ଥାଏ ।

ଯେତେବେଳେ ଖାଦ୍ୟ ପେଟ ମଧ୍ୟକୁ ଯାଇ ଠିକ ଭାବେ ହଜମ ହୋଇନଥାଏ । ସେତେବେଳେ ସେହି ସବୁ ଖାଦ୍ୟ ଘଣ୍ଟା ଘଣ୍ଟା କାଳ ଧରି ପେଟରେ ପଡି ରହି ସଢିବାକୁ ଆରମ୍ଭ କରିଥାଏ । ଯାହା ଯୋଗୁ ପେଟରେ ଗ୍ଯାସ, ଏସିଡିଟି ପ୍ରୋବ୍ଲେମ କ୍ରିଏଟ ହୋଇଥାଏ । ଏହି ସବୁ ପ୍ରୋବ୍ଲେମ ହେବା ପଛରେ ଏହି ସବୁ ପ୍ରମୁଖ କାରଣ ରହିଛି ।

ଯେପରି ଅଧିକ ତେଲଭାଜି ଖାଦ୍ୟ ଖାଇବା ଓ ଜଙ୍କଫୁଡ ଖାଇବା, ଯାହା ବି ଖାଦ୍ୟ ଖାଇବା ତାହାକୁ ଭଲ ଭାବେ ନଚୋବାଇବା, ଖାଇବାର ତୁରନ୍ତ ପରେ ଶୋଇ ପଡିବା । ତେଣୁ ଯେତେବେଳେ ଆପଣ ଖାଦ୍ୟ ଖାଉଛନ୍ତି । ସେତେବେଳେ ଭଲ ଏବଂ ସ୍ଵାସ୍ଥପୋଯୋଗୀ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଖାଦ୍ୟରେ ଯାହା ହେଲେ ବି ଫାଇବାର ଯୁକ୍ତ ଖାଦ୍ୟକୁ ଆଡ୍ କରି ଖାଆନ୍ତୁ ।

କାରଣ ଫାଇବାରଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଖାଦ୍ୟର ହଜମ ପ୍ରକ୍ରିୟା ବହୁତ ଭଲ ଭାବେ ହୋଇଥାଏ । ଖାଇବା ସମୟରେ ପାଟିରେ ଖାଦ୍ୟକୁ ଭଲ ଭାବେ ଚୋବାଇ କରି ଖାଆନ୍ତୁ । ଖାଇବା ସମୟରେ ପାଣି ପିଅନ୍ତୁ ନାହିଁ । ଦରକାର ପଡିଲେ ବହୁତ କମ ପାଣି ପିଅନ୍ତୁ । ଖାଇ ସାରି ସଙ୍ଗେ ସଙ୍ଗେ ଯାଇ କେବେବି ଶୋଇ ପଡନ୍ତୁ ନାହିଁ ।

ତେବେ ଖାଦ୍ୟ ଖାଇବା ସମୟରେ ଏହି ସବୁ ଖାଦ୍ୟ ଖାଇବାର ସଠିକ ନିୟମ ଉପରେ ବିଶେଷ ଧ୍ୟାନ ଦେଇ ଖାଦ୍ୟକୁ ଭଲ ଭାବେ ଖାଆନ୍ତୁ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News