ରାଷ୍ଟ୍ରୀୟ
ଭାରତୀୟ କୋଭିଡ ଟିକା ଗ୍ରହଣ କରିବା ପରେ ଭୂଟାନ କହିଲା- ବିଶ୍ୱସ୍ତ ବନ୍ଧୁଙ୍କଠୁ ଉପହାର

ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା): ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ଟିକାକୁ ଗ୍ରହଣ କରିଛି ଭୂଟାନ । ପ୍ରଥମ ବିଦେଶୀ ରାଷ୍ଟ୍ର ଭାବେ ଭାରତୀୟ କରୋନା ଟିକା ବୁଧବାର ଗ୍ରହଣ କରିବା ପରେ ଭୂଟାନ ଉତ୍ସାହିତ ହୋଇଯାଇଛି । ନିଜର ପ୍ରତିକ୍ରିୟାରେ ଭୂଟାନ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ ଟିକା ମିଳିଛି ।
An AN32 glided its way into the Paro valley around 3.25 pm today, ferrying Bhutan's first consignment of COVID-19 vaccine https://t.co/kwsfUUsjov pic.twitter.com/G4GTTugyVn
— PM Bhutan (@PMBhutan) January 20, 2021
ସୂଚନାଯୋଗ୍ୟ, ଭାରତ ବୁଧବାର ଭାରତୀୟ ବାୟୁସେନାର ବିମାନ ଏଏନ୍୩୨ ମାଧ୍ୟମରେ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧ ଲକ୍ଷ ୫୦ ହଜାର ଡୋଜ କରୋନା ଟିକା ଭୂଟାନକୁ ପଠାଇଛି । ଟିକା ଗ୍ରହଣ କରିବା ପରେ ଭୂଟାନ ପ୍ରଧାନମନ୍ତ୍ରୀ ଡ. ଲୋଟୟ ଥେରସିଂ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।
#WATCH | First consignment of 1.5 lakh dosages of Covishield vaccine being dispatched to Bhutan from Chhatrapati Shivaji Maharaj International Airport in Mumbai. pic.twitter.com/mKtARLv27T
— ANI (@ANI) January 20, 2021
ଭୂଟାନ ପ୍ରଧାନମନ୍ତ୍ରୀ ଲୋଟୟ କହିଛନ୍ତି, କରୋନା ଭାଇରସ ମହାମାରୀକୁ ମୁକାବିଲା କରିବା ପାଇଁ ଆଭେ କରୋନା ଟିକା ଗ୍ରହଣ କରିଛୁ । ମାନବିକତା ଗୁଣ ଯୋଗୁଁ ଆମେ ଭାରତର ପ୍ରଧାନମନ୍ତ୍ରୀ ଓ ଭାରତର ଲୋକଙ୍କୁ ଧନ୍ୟବାଦ ଜଣାଉଛୁ । କରୋନା ସଂକଟ ସମୟରେ ଭାରତ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନୀ କରିଛି । ନିଜର ଚାହିଦା ପୂରଣ ହୋଇ ସାରି ନଥିଲେ ଭାରତ ବିଦେଶକୁ ଟିକା ରପ୍ତାନୀ କରିଛି ।