Monday, 23 Sep, 7.05 am ଖବର ଓଡିଶା

ରାଷ୍ଟ୍ରୀୟ
ଭାରତ-ଆମେରିକାର ସଂପର୍କ ବହୁତ ଭଲ, ଆମେ ପ୍ରକୃତ ବନ୍ଧୁ: ପ୍ରଧାନମନ୍ତ୍ରୀ ମୋଦୀ

ହ୍ୟୁଷ୍ଟନ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଓଡ଼ି ମୋଦୀ କାର୍ଯ୍ୟକ୍ରମରେ ରବିବାର କହିଛନ୍ତି, ଆଜି ୨ଟି ବଡ଼ ଗଣତନ୍ତ୍ରର ବନ୍ଧୁତ୍ୱର ଦିନ । ଆଜିର ଇତିହାସକୁ ବିଶ୍ୱ ଦେଖୁଛି । ମୋତେ ୨୦୧୭ରେ ଟ୍ରମ୍ପ ନିଜର ପରିବାରକୁ ଭେଟାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ-ଆମେରିକାର ବନ୍ଧୁତ୍ୱ ବହୁତ ଭଲ, ଆମେ ପ୍ରକୃକ ବନ୍ଧୁ ।

ଭାରତୀୟ ସଂପ୍ରଦାୟକୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ବହୁତ ଘନିଷ୍ଠ ହୋଇସାରିଛି । ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି, ଭାରତ ପାଇଁ ଏଯାଏଁର ସବୁଠାରୁ ଭଲ ବନ୍ଧୁ ହ୍ୱାଇଟହାଉସରେ ଅଛନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଏହା ଜଣା ଅଛି । ଆମ ଦୁଇ ଦେଶର ଗଣତନ୍ତ୍ରରେ ଆଇନ ଅନୁସାରେ ଶାସନ ପରିଚାଳିତ ହେଉଛି । ଉଭୟ ଦେଶର ସମ୍ବିଧାନ 'ୱି ଦ ପିପୁଲ' ଭଳି ମହାନ ୩ ଶବ୍ଦରୁ ଆରମ୍ଭ ହୋଇଥାଏ ।

ଟ୍ରମ୍ପ ଭାରତୀୟ ସଂସ୍କୃତିକୁ ଧନ୍ୟବାଦ ଜଣାଇ କହିଛନ୍ତି, ଆପଣମାନେ ଆମ ସଂସ୍କୃତିକୁ ସମୃଦ୍ଧ କରୁଛନ୍ତି । ଆମର ଆମେରିକା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି । ମୁଁ ବିଶ୍ୱସନୀୟ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । ସେ ଭାରତ ପାଇଁ ବହୁତ ଭଲ କାମ କରିଛନ୍ତି । କିଛି ମାସ ପୂର୍ବରୁ ଭାରତରେ ନିର୍ବାଚନ ହୋଇଛି ଏବଂ ଲୋକେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ପାର୍ଟିକୁ ମତଦାନ କରିଛନ୍ତି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।

ଏହା ପୂର୍ବରୁ ଏନଆରଜି ଷ୍ଟାଡିୟମରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଲୋକେ ମୋଦୀ-ମୋଦୀ ଶ୍ଲୋଗାନ ଦେଇଥିଲେ । ମଂଚରୁ ମୋଦୀ ଲୋକଙ୍କୁ ଅଭିବାଦନ ଜଣାଇଥିଲେ । ଆମେରିକା ପ୍ରତିନିଧି ସଭାର ନେତା ଷ୍ଟେନି ହୋୟର କହିଥିଲେ, ଆମର ଉଭୟ ଦୁଇ ଦେଶର ସମ୍ବିଧାନ ୩ ଶବ୍ଦରୁ ଆରମ୍ଭ ହୋଇଥାଏ । 'ୱି ଦ ପିପୁଲ ।' ସେ କହିଥିଲେ, ଭାରତ ଓ ଆମେରିକା ଅନେକ କ୍ଷେତ୍ରରେ ସମାନ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top