Saturday, 14 Dec, 5.35 pm ଖବର ଓଡିଶା

ରାଷ୍ଟ୍ରୀୟ
୩ ମାସ ବଢିଲା ଫାରୁକ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟସୀମା

ନୂଆଦିଲ୍ଲୀ, ଡିସେମ୍ଵର ୧୪ (ଖବର ଓଡିଶା) :

ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟସୀମା ୩ମାସ ବୃଦ୍ଧି କରାଯାଇଛି। ସେପ୍ଟେମ୍ଵର ୧୭ରୁ ସେ ପିଏସଏରେ ଥିଲେ। ତାଙ୍କ ଘରକୁ ଅସ୍ଥାୟୀ ଜେଲ ଘୋଷଣା କରାଯାଇଥିଲା।

ଫାରୁକ ଅବଦୁଲ୍ଲା ତିନି ଥର ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ସେ ବର୍ତ୍ତମାନ ଶ୍ରୀନଗରର ସାଂସଦ ଅଛନ୍ତି। ପିଏସଏ ଆଦାରରେ ସରକାର କୋଣସି ବ୍ୟକ୍ତିକୁ ବିନା ଟ୍ରାୟାଲରେ ୬ ମାସରୁ ୨ ବର୍ଷ ଯାଏଁ ଗୃହବନ୍ଦୀ କରି ରଖିପାରିବେ। ଏହା ପୂର୍ବରୁ ଜାମ୍ମୁ କାଶ୍ମୀରରେ ବିଜେପିର ସହଯୋଗୀ ପିଡିପିର ଜଣେ ସାଂସଦ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କୁ ମୁକ୍ତ କରିବା ପାଇଁ ଦାବି କରିଥିଲେ।

ପିଡିପିର ରାଜ୍ୟସଭା ସାଂସଦ ମହମ୍ମଦ ଫୈୟାଜ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର ଲୋକମାନେ ପ୍ରତିବନ୍ଧକ କାରଣରୁ ପ୍ରଭାବିତ ହୋଇଛନ୍ତି। ଏମିତିରେ ସରକାରଙ୍କ ଉଚ୍ଚ ଅଧିକାରୀମାନେ ସାଧାରଣ ଲୋକଙ୍କ ନିକଟରେ ପହଁଚି ସେମାନଙ୍କର କଷ୍ଟ ଶୁଣନ୍ତୁ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top