Friday, 05 Mar, 8.35 am ଖବର ଓଡିଶା

ରାଷ୍ଟ୍ରୀୟ
୪୭ଟି ରାଷ୍ଟ୍ରକୁ କରୋନା ଟିକା ପଠାଇଛି ଭାରତ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ବିଶ୍ୱର ଜଣାଶୁଣା ନେତା

ନୂଆଦିଲ୍ଲୀ, ମାର୍ଚ୍ଚ ୦୫ (ଖବର ଓଡ଼ିଶା): କରୋନା ମୁକାବିଲା ପାଇଁ ଭାରତ ନିଜ ଦେଶରେ ବ୍ୟାପକ ଭାବେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଛି । ଏଥି ସହିତ ଭାରତ ୪.୬୪ କୋଟିର କୋଭିଡ-୧୯ ଡୋଜ ୪୭ଟି ଦେଶକୁ ରପ୍ତାନୀ କରିଛି । ସୂଚନାଯୋଗ୍ୟ ଭାରତରେ ଗତ ଜାନୁଆରୀ ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହୋଇଥିଲା ଏବଂ ଏହାର ଅଳ୍ପ କିଛି ଦିନ ପରେ ପଡୋଶୀକୁ ପ୍ରାଥମିକତା ମିଶନରେ ବାଂଲାଦେଶ, ନେପାଳ, ଭୂଟାନ, ଶ୍ରୀଲଙ୍କା ଓ ମିଆଁମାରକୁ ଟିକା ପଠାଯାଇଥିଲା । ତେବେ ମାର୍ଚ୍ଚ ୪ ତାରିଖ ସୁଦ୍ଧା ଭାରତରୁ ବିଦେଶକୁ ୪ କୋଟି ୬୪ ଲକ୍ଷ ଡୋଜ କରୋନା ଟିକା ରପ୍ତାନୀ ହୋଇଛି ।

ଭାରତ ୭୧ ଲକ୍ଷ ୨୫ ହଜାର ଡୋଜ କରୋନା ଟିକା ଉପହାର ସ୍ୱରୂପ ରପ୍ତାନୀ କରିଥିବା ବେଳେ ୩ କୋଟି ୯୩ ଲକ୍ଷ ଡୋଜ ବିକ୍ରି କରିଛି । ଭାରତୀୟ ଟିକାକୁ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଗୁଡ଼ିକ କିଣିଛନ୍ତି । ଭାରତରୁ କାନାଡା ୫ ଲକ୍ଷ ଟିକା ଗ୍ରହଣ କରିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତୀୟ କରୋନା ଟିକାକୁ ବିଦେଶରେ ପ୍ରଶଂସା କରାଯାଉଛି । ବିଶ୍ୱର ଜଣାଶୁଣା ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଭାରତୀୟ କରୋନା ଟିକା ବାରବୋଡସ, ଡୋମିନିକା, ସେଣ୍ଟ ଲୁସିଆ, ସେଣ୍ଟ କିଟ୍ଟ ଏବଂ ନେଭିସ, ସେଣ୍ଟ ଭିସେଣ୍ଟ ଏବଂ ଗ୍ରେନାଡିନ୍ସ, ଆଣ୍ଟିଗୁଆ ଓ ବାରବୁଡ଼ାରେ ସୁନାମ ଆଣିଛି । ଏହି ଦେଶରେ ନେତାମାନେ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଏସିଆନା ରାଷ୍ଟ୍ର ସମୂହର ନେତାମାନେ ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top