Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯଦି ସ୍ଵାମୀ ଆର୍ମୀରେ ରହିଥାନ୍ତି ତେବେ ଘରେ କେମିତି ଏକୁଟିଆ କଟାଇଥାନ୍ତି ପତ୍ନୀ ନିଜର ଜୀବନକୁ. ସମସ୍ତଙ୍କୁ ପଢିବା ଦରକାର ନେହାଙ୍କର ଏହି କାହାଣୀ

ଯଦି ସ୍ଵାମୀ ଆର୍ମୀରେ ରହିଥାନ୍ତି ତେବେ ଘରେ କେମିତି ଏକୁଟିଆ କଟାଇଥାନ୍ତି ପତ୍ନୀ ନିଜର ଜୀବନକୁ. ସମସ୍ତଙ୍କୁ ପଢିବା ଦରକାର ନେହାଙ୍କର ଏହି କାହାଣୀ

Kalinga News 1 week ago

କ ଯବାନର ଜୀବନ କେତେ କଠିନ ହୋଇଥାଏ ଏବଂ ସବୁବେଳେ ତାଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାକୁ ପାର କରି ଦେଶର ସେବା ପାଇଁ ପ୍ରସ୍ତୁତ ରହିବାକୁ ପଡିଥାଏ । ଏହି କଥାର ଅନ୍ଦାଜ ଆପଣ ବର୍ତ୍ତମାନ ହୋଇଥିବା ପୁଲୱାମାର ଆକ୍ରମଣରେ ସହିଦ ହୋଇଥିବା ଦେଶର ଯବାନ ଏବଂ ତାଙ୍କର ପରିବାରର ଲୁହକୁ ଦେଖି ଜାଣି ପାରିବେ । ଯେତେବେଳେ ଗୋଟିଏ ସ୍ଵାମୀ ଆର୍ମୀରେ ରହିଥାଏ ଏବଂ ସୀମା ଉପରେ ଛିଡା ହୋଇଥାଏ ତେବେ ତାହାର ପତ୍ନୀର ଜୀବନ କେମିତି ହୋଇଥାଏ ।

ଗୋଟିଏ ଯବାନର ପତ୍ନୀ ନିଜର କାହାଣୀରେ ଏହା ବିଷୟରେ କହିଛନ୍ତି । ନେହା କଶ୍ୟପ ଏକ ସୈନିକଙ୍କର ପତ୍ନୀ ଅଟନ୍ତି । "ହ୍ଯୂମଂସ ଅଫ ବମ୍ବେ" ନାମକ ଫେସବୁକ ପେଜ ଉପରେ ଲେଖା ହୋଇଥିବା ତାଙ୍କର ଏକ ପୋଷ୍ଟ ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ବର୍ତ୍ତମାନ ସୁଧା ଏହି ପୋଷ୍ଟକୁ ୧୦ ହଜାର ଥର ଶେୟାର କାରା ଯାଇଛି ।

ନେହା ଏହି ପୋଷ୍ଟରେ ନିଜର ସ୍ଵାମୀଙ୍କ ସହିତ ପ୍ରଥମ ଦେଖାରୁ ଆରମ୍ଭ କରି ସେ ସମସ୍ତ ଅନୁଭୂତିକୁ ପ୍ରକାଶ କରିଛନ୍ତି ଯାହା କାହାକୁ ବି ଭାବୁକ କରିଦେବ । ଆମେ ପ୍ରଥମ ଥର ସେତେବେଳେ ଦେଖା ହୋଇଥିଲୁ ଯେତେବଳେ ମୁଁ ସିଂବୟୋସିସରେ ଲ ପଢୁଥିଲି ଏବଂ ସେ ଅକେଡମୀରେ କ୍ୟାଡେଟ ଥିଲେ ।

ମୁଁ ଏବଂ ମୋର ସାଙ୍ଗମାନେ ସବୁ ସପ୍ତାହର ଶେଷ ଦିନରେ ୧୧ ଟଙ୍କାର ଗୋଟିଏ ବସ ଧରି ଏନଡୀଏର ଅକେଡମୀ ପହଞ୍ଚି ଯାଉଥିଲେ । କେବଳ ଏଥିପାଇଁ କି ସେହି କ୍ୟାଣ୍ଟିନର ଖାଦ୍ୟ ବହୁତ ଶସ୍ତା ଥିଲା । ଏହିଭଳି ଭାବରେ ଆମେ ବନ୍ଧୁ ହୋଇଗଲୁ, କିନ୍ତୁ ବହୁତ ଜଲ୍ଦି ସେ ଦେହରାଦୂନରେ IMA ଚାଲିଗଲେ ଏବଂ ପୁଣି ଜଣେ ଅଫିସର ହୋଇଥିବାରୁ ତାଙ୍କୁ ଭାରତର କେତେକ ସ୍ଥାନରେ ବଦଳି କରାଗଲା ।

