Saturday, 14 Dec, 7.35 pm ଖବର ଓଡିଶା

ରାଷ୍ଟ୍ରୀୟ
ଆନ୍ଧ୍ର ପ୍ରଦେଶରେ 12 ବର୍ଷ ପୂର୍ବେ ମୃତ ଦୁଷ୍କର୍ମ ପୀଡିତାଙ୍କ ହେବ ଶବ ବ୍ୟବଚ୍ଛେଦ, ଫସିବେ ବଡ ବଡିଆ

ବିଜୟୱାଡା, ଡିସେମ୍ବର ୧୪ (ଖବର ଓଡ଼ିଶା):

ବିଜୟୱାଡାର ଏକ ଛାତ୍ରାବାସରେ ବି-ଫାର୍ମେସୀର ଛାତ୍ରୀ ଆୟଶା ମୀରାଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟାର 12 ବର୍ଷ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଶନିବାର ଦିନ ପୁଣି ଥରେ ଶବର ବ୍ୟବଚ୍ଛେଦ କରୁଛି । ଦିଲ୍ଲୀର ଫୋରେନ୍ସିକ ବିଶେଷଜ୍ଞଙ୍କ ଏକ ଟିମ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାର ତେନାଲୀ ସହର ସ୍ଥିତ ଶ୍ମଶାନରେ ଶବର ପରୀକ୍ଷଣ କରୁଛି ।

ସିବିଆଇ ଆଧିକାରୀଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ଶବକୁ କବରରୁ ବାହାର କରାଯାଇଛି, ଯାହାପରେ ଏହି ଆଲୋଡନ ସୃଷ୍ଟି କରିଥିବା ମାମଲାର ତଦନ୍ତ ପୁଣି ଥରେ ଆରମ୍ଭ ହୋଇଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଅନେକ ମୋଡ ଦେଖିବାକୁ ମିଳିଛି । ହୋଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ବର୍ଷ ତଦନ୍ତ କରୁଥିବା ସଂସ୍ଥାକୁ ଭୟାଭୟ ଅପରାଧର କିଛି ପ୍ରମାଣ ମିଳିବାର ଆଂଶକା ରହିଛି । ଏହି ମାମଲା ତତ୍କାଳୀନ ଅବିଭାଜିତ ଆନ୍ଧ୍ର ପ୍ରଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

ବିଜୟୱାଡାରେ 2007 ମସିହାରେ ଡିସେମ୍ୱର 27 ତାରିଖରେ ଏକ ଘରୋଇ ଛାତ୍ରାବାସର ବାଥରୁମରେ ଜଣେ 19 ବର୍ଷିୟ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ଶବ ମଳିଥିଲା, ଯାହାଙ୍କ ଉପରେ ଚାକୁରେ ଅନେକ ଥର ଆକ୍ରମଣ ହୋଇଥିଲା । ପୀଡିତାଙ୍କ ପରିବାର ଅଭିଯୋଗ ଆଣିଥିଲେ ଯେ ଦୋଷୀଙ୍କୁ ରକ୍ଷା କରିବା ପାଇଁ ପ୍ରମାଣ ନଷ୍ଟ କରାଯାଇଛି । ସେମାନେ ଦାବି କରିଥିଲେ ଯେ ତତ୍କାଳୀନ ମନ୍ତ୍ରୀଙ୍କ ପରିବାରରୁ ଜଣେ ବ୍ୟକ୍ତି ଏବଂ ତାଙ୍କ ସାଙ୍ଗ ଏହି ଅପରାଧରେ ସାମିଲ ଥିଲେ, କିନ୍ତୁ ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରାଯାଇଥିଲା ଏବଂ ଦଣ୍ଡ ଦିଆଯାଇଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top