Monday, 23 Sep, 9.05 am ଖବର ଓଡିଶା

ରାଷ୍ଟ୍ରୀୟ
୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ଜାଣନ୍ତୁ କେଉଁଠି ହେଉଛି ଭୋଟିଂ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଉତ୍ତରପ୍ରଦେଶ, ଛତିଶଗଡ଼, କେରଳ ଓ ତ୍ରିପୁରାର ୪ଟି ବିଧାନସଭା ଆସନର ଉପ-ନିର୍ବାଚନ ପାଇଁ ସୋମବାର ମତଦାନ ଆରମ୍ଭ ହୋଇଯାଇଛି । ପୂର୍ବାହ୍ଣ ୮ଟାର ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଭାରତୀୟ ନିର୍ବାଚନ କମିଶନ ଗତ ଅଗଷ୍ଟ ୨୫ରେ ଉତ୍ତରପ୍ରଦେଶର ହମୀରପୁର, ଛତିଶଗଡ଼ର ଦନ୍ତେୱାଡା, କେରଳର ପାଲା ଓ ତ୍ରିପୁରାର ବାଧରଘାଟ ବିଧାନସଭା ଆସନର ଉପ-ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ । ଏହି ସବୁ ନିର୍ବାଚନ ମଣ୍ଡଳୀର ମତଗଣନା ସେପ୍ଟେମ୍ବର ୨୭ରେ ହେବ ।

ବାଧରପୁର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଅତ୍ୟାବଶ୍ୟକ ଥିଲା । ଏଠାରୁ ଭାରତୀୟ ଜନତା ପାର୍ଟି ଟିକେଟରେ ଦିଲୀପ ସରକାର ୨୦୧୮ ନିର୍ବାଚନରେ ବିଜୟୀ ହୋଇଥିଲେ । ତାଙ୍କର ମୃତ୍ୟୁ ପରେ ଆସନଟି ଖାଲି ପଡିଥିଲା । ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସଂପନ୍ନ କରିବା ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ସେହିପରି ଛତିଶଗଡ଼ର ନକ୍ସଲ ପ୍ରବଣ ଜିଲ୍ଲାରେ ଯବାନମାନେ ନକ୍ସଲ ଗତିବିଧି ଉପରେ ନଜର ରଖିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top