Dailyhunt
ଯଦି ଆପଣଙ୍କ ଆଖପାଖରେ ଘଟୁଛି ଏହି ସବୁ ଘଟଣା ତେବେ ବୁଝି ଯାଅନ୍ତୁକି ଆପଣଙ୍କର ଭଲ ସମୟ ଆରମ୍ଭ ହେଇ ଯାଇଛି

ଯଦି ଆପଣଙ୍କ ଆଖପାଖରେ ଘଟୁଛି ଏହି ସବୁ ଘଟଣା ତେବେ ବୁଝି ଯାଅନ୍ତୁକି ଆପଣଙ୍କର ଭଲ ସମୟ ଆରମ୍ଭ ହେଇ ଯାଇଛି

Kalinga News 2 weeks ago

ଦୁନିଆରେ ସବୁ ମଣିଷ ଖୁସିରେ ରହିବା ପାଇଁ ଚାହାଁନ୍ତି । ସେଥିପାଇଁ ସବୁ ମଣିଷ ପରିଶ୍ରମ କରିଥାନ୍ତି । ଦିନକୁ ଦୁଇ ମୁଠା ଭଲ କରି ଖାଇବା ଏବଂ ଭଲ ପିନ୍ଧିବା ପାଇଁ ସମସ୍ତେ ଅଲଗା ଅଲଗା ମାଧ୍ୟମରେ ରୋଜଗାର କରିଥାନ୍ତି । ଏହା ପରେ ବି ଆମ ମାନଙ୍କ ଜୀବନରେ ଗ୍ରହ ମାନଙ୍କର ବି ବହୁତ ଭୂମିକା ରହିଛି । ଯଦି ଗ୍ରହ ମାନଙ୍କର ଚଳନ ଠିକ ଥାଏ ତାହେଲେ ଆମ ଜୀବନରେ ଖୁସି ଆସିବା ସହିତ ଆମ ଭାଗ୍ୟ ବି ବଦଳି ଯାଇଥାଏ ।

ସେହ ପରି ଯଦି ଗ୍ରହଙ୍କ ଚଳନ ଖରାପ ଥାଏ ତାହେଲେ ଆମ ମାନଙ୍କ ଜୀବନ ଦୁଖଃ କଷ୍ଟ ରେ ଭରି ଯାଇଥାଏ, ଯେତେ ଚାହିଁଲେ ବି ଆମେ ତାକୁ ଦୂର କରି ପାରି ନଥାଉ ।

ଗ୍ରହ ଦୋଷ କାଟିବା ପାଇଁ ମଧ୍ୟ ଆମେ ବହୁତ ପୂଜା ପାଠ କରିଥାଉ ଏହା ଦ୍ଵାରା ଆମକୁ କିଛି ଲାଭ ମିଳିଥାଏ । ଏହି ଭଳି ଭାବେ ଆମ ଜୀବନରେ ଦୁଃଖ ସୁଖ ସବୁବେଳେ ଲାଗି ରହିଥାଏ । ମଣିଷ ଅନେକ କଥାକୁ ନେଇ ମଧ୍ୟ ବହୁତ ଚିନ୍ତାରେ ରହିଥାନ୍ତି ଯାହା ଫଳରେ କି ସେ ବହୁତ କଷ୍ଟ ପାଇଥାଏ । ଦୁଃଖ ଦୂର କରିବା ପାଇଁ ଆମେ ସବୁବେଳେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାଉ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି କି କିଛି ଏମିତି ଘଟଣା ଅଛି ଯାହା ଆମକୁ ଭଲ ସମୟ ଆସିବାର ସୂଚନା ଦେଇଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ଘଟଣା ବିଷୟରେ କହିବୁ ଯାହାଦ୍ୱାରା ଆପଣ ଜାଣି ପାରିବେ କି ଆପଣଙ୍କ ଜୀବନରେ ଭଲ ସମୟ ଆରମ୍ଭ ହେବାକୁ ଯାଉଛି ।

୧ - ଯଦି ଆପଣ ସକାଳୁ ଉଠିବା ପରେ ବିଲେଇ ଛୁଆକୁ ଦେଖିଥାନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଶୁଭ ସଙ୍କେତ ଅଟେ । ଏଥିରୁ ଆପଣ ବୁଝିଯିବେ କି ଆପଣଙ୍କର ଭଲ ଦିନ ଆରମ୍ଭ ହେବାକୁ ଯାଉଛି ।

୨ - ଘରଚଟିଆ କୁ ଶୁଭ ବୋଲି କୁହାଯାଇ ଥାଏ । କୁହାଯାଏ କି ଯଦି କୌଣସି ବ୍ୟକ୍ତିଙ୍କ ଘରେ ଘରଚଟିଆ ବସା କରି ରହିଥାଏ ଏବଂ ସେଠାରେ ତାର ଛୁଆ ହୁଏ ତାହେଲେ ଏହା ଆପଣଙ୍କ ପାଇଁ ଖୁସିର ପ୍ରତୀକ ଅଟେ ଏହା ଦ୍ଵାରା ଆପଣଙ୍କ ଘରୁ ସଙ୍କଟ ମଧ୍ୟ ଦୂର ହୋଇ ଯାଇଥାଏ ।

୩ - ଯଦି ଆପଣଙ୍କ ଘରର ଆଖପାଖ ରେ ଯନ୍ଦା ଏକାଠି ହେଉଥିବାର ଦେଖନ୍ତି ବା ସେମାନେ ଗୋଟିଏ ଧାଡିରେ ଚାଲୁ ଥିବାର ଦେଖିବେ ତାହେଲେ ଆପଣଙ୍କର ଭଲ ସମୟ ଆରମ୍ଭ ହେଉଛି ବୋଲି ବୁଝିଯିବେ । ଏହାଦ୍ଵାରା ଆପଣଙ୍କ ଘରକୁ ଖୁସି ଖବର ଆସିବାର ସଂକେତ ମିଳିଥାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News