Thursday, 25 Apr, 2.16 pm ଖବର ଓଡିଶା

ରାଜନୀତି
୨୦ ବର୍ଷର ଶାସନ ଦେଖିଲେ ବିଜେପିକୁ ମାତ୍ର ଥରେ ସୁଯୋଗ ଦିଅନ୍ତୁ : ରାଜନାଥ ସିଂହ

ବରୀ, ଅପ୍ରେଲ ୨୫ (ଖବର ଓଡିଶା) :

ଯାଜପୁରର ବରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂହ । ସେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ନେତାଙ୍କ ପାଇଁ ଭୋଟ ଅପିଲ କରିବାକୁ ଓଡିଶା ଆସିଛନ୍ତି । ସେ ଏହି ସମାବେଶରେ ଓଡିଆରେ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି । ରାଜନାଥ ନିଜ ଅଭିଭାଷଣ ଆରମ୍ଭରୁ ବିପକ୍ଷକୁ ଆକ୍ରମଣ କରି ଜନତାଙ୍କୁ ପ୍ରଶ୍ନ କରିଛନ୍ତି କି, ୨୦ ବର୍ଷ ଧରି ବିଜେଡି ଶାସନ କରୁଛି । କଣ ଘରେ ଘରେ ବିଜୁଳି, ପିଇବା ପାଣି ପହଂଚିଛି, ସଡକ ନିର୍ମାଣ ହୋଇ ପାରିଛି କି, ଓଡିଶାରେ କାନୁନ ବ୍ୟବସ୍ଥା କିଭଳି ଚାଲିଛି? ମୋଦୀ ସାରା ଭାରତରେ ଆୟୁଷ୍ମାନ ଭାରତ ଯୋଜନାରେ ମୁକ୍ତ ଚିକିତ୍ସା ବ୍ୟବସ୍ଥା ଆଣିଛନ୍ତି । କିନ୍ତୁ ନବୀନ ଏହାକୁ ଲାଗୁ କରୁ ନାହାଁନ୍ତି । ଏଭଳି ବହୁ ଯୋଜନା ରହିଛି ଯାହାକି ବିଜେଡି ସରକାର ଲାଗୁ କରୁ ନାହାଁନ୍ତି । ବିଜେଡିର ୨୦ ବର୍ଷ ଶାସନ ଦେଖିଛନ୍ତିି ବିଜେପିକୁ କେବଳ ୫ ବର୍ଷ ପାଇଁ ସୁଯୋଗ ଦିଅନ୍ତୁ । ଯେଉଁଠାରେ ବିଜେପି ଶାସନ ଚାଲିଛି ସେହି ସ୍ଥାନରେ ବିକାଶ ଦେଖନ୍ତୁ ଆପଣ ଜାଣି ପାରିବେ । କିନ୍ତୁ ଓଡିଶାରେ ଏକ ସ୍ଥାୟୀ ସରକାର ସତ୍ୱେ ମଧ୍ୟ ଏଠାରେ ବିକାଶ ପହଂଚି ପାରୁ ନାହିଁ । ତେଣୁ ବିଜେପିକୁ ପୁଣି ଥରେ ମୌକା ଦେବା ପାଇଁ ରାଜନାଥ ଅପିଲ କରିଛନ୍ତି ।

ରାଜନାଥ କହିଛନ୍ତି କି, ୨୦୧୪ ପୂର୍ବରେ ଦୁନିଆରେ ଥିବା ଦେଶ ତାଲିକାରେ ସବୁଠାରୁ ପଛରେ ଥିଲା କିନ୍ତୁ ମୋଦୀଙ୍କ ସମୟରେ ଭାରତର ନାମ ୬ ଷଷ୍ଠ ସ୍ଥାନରେ ଅଛି । ଦିଲ୍ଲୀରେ କଂଗ୍ରେସ ଥିବା ସମୟରେ କେବଳ ୨୫ ଲକ୍ଷ ଘର ନିର୍ମାଣ ହୋଇଥିଲା । କିନ୍ତୁ ନରେନ୍ଦ୍ର ମୋଦୀଙ୍କ ୪ ବର୍ଷ ମଧ୍ୟରେ ୧ କୋଟି ୩୦ ଲକ୍ଷ ଘର ନିର୍ମାଣ ହୋଇଛି । ୧୯୪୭ରୁ ୨୦୧୪ ପର୍ଯ୍ୟନ୍ତ ବହୁ ରାଜନୈତିକ ଦଳର ଶାସନ ଥିଲା । କିନ୍ତୁ ସେମାନେ କେବଳ ୧୨ କୋଟି ଗ୍ୟାସ କନେକ୍ସନ ଦେଇଥିଲେ । କିନ୍ତୁ ମୋଦୀଙ୍କ ସମୟରେ ୪ ବର୍ଷ ମଧ୍ୟରେ ୧୩ କୋଟି ଗ୍ୟାସ କନେକ୍ସନ ସଂଯୋଗ ହୋଇ ପାରିଛି । ଯେଉଁମାନଙ୍କୁ ଏଯାଏଁ ପକ୍କା ଘର ମିଳି ନାହିଁ ଅର୍ଥାତ ଯାହା ଘରେ ଗ୍ୟାସ ସଂଯୋଗ ହୋଇ ନାହିଁ ୨୦୨୨ ମଧ୍ୟରେ ଭାରତରେ ଏମିତି ଏକ ଘର ନଥିବ ଯାହା ପାଖରେ ପକ୍କା ଘର ନଥିବ କିମ୍ବା ଗ୍ୟାସ ନଥିବ ।

