Tuesday, 20 Aug, 7.35 am ଖବର ଓଡିଶା

ରାଷ୍ଟ୍ରୀୟ
ଆଇଏସଆଇ ଏଜେଣ୍ଟ ସମେତ ଭାରତକୁ ୪ ଆତଙ୍କବାଦୀଙ୍କ ପ୍ରବେଶ, ହାଇଆଲର୍ଟ ଜାରି

ଜୟପୁର, ଅଗଷ୍ଟ ୨୦ (ଖବର ଓଡ଼ିଶା): ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଇଏସଆଇ) ସମେତ ୪ ଜଣ ଆତଙ୍କବାଦୀ ଭାରତକୁ ପ୍ରବେଶ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ରାଜସ୍ଥାନ-ଗୁଜୁରାଟ ସୀମା ସମେତ ସମଗ୍ର ଦେଶରେ ହାଇଆଲର୍ଟ କରି ଦିଆଯାଇଛି । କୁହାଯାଉଛି ଯେ, ଏହି ଆତଙ୍କବାଦୀମାନେ ଆଫଗାନିସ୍ତାନର ପାସପୋର୍ଟ ଜରିଆରେ ଭାରତରେ ପ୍ରବେଶ କରିଛନ୍ତି ।

ରାଜସ୍ଥାନର ସିରୋହୀ ପୋଲିସ ଅଧୀକ୍ଷକ କଲ୍ୟାଣମୟ ମୀନା କହିଛନ୍ତି, ୪ ଜଣିଆ ଏକ ଗୋଷ୍ଠୀ ଆଇଏସଆଇର ଏକ ଏଜେଣ୍ଟ ସହିତ ଦେଶର ସୀମା ଦେଇ ପ୍ରବେଶ କରିସାରିଛନ୍ତି । ଏମାନେ ଯେକୌଣସି ସମୟରେ ଆତଙ୍କବାଦୀ ଘଟଣା ଘଟାଇ ପାରନ୍ତି । ରାଜସ୍ଥାନ ପୋଲିସ ଏନେଇ ଏକ ବିଜ୍ଞପ୍ତି ଜରିଆରେ ଆଲର୍ଟ ରହିବା ପାଇଁ ସତର୍କ ସୂଚନା ଜାରି କରିଛି ।

ଚିଠି ମିଳିବା ପରେ ପୋଲିସ ଓ ସୁରକ୍ଷା ସଂସ୍ଥା ହାଇଆଲର୍ଟରେ ଅଛନ୍ତି । ପୋଲିସକୁ ଜନଗହଳିପୂର୍ଣ୍ଣ ଅଞ୍ଚଳ, ହୋଟେଲ, ଢାବା, ରେଳଷ୍ଟେସନ ଓ ବସ ଷ୍ଟେସନରେ ଚ୍ୟାକିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ସଦିଗ୍ଧ ବାହନ ଉପରେ ମଧ୍ୟ ନଜର ରଖାଯିବାକୁ ପରାମର୍ଶ ଦିଆଯାଇଛି । ପୋଲିସ କର୍ମଚାରୀଙ୍କୁ ଆଲର୍ଟ ରହି ସଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ଅଗଷ୍ଟ ୯ରେ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ପାକିସ୍ତାନୀ ସମର୍ଥିତ ଜେହାଦୀ ଆତଙ୍କବାଦୀ ଗୋଷ୍ଠୀ ଜମ୍ମୁ କଶ୍ମୀରରେ ପ୍ରବେଶ କରିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top