Sunday, 10 Jan, 7.35 am ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ: ପାକିସ୍ତାନର ପୂର୍ବତନ କୁଟନୈତିଜ୍ଞ

ନୂଆଦିଲ୍ଲୀ, ଜାନୁଆରୀ ୧୦ (ଖବର ଓଡ଼ିଶା): ପାକିସ୍ତାନ ଯଦିଓ ବାରମ୍ବାର ମନା କରୁଛି ଯେ ବାଲାକୋଟ ଏୟାର ଷ୍ଟ୍ରାଇକରେ ତାର କୌଣସି କ୍ଷତି ହୋଇ ନାହି, କିନ୍ତୁ ଏବେ ଏହାର ପୂର୍ବତନ କୁଟନୈତିଜ୍ଞଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ପାକିସ୍ତାନର ପୂର୍ବତନ କୁଟନୈତିଜ୍ଞ ଆଗା ହିଲାଲୀ ଏକ ଟିଭି ଶୋ'ରେ ସ୍ୱୀକାର କରିଛନ୍ତି ଯେ, ଏହି ଏୟାର ଷ୍ଟ୍ରାଇକରେ ୩୦୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ଆଗା ହିଲାଲୀ କହିଛନ୍ତି ଯେ, ଭାରତ ୨୦୧୯ ଫେବୃଆରୀ ୨୬ ତାରିଖ ଦିନ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଯୁଦ୍ଧ ଭଳି କାମ କରିଥିଲଶ ଏବଂ ଏଥିରେ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ । କିନ୍ତୁ ଆମେ ଏହାର ଜବାବ ଦେବା ବଦଳରେ ଅଧିକାରୀଙ୍କୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ । ଆମର ଏହି ପଦକ୍ଷେପ ସଂପୂର୍ଣ୍ଣ ଭାବେ ବୈଧ ଥିଲା । କାରଣ ଆମର ଟାରଗେଟ ଭାରତର ସେନା ଅଧିକାରୀ ଥିଲେ । ଆମେ ସେହି ସମୟରେ କହିଥିଲୁ ଯେ, ଏହି କାର୍ଯ୍ୟାନୁଷ୍ଠାନରେ କୌଣସି କ୍ଷତି ହୋଇ ନାହିଁ । ଏବେ ଆମେ ତାଙ୍କୁ କହୁଛୁ ସେମାନେ ଯାହା ବି କରିବେ, ଆମେ କେବଳ ଏହାର ଜବାବ ଦେବୁ ।

ହିଲାଲୀ ପାକିସ୍ତାନୀ ଉର୍ଦ୍ଦୁ ଚେନାଲର ଟିଭି ଶୋ'କୁ କହିଛନ୍ତି, ପାକିସ୍ତାନ ମୁସଲିମ ଲିଗ-ନୱାଜର ନେତା ଓ ପୂର୍ବତନ ବାଚସ୍ପତି ଅୟାଜ ସାଦିକ ୨୦୨୦ ଅକ୍ଟୋବରରେ ଦେଶର ନ୍ୟାସନାଲ ଆସେମ୍ବଲିରେ ଟିପ୍ପଣୀ ଦେଇଥିଲେ ଯେ, ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କହିଥିଲେ ଯେ, ଯଦି ପାକିସ୍ତାନ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଧମାନକୁ ନଛାଡିବ, ତା'ହେଲେ ଭାରତ ରାତି ୯ଟାରେ ପାକିସ୍ତାନ ଉପରେ ଆକ୍ରମଣ କରିଦେବ ।

ଏୟାର ଷ୍ଟ୍ରାଇକର ୨ ବର୍ଷ ପରେ ପୂରା ଖୁଲାସା ହୋଇଛି । ୨୦୧୯ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣ ଘଟଣାରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଭାରତ ପକ୍ଷରୁ ବାଲାକୋଟରେ ଏୟାର ଷ୍ଟ୍ରାଇକ କରାଯାଇଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top