Wednesday, 05 Aug, 11.24 am Odisha TV

ହୋମ
ରେଲ୍‌ୱେ ଟ୍ରାକ୍‌ ନିକଟରୁ ମିଳିଲା କଲରାପତରିଆ ବାଘର ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍‌ ଅନ୍ତର୍ଗତ ରମ୍ପିଆ ଗାଁ ନିକଟ ରେଳ ଧାରଣା ପାର୍ଶ୍ୱରୁ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି।

ଗତକାଲି ବାଘଟି ଗାଁରେ ପଶି ଲୋକମାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ। ସମସ୍ତ ଆହତ ହେମଗିରି ମେଡିକାଲ୍‌ରେ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ ଆଜି ସକାଳେ ରମ୍ପିଆ ନିକଟ ରେଳ ଧାରଣା ପାର୍ଶ୍ୱରୁ ବାଘର ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ବନ କର୍ମଚାରୀଙ୍କ ସହ ସୁନ୍ଦରଗଡ଼ ଡିଏଫ୍ଓ ପହଞ୍ଚିଛନ୍ତି।

ବାଘକୁ ଗାଁ ଲୋକେ ମାରିଛନ୍ତି ନା ଅନ୍ୟ କାରଣରୁ ମୃତ୍ୟୁ ହୋଇଛ ତାହା ସ୍ପଷ୍ଟ ହୋଇନି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha TV
Top