Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶିବଲିଙ୍ଗରେ ଭୁଲରେ ବି ଚଢାନ୍ତୁ ନାହିଁ ଏହି ଜିନିଷ, ଅଶୁଭ ହେବା ସହ କ୍ରୋଧିତ ହୁଅନ୍ତି ଭୋଲେନାଥ

ଶିବଲିଙ୍ଗରେ ଭୁଲରେ ବି ଚଢାନ୍ତୁ ନାହିଁ ଏହି ଜିନିଷ, ଅଶୁଭ ହେବା ସହ କ୍ରୋଧିତ ହୁଅନ୍ତି ଭୋଲେନାଥ

Kalinga News 2 weeks ago

ହିନ୍ଦୁ ଧର୍ମରେ ଲୋକ ବହୁତ ସାବଧାନ ହୋଇଥାନ୍ତି । ଭଗବାନ ଶିବଙ୍କୁ କ୍ରୋଧିତ କଲାପରି କାମ କେହି କରିବାକୁ ଚାହାଁନ୍ତି ନାହିଁ କିନ୍ତୁ ଯଦି ଭୁଲରେ ବା ଅଜାଣତରେ କୌଣସି ଭକ୍ତ ଏମିତି କାମ କରିଦିଅନ୍ତି , ତେବେ ଭୋଳାନାଥ ଦୟାର ସାଗର ଅଟନ୍ତି । ଶିବଲିଙ୍ଗର ପୂଜା ସମସ୍ତେ କରିଥାନ୍ତି କିନ୍ତୁ ଶିବଲିଙ୍ଗରେ ଭୁଲରେ ବି ଚଢାନ୍ତୁ ନାହିଁ ଏହି ଜିନିଷ, ଏହା ଦ୍ଵାରା ଭୋଳାନାଥ ବହୁତ ରାଗିଥାନ୍ତି ଓ ତାଙ୍କ କ୍ରୋଧ ବିଷୟରେ ତ ହିନ୍ଦୁ ଧର୍ମ ଲୋକ ଭଲ ଭାବରେ ଜାଣିଛନ୍ତି ।

ତାଙ୍କ କ୍ରୋଧକୁ ତ ଲୋକ ବହୁତ ଡରିଥାନ୍ତି କାରଣ ଯଦି ଗୋଟିଏ ଥର ଭୋଳାନାଥ ରାଗିଯାନ୍ତି ତେବେ ତାଙ୍କୁ ଶାନ୍ତ କରିବା କାହାରି ଦ୍ଵାରା ସମ୍ଭବ ହୋଇ ନଥାଏ ।

ଏମିତି କୁହାଯାଇଥାଏ କି ଦେବତାମାନଙ୍କ ଭିତରେ ସବୁଠାରୁ ସିଧା, ସବୁଠାରୁ ଶୀଘ୍ର ଭକ୍ତ ଉପରେ ପ୍ରସନ୍ନ ହେଉଥିବା ଭଗବାନ ଏକ ମାତ୍ର ଶିବ ଅଟନ୍ତି କିନ୍ତୁ ଏହା ମଧ୍ୟ ସତ୍ୟ ଯେ ତାଙ୍କୁ ଯଦି ଥରେ କ୍ରୋଧ ଆସିଯାଇଥାଏ ତେବେ ତାଙ୍କୁ ଶାନ୍ତ କରିବା କୌଣସି ଦେବତା ବା କୌଣସି ଭଗବାନଙ୍କ ଦ୍ଵାରା ସମ୍ଭବ ହୋଇନଥାଏ ।

ଦେବଙ୍କର ଦେବ କୁହାଯାଉଥିବା ମହାଦେବଙ୍କୁ ହିନ୍ଦୁ ଧର୍ମକୁ ଛାଡି ଅନ୍ୟ ଧର୍ମର ଲୋକ ମଧ୍ୟ ଜାଣନ୍ତି ଓ ତାଙ୍କ କ୍ରୋଧ ବିଷୟରେ ହିନ୍ଦୁ ଧର୍ମର ଲୋକ ଶିବ ପୁରାଣରେ ପଢିଥିବେ । ଆଜି ଆମେ ଆପଣଙ୍କୁ ଜଣାଇଦେବୁ କି ଶିବଲିଙ୍ଗ ଉପରେ ଏମିତି କଣ ଜିନିଷ ଚଢାଇବା କଥା ନୁହେଁ ।

୧ । ତୁଳସୀ

ପ୍ରାୟତଃ ଲୋକ ଭଗବାନଙ୍କୁ ଭୋଗ ଲଗାଇବା ସମୟରେ ସେଥିରେ ତୁଳସୀ ପକାଇଥାନ୍ତି । ତୁଳସୀକୁ ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ଗଛ ବୋଲି ମାନନ୍ତି ଓ ଏହାର ପୂଜା ମଧ୍ୟ ପ୍ରତିଦିନ କରନ୍ତି । କିନ୍ତୁ ଭଗବାନ ଶିବଙ୍କୁ ଏଇଥିପାଇଁ ତୁଳସୀ ଚଢାଇବା କଥା ନୁହେଁ କାରଣ ଏମିତି କୁହାଯାଏ କି ତୁଳସୀଙ୍କର ସ୍ଵାମୀ ଜଳନ୍ଧରର ହତ୍ୟା ଶିବଙ୍କ ଦ୍ଵାରା ହୋଇଥିଲା ।

୨ । ହଳଦୀ

ହଳଦିକୁ ବହୁତ ଶୁଭ ମାନନ୍ତି ଓ ହିନ୍ଦୁ ଧର୍ମରେ ସବୁ ଶୁଭକାମକୁ କରିବା ପୂର୍ବରୁ ହଳଦିର ପ୍ରୟୋଗ କରାଯାଇଥାଏ । କିନ୍ତୁ ହଳଦିର ସମ୍ବନ୍ଧ ଭଗବାନ ବିଷ୍ଣୁ ଓ ସୌଭାଗ୍ୟ ସହିତ ଥିବାରୁ ଭଗବାନ ଶିବଙ୍କର ଶିବଲିଙ୍ଗରେ ଚଢାଯାଇନଥାଏ ।

୩ । ଭାଙ୍ଗିଯାଇଥିବା ଚାଉଳ

ଭଗବାନ ଶିବଙ୍କ ଉପରେ ଯେବେ ବି ଚାଉଳ ଚଢାନ୍ତି ତେବେ ଏହି କଥାର ଧ୍ୟାନ ରଖିବେ କି ଚାଉଳ ସବୁ ଗୋଟା ହେବା ଦରକାର କାରଣ ଭଙ୍ଗା ଚାଉଳକୁ ଅଶୁଭ ମାନନ୍ତି । ସେଥିପାଇଁ ଭଙ୍ଗା ଚାଉଳ ଚଢାଇବା କଥା ନୁହେଁ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News