Saturday, 12 Oct, 7.05 am ଖବର ଓଡିଶା

ରାଷ୍ଟ୍ରୀୟ
ଆଜି ଭାରତ ଗ୍ରସ୍ତ ଶେଷ କରି ଜିନପିଙ୍ଗ ଯିବେ ନେପାଳ, ସ୍ୱାଗତ ପାଇଁ ଭବ୍ୟ ଆୟୋଜନ

ନୂଆଦିଲ୍ଲୀ, ଅକ୍ଟୋବର ୧୨ (ଖବର ଓଡ଼ିଶା): ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଚୀନ ରାଷ୍ଟ୍ରପତି ସି ଜନିପିଙ୍ଗ ଶନିବାର ପଡୋଶୀ ନେପାଳ ଯିବେ । ଜିନପିଙ୍ଗ ଆଜି ସନ୍ଧ୍ୟାରେ ନେପାଳର ରାଜଧାନୀ କାଠମାଣ୍ଡୁରେ ପହଞ୍ଚିବେ । ସେଠାରେ ସେ ନେପାଳ ସରକାରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପାକ୍ଷୀକ ଆଲୋଚନା କରିବେ । ଜିନପିଙ୍ଗଙ୍କ ସ୍ୱାଗତ ପାଇଁ ନେପାଳ ପ୍ରସ୍ତୁତ ଅଛି । କାଠମାଣ୍ଡୁ ସହରର ମୁଖ୍ୟ ରାସ୍ତାରେ ଜିନିପିଙ୍ଗଙ୍କ ବଡ଼ ବଡ଼ ହୋର୍ଡିଙ୍ଗ ଲଗାଇଛି ।

ଜିନପିଙ୍ଗ ନିଜର ଭାରତ ଗସ୍ତର ପ୍ରଥମ ଦିନରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆତଙ୍କବାଦୀ ଓ ବ୍ୟବସାୟ ଅସନ୍ତୁଳନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାୀଙ୍କ ବିରୋଧରେ ମିଳିତ ଭାବେ ଅଭିଯାନ ଚଳାଇବାକୁ ପ୍ରସ୍ତାବ ଦେଇଛନ୍ତି । ଜିନପିଙ୍ଗ ଗସ୍ତର ପ୍ରଥମ ଦିନରେ ଶୁକ୍ରବାର ରାତ୍ର ଭୋଜନ ସମୟରେ ମୋଦୀଙ୍କ ସହିତ ଅଢ଼େଇ ଘଣ୍ଟା ଯାଏଁ ଆଲୋଚନା ଜାରି ଥିଲା । ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି, ଜିନପିଙ୍ଗଙ୍କ ଦ୍ୱିତୀୟ ସୌଜନ୍ୟମୂଳକ ଗସ୍ତର ପ୍ରଥମ ଦିବସରେ ଉଭୟ ନେତାଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇଛି । ରାତ୍ର ଭୋଜନ ସମୟରେ ଉଭୟ ନେତା ଅଢ଼େଇ ଘଣ୍ଟା ଯାଏଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟାରେ ତାମିଲନାଡୁର ଐତିହାସିକ ସହର ମହାବଳୀପୁରମରେ ପହଞ୍ଚିଥିଲେ । ସମୁଦ୍ରକୂଳିଆ ସହର ମହାବଳୀପୁରମରେ ଜିନପିଙ୍ଗ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ସଂସ୍କୃତି ଆଧାରରେ ସ୍ୱାଗତ କରିଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top