Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜଧାନୀ ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣ, ନିଜ ଶରୀରକୁ ଏହାର କୁପ୍ରଭାବରୁ ରକ୍ଷା କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ଯ

ରାଜଧାନୀ ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣ, ନିଜ ଶରୀରକୁ ଏହାର କୁପ୍ରଭାବରୁ ରକ୍ଷା କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ଯ

Kalinga News 1 week ago

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଆଖପାଖର ଅଞ୍ଚଳରେ ପୁଣି ଥରେ ପ୍ରଦୂଷଣ ସମସ୍ୟା ବଢ଼ିବାରେ ଲାଗିଛି। ଗତ କିଛି ଦିନରେ ଦିଲ୍ଲୀର ପବନ ପ୍ରଦୂଷିତ ହେବାକୁ ଲାଗିଛି ଏବଂ AQI ଲଗାତାର ୪୦୦ଉପରେ ରହିଛି। ଦିଲ୍ଲୀରେ କରୋନା ଭାଇରସ୍ ସହ ଲୋକଙ୍କୁ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡ଼ୁଛି। କରୋନା ଏବଂ ପ୍ରଦୂଷଣ ଦୁଇଟି ଫୁସଫୁସକୁ ଆକ୍ରମଣ କରିଥାନ୍ତି ।

ଏପରି କ୍ଷେତ୍ରରେ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ। ଆପଣ ନିଜ ଡାୟେଟରେ କିଛି ଏପରି ଜିନିଷ ସାମିଲ କରିପାରିବେ ଯାହା ଶରୀରକୁ ପ୍ରଦୂଷଣର କୁପ୍ରଭାବରୁ ମୁକ୍ତି ଦେଇପାରେ। ଆସନ୍ତୁ ଜାଣିବା ଏପରି ଜିନିଷ ବିଷୟରେ

ଗୁଡ଼ : ବାୟୁ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ସବୁଠୁ ଅଧିକ ଜରୁରୀ ଏବଂ ଲାଭଦାୟକ ହେଉଛି ଗୁଡ଼। ନିଜ ଡାୟେଟରେ ଗୁଡ଼କୁ ସାମିଲ କରି ଆପଣ ପ୍ରଦୂଷଣରୁ ବର୍ତ୍ତି ପାରିବେ। କାରଣ ଗୁଡ଼ରେ ଆଣ୍ଟି ଆଲର୍ଜି ଗୁଣ ସାମିଲ ହୋଇଥାଏ ଯାହା କାରଣରୁ ଏହା ଶ୍ବାସ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଗୁଡ଼ରେ ଆଇରନ ପ୍ରଚୁର ମାତ୍ରାରେ ଥାଏ। ଆଇରନ ରକ୍ତରେ ହିମୋଗ୍ଲୋବିନର ସ୍ତର ସାମାନ୍ୟ କରିଥାଏ। ଯାହା ଫଳରେ ରକ୍ତରେ ଅକ୍ସିଜେନର ସ୍ତର ବଢ଼ି ଯାଇଥାଏ। ଏହା ଅନେକ ଅଧ୍ୟୟନରୁ ମଧ୍ୟ ପ୍ରମାଣିତ ହୋଇ ସାରିଛି ଯେ ପ୍ରତି ଦିନ ଗୁଡ଼ ଖାଇବା ଦ୍ବାରା ପବନରେ ବ୍ୟାପିଥିବା ପ୍ରଦୂଷଣର ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡ଼ିନଥାଏ। ଏଥିପାଇଁ ବୋଧହୁଏ ଆମ ଗୁରୁଜନମାନେ ସବୁବେଳେ ଖାଇବା ପରେ ନିଶ୍ଚିତ ଗୁଡ଼ ଖାଇଥାନ୍ତି ଏବଂ ଏହା ସହିତ ସମସ୍ତଙ୍କୁ ଗୁଡ଼ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଗୁଡ଼ ଖାଇବା ଦ୍ବାରା ଶରୀରକୁ ଏନର୍ଜି ମିଳିଥାଏ ଏବଂ ଏହା କାଶ ଥଣ୍ଡା ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ଅଲିଭ ତେଲ : ଅଲିଭ ତେଲରେ ଭିଟାମିନ୍ ଇ ଥାଏ। ଯାହା ଫୁସଫୁସ୍ ସମସ୍ୟାକୁ ଦୂର କରି ଏହାର ଫଙ୍କସନକୁ ଉନ୍ନତ କରିଥାଏ। ଅଲିଭ ତେଲରେ ଥିବା ଫ୍ୟାଟି ଏସିଡ ଶରୀରର ଫୁଲାକୁ କମ୍ କରିଥାଏ। ଏହା ବ୍ୟତୀତ ଏହା ପ୍ରଦୂଷଣର କାରଣ ହେଉଥିବା କାର୍ଡ଼ିଓ ଭାସ୍କୁଲାର ହୃଦ୍ ସମସ୍ୟାଠୁ ସୁରକ୍ଷିତ ରଖିଥାଏ।

