Monday, 23 Sep, 7.35 am ଖବର ଓଡିଶା

ରାଷ୍ଟ୍ରୀୟ
ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବାର ସମୟ ଆସିଛି, ଏକାଠି ହୋଇ ଲଢ଼ିବାକୁ ହେବ: ମୋଦୀ

ହ୍ୟୁଷ୍ଟନ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଆତଙ୍କବାଦୀଙ୍କ ବିରୋଧରେ ଲଢ଼ାଇ କରିବାର ସମୟ ଆସିଛି । ଆମେରିକାର ଟେକ୍ସାସର ହ୍ୟୁଷ୍ଟନସ୍ଥିତ ଏନଆରଜି ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏହା କହିଛନ୍ତି । ହାଓଡି ମୋଦୀ କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଉଭୟ ଜମ୍ମୁ କଶ୍ମୀର ଓ ଲଦାଖ ଅଞ୍ଚଳର ସାମଗ୍ରୀକ ବିକାଶ ହୋଇପାରିବ । ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନେ ପରସ୍ଥିତିକୁ ଭୁଲ ବୁଝିଛନ୍ତି । ଏବେ ସେଠାକାର ଲୋକମାନେ ସମାନ ଅଧିକାର ପାଇପାରିବେ ।

ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ କହିଛନ୍ତି, କିଛି ଲୋକ ସମସ୍ୟା ସୃଷ୍ଟି କରୁଛନ୍ତି । ଧାରା ୩୭୦ ଉଚ୍ଛେଦ କରାଯିବା ପରେ ସେମାନଙ୍କୁ ଅସୁବିଧା ହେଉଛି । ସେମାନେ ରାଜ୍ୟରେ ସୁଶାନସନ ଚାହୁଁ ନାହାନ୍ତି । କାରଣ ସେହି ପ୍ରକାର ଲୋକମାନେ ଆତଙ୍କବାଦୀ ଗତିବିଧି ସହିତ ଜଡ଼ିତ ରହୁଛନ୍ତି । ସେମାନଙ୍କର ଶବ୍ଦରୁ ଭଲ ଭାବରେ ସ୍ପଷ୍ଟ ହେଉଛି । ତେଣୁ ସମୟ ଆସିଯାଇଛି । ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବାକୁ ହେବ । ଯେଉଁମାନେ ଆତଙ୍କବାଦୀଙ୍କୁ ପ୍ରେତ୍ସାହନ ଦେଉଛନ୍ତି, ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀ ଆମେରିକାରେ ଘଟିଥିବା ୯/୧୧ ଓ ଭାରତରେ ଘଟିଥିବା ୨୬/୧୧ ଆତଙ୍କବାଦୀ ଘଟଣାକୁ ମନେ ପକାଇଛନ୍ତି । ଯେଉଁମାନେ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କର ବିରୋଧରେ ଲଢ଼ିବାର ସମୟ ଆସିଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଭାଷଣରେ କହିଛନ୍ତି । ମୋଦୀ କହିଛନ୍ତି, ସାଧାରଣ ଜୀବନଯାପନ ସମସ୍ତଙ୍କୁ ଦରକାର ଅଛି । ସେ କହିଛନ୍ତି, ଯେତେବେଳେ ସାଧାରଣ ଲୋକଙ୍କର ବିକାଶ ହେବ, ଦେଶର ସାମାଜିକ ଓ ଆର୍ଥିକ ଉନ୍ନତି ହୋଇପାରିବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top