Thursday, 16 Jan, 4.35 pm ଖବର ଓଡିଶା

ରାଷ୍ଟ୍ରୀୟ
ଭାଇରାଲ ହେଲା କରିମ ଲାଲାଙ୍କ ସହ ଇନ୍ଦିରା ଗାନ୍ଧୀଙ୍କ ଫଟୋ

ନୂଆଦିଲ୍ଲୀ, ଜାନୁଆରୀ ୧୬ (ଖବର ଓଡ଼ିଶା):

ଅଣ୍ଡରୱାର୍ଲ୍ଡ ଡନ୍ କରୀମ ଲାଲା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ଏବେ ଶିବସେନା ନେତା ସଞ୍ଜୟ ରାଉତ ସଫେଇ ମଧ୍ୟ ଦେଇ ସାରିଲେଣି, ହେଲେ ସେହି ବିବାଦୀୟ ବୟାନ ପରେ ରାଜନୈତିକ ବୟାନବାଜି ଥମିବାର ନାଁ ନେଉନାହିଁ । କଂଗ୍ରେସ ନେତା ମାନେ କରିମ ସହ ଇନ୍ଦିରାଙ୍କ କୌଣସି ବି ସମ୍ପର୍କ ନଥିଲା ବୋଲି ବୟାନ ଦେଉଥିଲେ ମଧ୍ୟ ଆଜି ଏକ ଫଟେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁ ଫଟୋରେ କରିମ ଲାଲା ଓ ଇନ୍ଦିରା ଗାନ୍ଧୀ କଥାବାର୍ତ୍ତା କରୁଛନ୍ତି । ଫଟୋରେ ହୃଦୟନାଥ ଚଟ୍ଟୋପଧାୟ ମଧ୍ୟ କରିମ ଲାଲାଙ୍କ ସହ ଛିଡା ହୋଇଥିବା ନେଇ ଦୃଷ୍ଟି ଗୋଚର ହେଉଛନ୍ତି । ତେବେ ଏହି ଫଟୋ 1973 ମସିହାର ବୋଲି ଜଣାପଡିଛି, 1973 ମସିହାରେ ଭାରତ ସରକାରଙ୍କ ପକ୍ଷରୁ ହୃଦୟନାଥ ଚଟ୍ଟୋପଧାୟଙ୍କୁ ପଦ୍ମଭୂଷଣ ପ୍ରଦାନ ସମୟ ବେଳର ଫଟୋ ବୋଲି ଜଣାପଡିଛି । ତେବେ ଏହି ଫଟୋ ଭାଇରାଲ ପରେ ବିଜେପି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛି ।

ତେବେ ଇନ୍ଦିରାଙ୍କ ବିଷୟରେ ଏଭଳି ବିବାଦୀୟ ବୟାନ ଦେବା ପରେ ଚାରି ଆଡୁ ପ୍ରବଳ ଚାପ ପଡିବା ପରେ ଆଜି ସଞ୍ଜୟ ନିଜ ପ୍ରତିକ୍ରିୟାକୁ ନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପାଇଁ ସର୍ବଦା ମୋ ମନରେ ସମ୍ମାନ ରହିଛି। କରୀମ ଲାଲାଙ୍କ ସହ ବହୁ ନେତାଙ୍କ ସାକ୍ଷାତ ହୁଏ। ଆଫଗାନିସ୍ତାନର ପଠାଣଙ୍କ ନେତା ଭାବରେ କରୀମ ଲାଲାଙ୍କ ସହ ନେତାଙ୍କର ସାକ୍ଷାତକାର ହୁଏ। ଏପରିକି କରୀମ ଲାଲାଙ୍କ କାର୍ଯ୍ୟାଳୟରେ ବହୁ ନେତାଙ୍କ ଫଟୋ ମଧ୍ୟ ରହିଛି। ସମସ୍ୟା ଜାଣିବା ପାଇଁ ସବୁ ନେତା ତାଙ୍କ ସହ ସାକ୍ଷାତ କରୁଥିଲେ।

ସଞ୍ଜୟ ରାଉତ ଏକ ସାକ୍ଷାତକାରରେ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଣ୍ଡରୱାର୍ଲ୍ଡ ଡନ୍ କରୀମ ଲାଲାଙ୍କ ସହ ସାକ୍ଷାତ କରିବାକୁ ଯାଉଥିଲେ। ଶିବସେନା ନେତାଙ୍କ ଏଭଳି ପ୍ରତିକ୍ରିୟା ପରେ ରାଜନୀତି ଜୋର ଧରିଥିଲା। ଏହାପରେ ସଞ୍ଜୟ ନିରୁପମ ତାଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଇନ୍ଦିରା ଗାନ୍ଧୀଙ୍କୁ ନେଇ ଦୁଷ୍ପ୍ରଚାର କଲେ ପରିଣାମ ଭୟାନକ ହେବ। କାଲି ସଞ୍ଜୟ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହାକୁ ଫେରେଇ ନିଅନ୍ତୁ ବୋଲି ।

ତେବେ ଆଜି କରିମ ଲାଲାଙ୍କ ନାତି ଜେହନଜେବ ଖାନ ମଧ୍ୟ ଏହି ଘଟଣାରେ ପତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି କରିମ ଲାଲାଙ୍କୁ ସାକ୍ଷାତ କରିବା ପାଇଁ ଇନ୍ଦିରା ଗାନ୍ଧୀ ଅନେକ ଥର ଆସିଛନ୍ତି । କରିମ ଲାଲାଙ୍କ ସହ ଇନ୍ଦିରା ଗାନ୍ଧୀଙ୍କ ଅନେକ ଫଟୋ ମଧ୍ୟ ତାଙ୍କ ଅଫିସରେ ଲାଗିଛି କେବଳ ଇନ୍ଦିରା ନୂହେଁ ଏନସିପି ନେତା ଶରଦ ପାୱାର ଓ ଶିବସେନା ନେତା ବାଲ ଠାକରେ ମଧ୍ୟ ଅନେକ ଥର କରିମ ଲାଲାଙ୍କୁ ସାକ୍ଷାତ କରିବା ପାଇଁ ଆସିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top