Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ବି ଲୁହ ଆସିଥାଏ, ତେବେ କଣ ଅଟେ ଏହାର ରହସ୍ୟ

ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ବି ଲୁହ ଆସିଥାଏ, ତେବେ କଣ ଅଟେ ଏହାର ରହସ୍ୟ

Kalinga News 1 week ago

ମର ପ୍ରାଚୀନ ଗ୍ରନ୍ଥ ଅନୁସାରେ ପ୍ରଥମରୁ ଏହି ବ୍ରାହ୍ମାଣ୍ଡ ଖାଲି ଥିଲା । ସବୁଆଡେ କେବଳ ଅନ୍ଧକାର ଥିଲା । ଏହା ପରେ ଅଚାନକ ଏକ ବିଶାଳକାୟ ଶିବଲିଙ୍ଗ ପ୍ରକଟ ହେଲା । ଯାହା ଦ୍ଵାରା ଏହି ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ଊର୍ଜାରେ ଭରିଗଲା । ଏହା ପରେ ବ୍ରହ୍ମାଣ୍ଡରେ ପଦାର୍ଥର ନିର୍ମାଣ ହେଲା ଯେଉଁଥିରେ ଜଳ, ଧାତୁ, ବାୟୁ, ଅଗ୍ନି ଭଳି ଅନେକ ଜିନିଷର ନିର୍ମାଣ ହେଲା ।

ଏହି କାରଣରୁ କୁହାଯାଏ କି ଏହି ବ୍ରହ୍ମାଣ୍ଡରେ ଭଗବାନ ଶିବ ଶଙ୍କରଙ୍କର ବାସ ଅଟେ । ଶିବ ହିଁ ଆଦି ଓ ଶିବ ହିଁ ଅନ୍ତ ଅଟନ୍ତି । ଯେତେବେଳେ ଆପଣ ପୂଜା କରିବାକୁ ବସନ୍ତି ବା ଧ୍ୟାନ କରିବାକୁ ବସନ୍ତି ତେବେ ଆପଣଙ୍କ ଆତ୍ମାର କନେକ୍ସନ ଈଶ୍ବରଙ୍କ ସହିତ ହୋଇଥାଏ ।

ସମସ୍ତ ସଜୀବ ଓ ନିର୍ଜୀବ ଜିନିଷରେ ତାଙ୍କର ବାସ ହୋଇଥାଏ । ଏହି କାରଣରୁ ଯେତେବେଳେ ଆପଣଙ୍କ ଅନ୍ତର ଆତ୍ମା ଓ ଈଶ୍ବରଙ୍କ ମଧ୍ୟରେ ସମ୍ପର୍କ ହୋଇଥାଏ ତେବେ ଇଶ୍ଵର ଆପଣଙ୍କୁ କିଛି ସଙ୍କେତ ଦେଇଥାନ୍ତି । ଏହି ସଙ୍କେତ ବହୁତ ସାଧାରଣ ହୋଇଥାଏ । ଏହାକୁ ଆମେ ବୁଝି ନପାରି ନଜର ଅନ୍ଦାଜ କରିଦେଉ । ଯେତେବେଳେ ଆପଣ ପୂଜାପାଠ କରିଥାନ୍ତି ତେବେ ଆପଣଙ୍କ ଆଖାପାଖର ବାତାବରଣ ସକରାତ୍ମକ ଊର୍ଜାରେ ଭରିଯାଏ ଓ ଏହି କାରଣରୁ ଆମକୁ ପ୍ରସନ୍ନତା ଅନୁଭବ ହୋଇଥାଏ । ଦୁଃଖ ବି ଖୁସିରେ ବଦଳିଯାଇଥାଏ । ଚାଲନ୍ତୁ ଜାଣିବା ଏମିତି ହିଁ କିଛି ସଙ୍କେତ ବିଷୟରେ ଯାହା ଭଗବାନ ଆମକୁ ଦେଇଥାନ୍ତି ।

