Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସବୁଠୁ ଅଧିକ ସ୍ୟାଲେରୀ ନେଇଥିବା ବ୍ୟକ୍ତି ହେଇଗଲେ ସୁନ୍ଦର ପିଚାଇ, ଆସନ୍ତୁ ଜାଣିବା ତାଙ୍କର ପୁରା ସ୍ୟାଲେରୀ ଷ୍ଟ୍ରକ୍ଚର

ସବୁଠୁ ଅଧିକ ସ୍ୟାଲେରୀ ନେଇଥିବା ବ୍ୟକ୍ତି ହେଇଗଲେ ସୁନ୍ଦର ପିଚାଇ, ଆସନ୍ତୁ ଜାଣିବା ତାଙ୍କର ପୁରା ସ୍ୟାଲେରୀ ଷ୍ଟ୍ରକ୍ଚର

Kalinga News 6 days ago

ଗୁଗୁଲ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ସମୟରେ ଗୁଗଲ ପୁରା ବିଶ୍ଵରେ ବିସ୍ତାର କରି ସାରିଛି । ଯଦି ଆମେ ଗୁଗଲ କମ୍ପାନୀର CEO ବିଷୟରେ କଥାବାର୍ତ୍ତା କରିବା ତେବେ ସେହି କମ୍ପାନୀର CEO ଜଣେ ଭାରତୀୟ ଅଟନ୍ତି ଓ ତାଙ୍କ ନାମ ହେଉଛି ସୁନ୍ଦର ପିଚାଇ । ଯାହାଙ୍କ ବିଷୟରେ ପ୍ରାୟତଃ ଲୋକମାନେ ଜାଣି ନାହାନ୍ତି । ସୁନ୍ଦର ପିଚାଇଙ୍କ ଜନ୍ମ ଜୁନ ୧୦, ୧୯୭୨ ମସିହାରେ ମଦୁରାଇ ତାମିଲନାଡୁରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୪୭ ବର୍ଷ ହୋଇ ଯାଇଛି ।

କହିବାକୁ ଗଲେ ଆଜି ଆମେ ତାଙ୍କର ସ୍ୟାଲେରୀ ବିଷୟରେ ଚର୍ଚା କରିବା । ଆପଣଙ୍କୁ କହିଦେଉଛୁ କି ଗୁଗଲ ଓ ଅଲ୍ଫାବେଟର ସିଇଓ ସୁନ୍ଦର ପିଚାଇଙ୍କୁ ବର୍ଷ ୨୦୧୯ରେ କମ୍ପେସେଶନ ରୂପରେ ୨୮୧ ମିଲିୟନ ଡଲାର (୨୦୦୦ କୋଟି ଟଙ୍କାରୁ ବି ଅଧିକ) ଟଙ୍କା ମିଳିଛି । ଯାହାକି ବିଶ୍ଵର କୌଣସି ବି ଏଗ୍ଜିକ୍ୟୁଟିଭକୁ ମିଳିଥିବା ସବୁଠୁ ଅଧିକ କମ୍ପେସେଶନ ଅଟେ । ସୁନ୍ଦର ପିଚାଇ ଗତ ବର୍ଷ ହିଁ ଗୁଗଲର ସିଇଓ ଠାରୁ ପ୍ରମୋଟ ହୋଇ ଅଲ୍ଫାବେଟର ସିଇଓ ହୋଇ ଯାଇଥିଲେ । ଏମିତିରେ ସେ ବର୍ତ୍ତମାନ ଗୁଗଲ ଓ ଅଲ୍ଫାବେଟ ଦୁଇଟି ହିଁ କମ୍ପାନୀର ସିଇଓ ଅଟନ୍ତି ।

ଏହା ସହିତ ତାଙ୍କର ସ୍ୟାଲେରୀର ଏକ ବଡ ଅଂଶ ସ୍ଟକ ଅଟେ । ଯାହା ଏହି କଥା ଉପରେ ନିର୍ଭର କରିଥାଏ କି S&P 100 indexରେ ଅନ୍ୟ କମ୍ପାନୀମାନଙ୍କ ତୁଳନାରେ ଅଲ୍ଫାବେଟ ସ୍ଟକ ଉପରେ କଣ ରିଟର୍ନ ମିଳିଥାଏ । ଏମିତିରେ ତାଙ୍କର ସ୍ୟାଲେରୀ ୨୮୧ ମିଲିୟନ ଡଲାର ଠାରୁ ବଢି ବି ପାରେ ଓ କମ ମଧ୍ୟ ହୋଇପାରେ ।

ଏକ ସୂଚନା ଅନୁସାରେ ୨୦୧୯ରେ ସୁନ୍ଦର ପିଚାଇଙ୍କ ବର୍ଷକୁ ସ୍ୟାଲେରୀ ୬.୫ ଲକ୍ଷ ଡଲାର (୪.୫ କୋଟି ଟଙ୍କାରୁ ବି ଅଧିକ) ଥିଲା । ଯାହା ଏହି ବର୍ଷ ବଢି ୨୦ ଲକ୍ଷ ଡଲାର (୧୪ କୋଟି) ହୋଇଯିବ । କମ୍ପାନୀ ତରଫରୁ ମିଳିଥିବା ସୂଚନା ଅନୁସାରେ, CEOକୁ ମିଳୁଥିବା କମ୍ପେସେଶନ ଅଲ୍ଫାବେଟର ଆଭରେଜ ସ୍ୟାଲେରୀର ୧୦୮୫ ଗୁଣ ହୋଇଥାଏ ।

ସୁନ୍ଦର ପିଚାଇଙ୍କୁ ୨୦୧୯ରେ ହିଁ ଗୁଗଲ ଠାରୁ ପ୍ରମୋଟ କରି ଅଲ୍ଫାବେଟ କମ୍ପାନୀର CEO କରି ଦିଆଯାଇଥିଲା । ସେ ଲ୍ୟାରୀ ପେଜର ସ୍ଥାନ ନେଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସୁନ୍ଦର ପିଚାଇଙ୍କ ପାଖରେ କରୋନା କ୍ରାଇସିସ ବହୁତ ବଡ ଚ୍ୟାଲେଞ୍ଜ ଅଟେ । ଏହା ସହିତ କମ୍ପାନୀ ପୂର୍ବରୁ ହିଁ କହି ସାରିଛି ସେ ନୂଆ କର୍ମଚାରୀ ରଖିବ ନାହିଁ । ଏହା ସହିତ ନୂଆ ସ୍ଥାନରେ ନିବେଶ ବି କରିବ ନାହିଁ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News