Monday, 30 Mar, 6.35 am ଖବର ଓଡିଶା

ରାଷ୍ଟ୍ରୀୟ
ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦୦୦ ଅତିକ୍ରମ, ମହାରାଷ୍ଟ୍ର-କେରଳରେ ଅଧିକ

ନୂଆଦିଲ୍ଲୀ, ମାର୍ଚ୍ଚ ୩୦ (ଖବର ଓଡ଼ିଶା): ଭାରତରେ କରୋନା ଭାଇରସ ଯୋଗୁଁ ସଂକ୍ରମିତ ସଂଖ୍ୟା ୧୦୦୦ ଅତିକ୍ରମ କରିଛି । କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦୨୪ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯୫ ଜଣ ରୋଗୀଙ୍କ ସଫଳ ଚିକିତ୍ସା ହୋଇଛି । କେରଳ ଓ ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏପର୍ଯ୍ୟନ୍ତ ଦେଶରେ ୩୫ ହଜାର ଲୋକଙ୍କ ନମୁନା ପରୀକ୍ଷା ହୋଇଛି । ଦିଲ୍ଲୀରେ ରବିବାର କରୋନା ଭାଇରସ ସଂକ୍ରମଣ ୨୩ ଜଣଙ୍କ ଠାରେ ଦେଖିବାକୁ ମିଳିଛି । ଏହା ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟା । ଏପର୍ଯ୍ୟନ୍ତ ଏଠାରେ କରୋନା ସଂକ୍ରମଣ ଲୋକଙ୍କ ସଂଖ୍ୟା ୭୨ ପହଞ୍ଚିଛି ।

ପୂରା ମହାରାଷ୍ଟ୍ରରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୦୩ ହୋଇଛି । ରବିବାର ୨୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛି । ଏଥିରେ ୧୦ଟି ମୁମ୍ବାଇ ଓ ୫ଟି ପୁଣେ ସାମିଲ ଅଛି । ମୁମ୍ବାଇରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୫ ହୋଇଥିବା ବେଳେ ପୁଣେରେ ୩୭, ସାଙ୍ଗଲିରେ ୨୫, ଥାଣେରେ ୨୩, ନାଗପୁରରେ ୧୪, ଥାଣେ ମଣ୍ଡଳରେ ୨୩, ୟୱତମାଳରେ ୪, ଅହମଦନଗରରେ ୫, ସତାରାରେ ୨ ଜଣ ଜଣାପଡ଼ିଛନ୍ତି । ସେହିପରି ମହାରାଷ୍ଟ୍ରର ଅନେକ ସ୍ଥାନରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏସବୁ ମଧ୍ୟରେ ବିଭିନ୍ନ ହସ୍ପିଟାଲରୁ ୩୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଉତ୍ତରପ୍ରଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ି ୭୨ରେ ପହଞ୍ଚିଛି । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ସର୍ବାଧିକ ନୋଏଡାରେ ୩୧ ଜଣ । ଗାଜିଆବାଦରେ ୭, ଆଗ୍ରାରେ ୧୦ ଓ ଲଖନଉରେ ୮ ଜଣ । ବାରାଣସୀ ଓ ପିଲିଭିତରେ ୨-୨- ଜଣ, ଅନଞ ୭ଟି ଜିଲ୍ଲାରେ ଜଣେ ଲେଖାଏଁ ରୋଗୀ ଅଛନ୍ତି । ଜମ୍ମୁ କଶ୍ମୀରରେ ୫ଜଣ , କର୍ଣ୍ଣାଟକରେ ୭୬, ବିହାରରେ ୧୧ ଜଣ, ମଧ୍ୟପ୍ରଦେଶରେ ୩୪ ଓ ଉତ୍ତର ପ୍ରଦେଶରେ ୬୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top