Tuesday, 27 Aug, 11.42 am KANAK NEWS

ନ୍ୟୁଜ
ବିପଦ ସଙ୍କେତ ଉପରେ ଜଳକା: ୧୦ରୁ ଅଧିକ ଗାଁ ପ୍ରଭାବିତ ହେବା ଆଶଙ୍କା; ହୀରାକୁଦରୁ ଖୋଲିଲା ଆଉ ୪ଟି ଗେଟ୍

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରମୁଖ ନଦୀଗୁଡକରେ ବଢିବାରେ ଲାଗିଛି ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତ ବ୍ଲକ ଦେଇ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ଥିବା ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଂଚଳରେ କାଲି ପ୍ରବଳ ବର୍ଷା ହୋଇଛି । ଫଳରେ ଜଳକା ନଦୀରେ ବଢିବାରେ ଲାଗିଛି ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୭ଟାରୁ ୬.୪୬ ମିଟର ଜଳ ପ୍ରଭାବିତ ହେଉଛି । ଯଦି ଏହିଭଳି ବର୍ଷା ଲାଗିରୁହେ ତେବେ ବସ୍ତା ବ୍ଲକର ୧୦ଟି ପଂଚାୟତ ଓ ସଦର ବ୍ଲକର ୨ଟି ପଂଚାୟତରେ ବନ୍ୟା ହେବାର ଆଶଙ୍କା ରହିଛି ।

ସେପଟେ, ହୀରାକୁଦ ଜଳଭଣ୍ଡାରରେ ଲଗାତାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଜି ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । କାଲି ୬ଟି ଗେଟ ଖୋଲାଯାଇଥିବା ବେଳେ ଆଜି ସକାଳୁ ଆଉ ୪ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ବର୍ତମାନ ହୀରାକୁଦର ଜଳସ୍ତର ୬୨୩ ଦଶମିକ ୬୫ ରହିଛି । ସେକେଣ୍ଡ ପିଛା ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ୮୮ ହଜାର ୬୭୨ କ୍ୟୁସେକ ଜଳ । ସେହିପରି ସେକେଣ୍ଡ ପିଛା ୧ ଲକ୍ଷ ୧୬ ହଜାର ୮୭୧ କ୍ୟୁସେକ ଜଳ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Kanaknews
Top