Friday, 16 Aug, 7.05 am ଖବର ଓଡିଶା

ରାଷ୍ଟ୍ରୀୟ
ଛତିଶଗଡ଼: ନକ୍ସଲ ଆକ୍ରମଣରେ ଭାଇ ସହିଦ, ବନ୍ଧୁକକୁ ରାକ୍ଷୀ ବାନ୍ଧିଲେ ଭଉଣୀ

ଦନ୍ତେୱାଡା, ଅଗଷ୍ଟ ୧୬ (ଖବର ଓଡ଼ିଶା): ଦେଶର ଜନତା ଗୁରୁବାରପବିତ୍ର ରକ୍ଷାବନ୍ଧନ ପାଳନ କରିଛନ୍ତି । ଭଉଣୀମାନେ ସେମାନଙ୍କର ଭାଇମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ମାତ୍ର ପାଖରେ ଭାଇ ନଥିବାରୁ ଜଣେ ଭଉଣୀ ଏକଦା ସହିଦ ଭାଇ ଧରିଥିବା ବନ୍ଧୁକକୁ ରାକ୍ଷୀ ବାନ୍ଧିଛନ୍ତି । ଖବର ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ । ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦନ୍ତେୱାଡା ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଭାଇର ସ୍ମୁତିରେ ଭଉଣୀ ବନ୍ଧୁକକୁ ରାକ୍ଷୀ ବାନ୍ଧିଛନ୍ତି ।

କନଷ୍ଟେବଳ କବିତା କୌଶଳ ଗତ ବର୍ଷ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଆସିଷ୍ଟାଣ୍ଟ କନଷ୍ଟେବଳ ରାକେଶ କୌଶଳଙ୍କ ଭଉଣୀ । ବର୍ଷ ୨୦୧୮ ଅକ୍ଟୋବରରେ ହୋଇଥିବା ଆକ୍ରମଣରେ ରାକେଶଙ୍କ ସହିତ ଅନ୍ୟ ୨ ଜଣ ପୋଲିସ କର୍ମଚାରୀ ଓ ଦୁରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କ ଜୀବନ ଦୀପ ଲିଭିଯାଇଥିଲା ।

କବିତାଙ୍କୁ ନିଜର ଭାଇଙ୍କ ସ୍ଥାନରେ ପୋଲିସରେ ଚାକିରୀ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, କବିତାଙ୍କୁ ସେହି ବନ୍ଧୁକ ଦିଆଯାଇଛି, ଯାହାକି ପୂର୍ବରୁ ଭାଇ ରାକେଶଙ୍କୁ ଦିଆଯାଇଥିଲା । କବିତା ଗୁରୁବାର ସାମ୍ନାରେ ଭାଇର ଫଟୋ ରଖି ବନ୍ଧୁକରେ ରାକ୍ଷୀ ବାନ୍ଧିଛନ୍ତି ।

କବିତା କହିଛନ୍ତି, ମୋର ଭାଇଙ୍କ ସ୍ଥାନରେ ମୋତେ ଚାକିରୀ ମିଳିଛି । ମୁଁ ବିଭାଗକୁ ଅନୁରୋଧ କରିଥିଲି ଯେ, ଭାଇ ଧରିଥିବା ବନ୍ଧୁକ ମୋତେ ଦିଆଯାଉ । ମୁଁ ଦନ୍ତେଶ୍ୱରୀ ଯୋଦ୍ଧା ଟିମରେ ଯୋଗଦେବାକୁ ଚାହୁଁଛି ଏବଂ ପ୍ରତିଷୋଧ ନେବାକୁ ଚାହୁଁଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top