Thursday, 21 Jan, 5.00 pm Odisha TV

ହୋମ
ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କଲେ ହାଇକୋର୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଶୁଣାଣି । ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଅଦାଲତ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ରିପୋର୍ଟ ଦେଇନପାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ହାଇକୋର୍ଟ । ପୋଷ୍ଟମର୍ଟମ ରିପୋର୍ଟର ଅବିକଳ ନକଲ ଅଦାଲତ ମାଗିଥିଲେ । ମାମଲାରେ ନିଆଯାଇଥିବା ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡର କପି ମଗାଯାଇଥିଲା । ତେବେ ଆଜି କୋର୍ଟରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇନପାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ଅଦାଲତ। ।

ଆସନ୍ତା ୨୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ୨୫ରେ ପରବର୍ତ୍ତୀ ଶୁଣାଣି ହେବ । ଗତ ବର୍ଷ ଜୁଲାଇରେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍ ନିକଟରୁ ମିଳିଥିଲା । ମାମଲାରେ ପ୍ରଥମେ ଜିଆରପି ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେବେ ମୃତ୍ୟୁ ଅସଲ କାରଣ ସମ୍ପର୍କରେ ଏବେ ଯାଏ ଜଣାପଡ଼ିନି । ସୂଚନାଯୋଗ୍ୟ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପ୍ରାର୍ଥନା କରି ତାଙ୍କ ବାପା, ମାଆ,ପତ୍ନୀ ବିଦ୍ୟାଶ୍ରୀ ଦାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ

ଆହୁରି ପଢ଼ନ୍ତୁ

ବଢ଼ିବ ପାର୍କିଂ ଫି' ! ଜାଣନ୍ତୁ କେତେ ସମୟ ପାର୍କିଂ କଲେ କେତେ.

40 mins ago

'ଯଦି ଧାନ ମଣ୍ଡିରୁ ଉଠୁନାହିଁ, ତା'ହେଲେ ଆମକୁ ଉଠାଇ ଜେଲ୍‌କୁ.

2 hours ago

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha TV
Top