ମୋଦୀ ଆସିବା ପରେ ହାଇୱେ ତିଆରି କରିବା କାମ ଲଗାତର ଚାଲିଛି । ଏକ ଦିନରେ ୩୦ ରୁ ୩୨ କିମି ସଡକ ନିର୍ମାଣ ହେଉଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହୁଛନ୍ତି ଶାସନରେ ଆସିଲେ ଗରୀବ ହଟେଇବେ । ତେବେ ତାଙ୍କୁ ଗରୀବି ହଟେଇବା ପାଇଁ କେତେ ବର୍ଷ ଆବଶ୍ୟକ । ଯଦି ଆସନ୍ତା ୫ ବର୍ଷ ପୁଣି ସୁଯୋଗ ଦେବେ ଭାରତରୁ ସମ୍ପୂର୍ଣ୍ଣ ରୂପରେ ଗରିବୀ ହଟିଯିବ । ଯେଉଁଦିନ ଭାରତ କଂଗ୍ରେସ ମୁକ୍ତ ହୋଇଯିବ ସେଦିନ ଭାରତ ଗରିବୀ ମୁକ୍ତ ହୋଇଯିବ । ପାକିସ୍ତାନରୁ ଆତଙ୍କବାଦୀ ଆସି ୪୦ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । କିନ୍ତୁ ମୋଦୀ ତାଙ୍କ ଘରେ ପଶି ଆକ୍ରମଣ କରିଛନ୍ତି । କିନ୍ତୁ କଂଗ୍ରେସ କହୁଛି ପ୍ରମାଣ ଆବଶ୍ୟକ । ସାହାସୀ କେବେ ଶବ ଗଣନ୍ତି ନାହିଁ କିନ୍ତୁ ଏମାନେ ପ୍ରମାଣ ମାଗୁଛନ୍ତି । ବିଶ୍ୱର କୌଣସୀ ଦେଶ ଏବେ ଭାରତକୁ ଆଡ ଆଖିରେ ଦେଖିବ ନାହିଁ । ଜଳ, ସ୍ଥଳ ଏବଂ ନଭରେ ଭାରତ ଏବେ ଶକ୍ତିଶାଳୀ ହୋଇ ପାରିଛି । ଆମେ କାହା ସହ ଲାଗୁ ନାହିଁ କିନ୍ତୁ ଆମ ସହ ଯିଏ ଲାଗନ୍ତି ଆମେ ତାଙ୍କୁ ଛାଡୁ ନାହିଁ । ଯଦି ଆମ ସରକାର ଆସିବ କିଷାନ କ୍ରେଡିଟ କାର୍ଡରେ ୫ ବର୍ଷ ପର୍ଯ୍ୟନ୍ତ ବିନା ସୁଦ୍ଧରେ ଋଣ ଦିଆଯିବ । ୬୦ ବର୍ଷ ପରେ କୃଷକ ଏବଂ ବ୍ୟାପାରୀଙ୍କୁ ୩ ହଜାର ଟଙ୍କାର ଭତା ମିଳିବ । ଏଭଳି ବହୁ ପ୍ରତିଶୃତି ଦେଇ ବିଜେପି ପାଇଁ ଭୋଟ ଅପିଲ କରିଛନ୍ତି ଗୃହମନ୍ତ୍ରୀ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top