Saturday, 14 Dec, 3.35 pm ଖବର ଓଡିଶା

ରାଷ୍ଟ୍ରୀୟ
ଆତଙ୍କବାଦ ଏବଂ ପୂର୍ବୋତ୍ତରରେ ହିଂସାକୁ ପ୍ରୋତ୍ସାହନ ଦେଉଛି କଂଗ୍ରେସ- ଅମିତ ଶାହା

ଗିରିଡିହି, ଡିସେମ୍ଵର ୧୪ (ଖବର ଓଡିଶା) :

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦେଶ ବଞ୍ଚାଓ ରାଲି ପରେ ବିଜେପି ଅଧ୍ୟକ୍ଷ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଝାରଖଣ୍ଡର ଗିରିଡିହରେ ଜୋରଦାର ବର୍ଷିଛନ୍ତି। ଶାହା ଦାବି କରିଛନ୍ତି ଯେ, କଂଗ୍ରେସ ପାର୍ଟି ହିନ୍ଦୁ, ମୁସଲମାନ ରାଜନୀତି, ନକ୍ସଲବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ତିନ ତଲାକ କାନୁନ ଆଣିଲେ କଂଗ୍ରେସ ଏହାକୁ ମୁସଲିମ ବିରୋଧୀ କହିଲା, ଏବେ ନାଗରିକତ୍ଵ ସଂଶୋଧନ ବିଲ୍ ଆଣିଲେ ଏହାକୁ ମଧ୍ୟ କଂଗ୍ରେସ ବିରୋଧ କରୁଛି।

ଅମିତ ଶାହା ଏକ ନିର୍ବାଚନୀ ରାଲିରେ ସମ୍ଵୋଧିତ କରି କହିଛନ୍ତି ଯେ, କଂଗ୍ରେସ ଦଳ ବର୍ଷ ବର୍ଷ ଧରି ହିନ୍ଦୁ ମୁସଲମାନ ରାଜନୀତି, ନକ୍ସଲବାଦ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଛି। ନରେନ୍ଦ୍ର ମୋଦୀଙ୍କ ଭଳି ପ୍ରଧାନମନ୍ତ୍ରୀ ଆତଙ୍କବାଦକୁ ଅଟକାଇ ପାରିବେ। ତିନ ତଲାଖ ହଟାଇଲେ କଂଗ୍ରେସ ମୁସଲିମ ବିରୋଦୀ କହୁଛି, ୩୭୦ ଉଚ୍ଛେଦ କଲେ ଏହାକୁ ମଧ୍ୟ ବିରୋଧ କଲା, ନାଗରିକତ୍ଵ ସଂଶୋଧନ ବିଲ ଆଣିଲୁ ଏହାକୁ ମଧ୍ୟ କଂଗ୍ରେସ ମୁସଲିମ ବିରୋଧୀ କହୁଛି। ଏହି ସବୁ ବିଲ୍ ମୁସଲିମ୍ ବିରୋଧୀ ନୁହଁନ୍ତି। ମୁସଲିମ ବିରୋଧୀ କହି ରାଜନୀତି କରିବା କଂଗ୍ରେସର ଅଭ୍ୟାସ ହୋଇ ଗଲାଣି।

ବିରୋଧୀମାନେ ଆସାମ ଏବଂ ନର୍ଥ ଇଷ୍ଟର ସମସ୍ତ ଭାଇ ଭାଉଣୀମାନଙ୍କୁ ମୁଁ କହିବାକୁ ଚାହୁଁଛି କି, ସେମାନଙ୍କର ଭାଷା, ସଂସ୍କୃତି, ସାମାଜିକ ପରିଚୟ, ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରହିବ।

ରାହୁଲଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି ଯେ, ଝାରଖଣ୍ଡବାସୀଙ୍କୁ କାଶ୍ମୀର ସହ କୌଣସି ସମ୍ପର୍କ ନାହିଁ। ଜାରଖଣ୍ଡର ବହୁ ଯୁବକ ସେନାରେ ଭର୍ତ୍ତି ହୋଇ ବରଫ ଆଛାଦିତ ପାହାଡରେ ଲହୁ ବୁହାଇଛନ୍ତି। ୭୦ ବର୍ଷ ଧରି କଂଗ୍ରେସ ଶାସନ କରିଛି। ଚାରି ପୀଢି ଯାଏଁ ସେମାନେ ଶାସନ କରିଛନ୍ତି କିନ୍ତୁ ଗରୀବ ମା ଭଉଣୀମାନଙ୍କ ପାଇଁ ସେମାନେ ଶୌଚାଳୟ ଯୋଗାଇ ପାରିଲେ ନାହିଁ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top