Thursday, 21 Jan, 7.35 am ଖବର ଓଡିଶା

ରାଷ୍ଟ୍ରୀୟ
ଭୂଟାନ-ମାଲଦୀପ ପରେ ଆଜି ଭାରତରୁ ନେପାଳ ଓ ବାଂଲାଦେଶକୁ ଗଲା କରୋନା ଟିକା

ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା): ଭାରତ ବୁଧବାର ଭୂଟାନ ଓ ମାଳଦୀପକୁ କୋଭିଡ-୧୯ ଟିକା ରପ୍ତାନୀ କରିଥିବା ବେଳେ ଆଜି ନେପାଳ ଓ ବାଂଲାଦେଶକୁ ଟିକା ପଠାଉଛି । ଭାରତ ପାଖାପାଖି ୧୦ ଲକ୍ଷ ଡୋଜର କୋଭିଡ ଟିକା କାଠମାଣ୍ଡୁକୁ ପଠାଇଛି । ସେହିପରି ଭାରତ ଠାରୁ ଢାକା ୨୦ ଲକ୍ଷ ଡୋଜ କୋଭିଡ ଟିକା ଗ୍ରହଣ କରିବ ।

ଭାରତର ପଡୋଶୀଙ୍କୁ ପ୍ରାଥମିକତା ଆଧାରରେ ବୁଧବାର ଠାରୁ ବିଦେଶୀ ରାଷ୍ଟ୍ରକୁ କରୋନା ଟିକା ରପ୍ତାନୀ ଆରମ୍ଭ ହୋଇଯାଇଛି । ପୂର୍ବରୁ ଭାରତ ଘୋଷଣା କରିଥିଲା ଯେ, ଭୂଟାନ, ମାଳଦୀପ, ବାଂଲାଦେଶ, ନେପାଳ, ମିଆଁମାର ଓ ଶ୍ରୀଲଙ୍କାକୁ ଟିକା ଦେବ । ସେରମ ଇଷ୍ଟିଚ୍ୟୁଟ ଦ୍ୱାରା ଉତ୍ପାଦିତ କରୋନା ଟିକା ଆଜି ମୁମ୍ବାଇସ୍ଥିତ ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୬ଟାରେ କାଠମାଣ୍ଡୁ ଟିକା ଯାଇଛି । ସେହିପରି ଦିନ ୧୨ଟା ପୂର୍ବରୁ ଭାରତୀୟ କରୋନା ଟିକା ବାଂଲାଦେଶରେ ପହଂଚି ସାରିଥିବ ।

ସୂଚନାଯୋଗ୍ୟ, ଭାରତରେ ଉତ୍ପାଦିତ ହୋଇଥିବା କୋଭିଡ-୧୯ଟିକାକୁ ଗ୍ରହଣ କରିଛି ଭୂଟାନ । ପ୍ରଥମ ବିଦେଶୀ ରାଷ୍ଟ୍ର ଭାବେ ଭାରତୀୟ କରୋନା ଟିକା ବୁଧବାର ଗ୍ରହଣ କରିବା ପରେ ଭୂଟାନ ଉତ୍ସାହିତ ହୋଇଯାଇଛି । ନିଜର ପ୍ରତିକ୍ରିୟାରେ ଭୂଟାନ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ ଟିକା ମିଳିଛି । ଭାରତ ବୁଧବାର ଭାରତୀୟ ବାୟୁସେନାର ବିମାନ ଏଏନ୍‌୩୨ ମାଧ୍ୟମରେ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧ ଲକ୍ଷ ୫୦ ହଜାର ଡୋଜ କରୋନା ଟିକା ଭୂଟାନକୁ ପଠାଇଛି । ଟିକା ଗ୍ରହଣ କରିବା ପରେ ଭୂଟାନ ପ୍ରଧାନମନ୍ତ୍ରୀ ଡ. ଲୋଟୟ ଥେରସିଂ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top