ଅଳସୀ : ଅଳଦୀରେ ପ୍ରଚୁର ମାତ୍ରାରେ ଫାଇଟୋଇଷ୍ଟୋଜେନ୍ ଏବଂ ଓମେଗା ୩ଫ୍ୟାଟି ଏସିଡ ଥାଏ। ଫାଇଟୋଇଷ୍ଟୋଜେନରେ ଆଣ୍ଟି ଅକ୍ସିଡେଣ୍ଟ ପ୍ରପର୍ଟି ରହିଥାଏ। ଯାହା ଶ୍ବାସରୋଗ ଏବଂ ପ୍ରଦୂଷଣର କାରଣ ହେଉଥିବା ଆଲର୍ଜିଠୁ ସୁରକ୍ଷିତ ରଖିଥାଏ।

ହର୍ବାଲ୍ ଟି : ଓଜନ କମ୍ କରିବାଠୁ ଆରମ୍ଭ କରି ସୁସ୍ଥ ରହିବା ଯାଏଁ ହର୍ବାଲ୍ ଟି ସ୍ବାସ୍ଥ୍ୟ ପାଇଁ ଅନେକ ଦିଗରୁ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରରେ ଥିବା ଟକ୍ସିସକୁ ବାହାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ସହିତ ଏହା ପ୍ରଦୂଷଣର କାରଣରେ ହେଉଥିବା ଆଲର୍ଜିଠୁ ବି ସୁରକ୍ଷିତ ରଖିଥାଏ। ଆପଣ ଘରେ ମଧ୍ୟ ତୁଳସୀ,ଅଦା ଏବଂ ଲେମ୍ବୁ ରସ ସାହାଯ୍ୟରେ ହର୍ବାଲ୍ ଟି କରି ପାରିବେ।

ଟମାଟୋ : ପ୍ରଦୂଷଣ ପ୍ରଭାବରୁ ବର୍ତ୍ତିବା ପାଇଁ ନିଜ ଡାୟେଟରେ ଟମାଟୋ ନିଶ୍ଚୟ ସାମିଲ କରନ୍ତୁ। ଏଥିରେ ଲାଇକୋପିନ୍ ନାମକ ଆଣ୍ଟି ଅକ୍ସିଡାଣ୍ଟ ଥାଏ ଯାହା ପ୍ରଦୂଷଣ କାରଣୁ ହେଉଥିବା ଶ୍ବାସ ସମ୍ବନ୍ଧୀୟ ସମସ୍ୟାଠୁ ସୁରକ୍ଷିତ ରଖିଥାଏ।

ପାଣି : ନିଃଶ୍ବାସରୁ ଶରୀରକୁ ପହଞ୍ଚୁଥିବା ବିଷକୁ ବାହାର କରିବା ପାଇଁ ପାଣି ଅତ୍ୟନ୍ତ ଜରୁରୀ। ଏଥିପାଇଁ ପାଣି ପିଇବାକୁ ଜମା ଭୁଲନ୍ତୁ ନାହିଁ। ଦିନରେ ପାଖାପାଖି ୪ଲିଟର ପାଣି ପିଅନ୍ତୁ। ଘରୁ ବାହାରିବା ସମୟରେ ମଧ୍ୟ ପାଣି ପିଅନ୍ତୁ। ଏହା ଦ୍ବାରା ଶରୀରରେ ଅକ୍ସିଜେନର ସପ୍ଲାଇ ଉପଯୁକ୍ତ ରହିବ ଏବଂ ପରିବେଶରେ ଥିବା ବିଷାକ୍ତ ଗ୍ୟାସ୍ ଯଦି ରକ୍ତ ଯାଏଁ ପହଞ୍ଚିବ ତେବେ କମ୍ କ୍ଷତି ପହଞ୍ଚାଇବ।

ରସୁଣ : ରସୁଣରେ ଆଣ୍ଟି ବାୟୋଟିକ୍ ତତ୍ତ୍ବ ରହିଥାଏ ଯାହା ପ୍ରଦୂଷଣ ସହ ଲଢ଼ିବାର କ୍ଷମତା ବୃଦ୍ଧି କରିଥାଏ ଏଥିପାଇଁ ରସୁଣକୁ ମଧ୍ୟ ନିଜ ଡାୟେଟରେ ସାମିଲ କରନ୍ତୁ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News