ହୋମ
ୱେଡିଂ ଭେନ୍ୟୁରେ ପହଞ୍ଚିବା ପୂର୍ବରୁ ବରୁଣଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତା ବରୁଣ ଧୱନ। ଗର୍ଲଫ୍ରେଣ୍ଡ୍ ନତାଶା ଦଲାଲ୍ଙ୍କୁ ନିଜ ଜୀବନ ସାଥୀ ଭାବେ ବାଛିଥିବା ବରୁଣ ଗତକାଲି ବିବାହ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ତାଙ୍କର ସମସ୍ତ ଫଟୋ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି। ଅଲିବାଗ୍ରେ ଏହି ଭବ୍ୟ ବିବାହର ଆୟୋଜନ ହୋଇଛି। ବିବାହ ଉତ୍ସବରେ ସାମିଲ ହେବାକୁ ଥିବା ଗେଷ୍ଟଙ୍କ ପାଇଁ ଅଲିବାଗ୍ରେ ଲକ୍ସୁରିଅସ୍ ଭିଲ୍ଲା, ମାନ୍ସନ୍ ହାଉସ୍ ବୁକ୍ କରାଯାଇଛି।
ୱେଡିଂ ସେଲିବ୍ରେସନ୍ରେ ଯୋଗଦେବା ପାଇଁ ଉଭୟ ପରିବାରର ସଦସ୍ୟ ଜାନୁଆରୀ ୨୨ରୁ ଅଲିବାଗ୍ ଅଭିମୁଖେ ବାହାରି ଯାଇଥିବା ବେଳେ ବିବାହ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ଏସବୁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ୱେଡିଂ ଭେନ୍ୟୁକୁ ଯିବା ପୂର୍ବରୁ ବରୁଣଙ୍କ ସାଙ୍ଗମାନେ ଏକ ପାର୍ଟିର ଆୟୋଜନ କରିଥିଲେ। ଶୁକ୍ରବାର ଜୁହୁରୁ ଅଲିବାଗ୍ ଯିବା ବାଟରେ ବରୁଣଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଏକ ଛୋଟ ଦୁର୍ଘଟଣା ଥିଲା। ସୌଭାଗ୍ୟବଶତଃ, ଦୁର୍ଘଟଣାରେ କାର୍ କିମ୍ବା କାର୍ ଭିତରେ ଥିବା ଲୋକଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ। ବରୁଣ ମଧ୍ୟ ପୂରାପୂରି ସୁରକ୍ଷିତ ଅଛନ୍ତି। ଶୁକ୍ରବାର ବରୁଣ ଅନ୍ୟ ଏକ ସ୍ଥାନରେ ରହିବା ପରେ ଗତକାଲି ଅପରାହ୍ଣରେ ୱେଡିଂ ଭେନ୍ୟୁରେ ପହଞ୍ଚିଥିଲେ।
ବିବାହ ଉତ୍ସବରେ ବରୁଣ-ନତାଶାଙ୍କ ଅତି ଘନିଷ୍ଠ ସାଙ୍ଗମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ଅଲିବାଗ୍ ସ୍ଥିତ The Mansion House ରେ ଆଜି ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଥିବାବେଳେ ଜାନୁଆରୀ ୨୬ରେ ରିସେପସନ୍ ପାର୍ଟିର ଆୟୋଜନ କରାଯାଇଛି।
ବରୁଣ ଓ ନତାଶା ଉଭୟ ଛୋଟବେଳର ସାଙ୍ଗ। ଗତବର୍ଷ ସେମାନେ ବିବାହ ପାଇଁ ଯୋଜନା କରିଥିଲେ। ହେଲେ କରୋନା ଓ ଲକ୍ଡାଉନ୍ ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା।
ଆହୁରି ପଢ଼ନ୍ତୁ
କରୀନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି, ଖୋଜା ଚାଲିଛି ନାଁ
2 hours ago
ମିସ୍ ଇଣ୍ଡିଆ ରନର ଅପ୍ ମାନ୍ୟା; ଅଟୋ ପାଖକୁ ଆସି ବାପାଙ୍କ.
4 days ago
View this post on Instagram
View this post on Instagram
View this post on Instagram