ଆପଣ ବିଶ୍ଵାସ କରିବେ ନାହିଁ, ଏହି ସବୁ ସମୟରେ ଆମେ କେବଳ ଚିଠି ସାହାର୍ଯ୍ୟରେ ହିଁ ପରସ୍ପର ସହିତ କଥାବାର୍ତ୍ତା କରୁଥିଲୁ । ଏହା ପରେ ୬ ବର୍ଷ ଏମିତି ହିଁ ଚାଲିଲା । ଶେଷରେ ସେ ଦିନେ ମୋତେ ଏସଏମଏସ କରିଲେ, ଲେଖିଲେ କି - 'ମୋ ହୃଦୟରେ କେବଳ ତୁମର ହିଁ ଛବି ଅଛି ଏବଂ ମୁଁ ସବୁବେଳେ ତୁମ ସହିତ ରହିବା ପାଇଁ ଚାହୁଁଛି ।' ଏହି ସନ୍ଦେଶ ପରେ ସବୁ ନିଶ୍ଚିତ ହୋଇଗଲା ।

ବାହାଘର ପରେ ହିଁ ମୁଁ ତାଙ୍କ ସହିତ ଭଟିଂଡା ଚାଲିଗଲି । ଯେଉଁଠି ମୁଁ ଘରୁ ଓକିଲର କାମ କରୁଥିଲି । ଆମେ ସେହି ସମୟରେ ପାଖାପାଖି ୧.୫ ବର୍ଷ ଏକାଠି ରହିଲୁ । କିନ୍ତୁ ମୁଁ ଜାଣିଥିଲି କି ସବୁ ଦୁଇ ବର୍ଷରେ ତାଙ୍କ ସହିତ ମୁଁ ଏହି ଜାଗରୁ ସେହି ଜାଗାକୁ ଯାଇ ପାରିବି ନାହିଁ । କେତେକ ଜାଗାରେ ତାଙ୍କର ପୋସ୍ଟିଂଗ ହୋଇଛି, ଆଉ ମୁଁ କେବଳ ପଢାଇବା କାମ କରି ପାରିବି । କିନ୍ତୁ ମୁଁ ତ ଶିକ୍ଷୟତ୍ରି ନୁହେଁ, ମୁଁ ଜଣେ ଓକିଲ ଅଟେ ।

ଏହା ପରେ ଆମେ ଦୁଇଜଣ ନିଷ୍ପତି ନେଲୁ କି ମୁଁ ମୁମ୍ବାଇ ଚାଲିଯିବି ଏବଂ ମୋ କ୍ୟାରିୟରକୁ ଆଗକୁ ବଢାଇବି, ସେ ନିଜର ପୋସ୍ଟିଂଗ ହିସାବରେ କାମ କରିବେ । ଏହା ବହୁତ କଷ୍ଟ ଥିଲା ।

ଆମେ ବେଳେ ବେଳେ ଚାରି ଚାରି ମାସ ପରେ ଦେଖା କରୁଥିଲୁ । ବର୍ତ୍ତମାନ ଆମର ୩ ବର୍ଷର ଝିଅ ଅଛି । ନେହା ଆଗକୁ କହିଲେ କି ସେ ବର୍ତ୍ତମାନ ବିମାନରେ ଅଛନ୍ତି । ବେଳେ ବେଳେ ମୋତେ ତାଙ୍କର ଅନୁପସ୍ତିତିର ଅନୁଭବ ହୁଏ । କିନ୍ତୁ ମୋ ଝିଅ ମୋ ପାଖରେ ଆସି ମୋର ସାହାସ ବଢାଇ ଥାଏ । ସେ ସବୁଦିନ ଫୋନ କରି ନିଜ ଝିଅକୁ ପଚାରୁଥିଲେ କି ଆଜି ସେ ସ୍କୁଲରେ କଣ ଶିଖିଛି ।

ମୋର ସ୍ଵାମୀ ନିଜ ପିଲାର କେତେକ ସାଥିମାନଙ୍କୁ ଯୁଧ୍ୟରେ କିମ୍ବା କୌଣସି ତକନିକ କାରଣରୁ ତାଙ୍କୁ ହରାଇଛନ୍ତି । ବହୁତ ଦିନ ଏମିତି ବି ହୋଇଥାଏ ଯେତେବେଳେ ଆମ ଭିତରେ କୌଣସି କଥାବାର୍ତ୍ତା ବି ହୁଏ ନାହିଁ । ଏହାସବୁ ଆମ ପାଇଁ ସହିବା ବହୁତ କଷ୍ଟ ହୋଇଥାଏ । କିନ୍ତୁ ତଥାପି ମୋତେ କିଛି ମନେ ପଡୁ ନାହିଁ କି ସେ କୌଣସି ଗୋଟିଏ ଦିନ ବି ସେ କିଛି ଶିକାୟତ କରିଛନ୍ତି ।

ସେ ସବୁ ଦିନ ସକାଳେ ହସି ହସି ଉଠିଥାନ୍ତି କାରଣ ସେ ଜାଣିଛନ୍ତି କି ସେ ଦେଶର ସେବା କରୁଛନ୍ତି । ମୋର ସ୍ଵାମୀଙ୍କ ଭଳି ଦେଶର ସେବା କରୁଥିବା ଦେଶଭକ୍ତ ମାନଙ୍କର ଚେହେରାରେ ବିଭିନ୍ନ ପ୍ରକାରର ସମସ୍ୟା ଥିବା ସତ୍ବେ ବି ସେମାନଙ୍କ ମନରେ ଦେଶର ସେବାର ଭାବନା ହୋଇଥାଏ ।

Kalinga News

Dailyhunt
Disclaimer: This content has not been generated, created or edited by Dailyhunt. Publisher: Kalinga News