ପୂଜା କରିବା ସମୟରେ ଆଖିରେ ଲୁହ ଆସିବା

ଯଦି ଆପଣ ଈଶ୍ଵରଙ୍କ ଆରାଧନାରେ ଧ୍ୟାନ ଲଗାଇ ବସିଛନ୍ତି ଓ ଅଚାନକ ଆଖିରେ ଲୁହ ଆସିଯାଏ ତେବେ ଏହା ଈଶ୍ବରଙ୍କ ସଙ୍କେତ ଅଟେ କି ଆପଣଙ୍କ ଆତ୍ମାର ଈଶ୍ବରୀୟ ଶକ୍ତି ସହିତ ମିଳନ ହେଇସାରିଛି । ଏମିତି ସମୟରେ ଈଶ୍ଵରଙ୍କୁ ନିଜ ମନୋକାମନା ଅବଶ୍ୟ କୁହନ୍ତୁ । ଏହି ସମୟରେ ଈଶ୍ଵରଙ୍କୁ କରିଥିବା ସବୁ ପ୍ରାର୍ଥନାର ଫଳ ମିଳିଥାଏ । ଏହା ଈଶ୍ଵରଙ୍କୁ କିଛି ମାଗିବାର ସର୍ବୋତ୍ତମ ସମୟ ହୋଇଥାଏ ।

ଏହା ସହିତ ପୂଜା ସମୟରେ ଆଖିରେ ଲୁହ ଆସିବାର କାରଣ ଏହା ହୋଇଥାଏ କି ଆପଣଙ୍କ ଭିତରେ ଖରାପ ଗୁଣ ଶେଷ ହେଉଛି ଓ ଆପଣଙ୍କ ଆତ୍ମା ଶୁଦ୍ଧ ହେଉଛି ।

ଦୀପର ଜ୍ୟୋତି

ଅଗ୍ନି ପଞ୍ଚତତ୍ତ୍ଵ ମଧ୍ୟରୁ ଗୋଟିଏ ଅଟେ । ଏଥିରେ ଭଗବାନ ଶିବ ଶଙ୍କରଙ୍କର ବାସ ହୋଇଥାଏ । ଯଦି ଆପଣ ପୂଜା କରୁଛନ୍ତି ଓ ଆପଣଙ୍କ ସାମ୍ନାରେ ଥିବା ଦୀପର ଜ୍ଯୋତି ଅଚାନକ ବଢିଯାଏ, ତେବେ ଏହା ଈଶ୍ବରଙ୍କ ସଙ୍କେତ ଅଟେ କି ସେ ଆପଣଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ଅଟନ୍ତି । ଏମିତି ସମୟରେ ଆମକୁ ଈଶ୍ବରଙ୍କ ପ୍ରାର୍ଥନା କରିବା ଆବଶ୍ୟକ ଓ ନିଜର ମନୋକାମନା କହିବା ଆବଶ୍ୟକ ।

ଧୂପବତୀର ଧୂଆଁ

ଯଦି ଆପଣ ପୂଜା କରିବା ସମୟରେ ଆପଣଙ୍କୁ ନଜର ଆସେ କି ଆପଣ ଲଗାଇଥିବା ଅଗରବତୀର ଧୂଆଁ ଈଶ୍ବରଙ୍କ ପ୍ରତିମା ଆଡକୁ ଯାଉଛି ତେବେ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ପୂଜାକୁ ଇଶ୍ଵର ସ୍ଵୀକାର କରିଛନ୍ତି ।

ଫୁଲ ପଡିବା

ଯଦି ଆପଣ ପୂଜା ଓ ଧ୍ୟାନ କରିବା ପୂର୍ବରୁ ଈଶ୍ବରଙ୍କ ପ୍ରତିମା ଉପରେ ଫୁଲ ଚଢାଇଛନ୍ତି ଓ ଧ୍ୟାନ କରିବା ସମୟରେ ଏହା ଆପଣଙ୍କ ଆଡକୁ ଗଳି ପଡିଥାଏ ତେବେ ଏହାକୁ ବହୁତ ଶୁଭ କୁହାଯାଇଥାଏ । ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ଆରାଧନାକୁ ଇଶ୍ଵର ସ୍ଵୀକାର କରି ନେଇଛନ୍ତି ଓ ଏହାର ଉଚିତ ଫଳ ଆପଣଙ୍କୁ ନିଶ୍ଚୟ ମିଳିବ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News