Monday, 23 Sep, 10.05 am ଖବର ଓଡିଶା

ରାଷ୍ଟ୍ରୀୟ
ଚିଦାମ୍ବରମଙ୍କୁ ଭେଟିବାକୁ ତିହାଡ ଜେଲରେ ପହଁଚିଲେ ସୋନିଆ ଓ ମନମୋହନ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩(ଖବର ଓଡିଶା):

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ତଦନ୍ତର ସମ୍ମୁଖୀନ ହେବାକୁ ପଡୁଛି । ବର୍ତମାନ ସେ ଗିରଫ ହୋଇ ତିହାଡ ଜେଲରେ ଅଛନ୍ତି । ଏହାମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତାଙ୍କୁ ଭେଟିବା ପାଇଁ ଜେଲରେ ପହଁଚିଛନ୍ତି । ଏହା ପୂର୍ବରୁ ପୁତ୍ର କାର୍ତି ଚିଦମ୍ବରମ ମଧ୍ୟ ଜେଲରେ ପହଁଚିଥିଲେ ।

ନିକଟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ , ଅହମ୍ମଦ ପଟେଲ ନିକଟରେ ଜେଲରେ ଚିଦାମ୍ବରମଙ୍କୁ ଭେଟିଥିଲେ । ଏହି ସାକ୍ଷାତକାରରେ ସେମାନେ ଚିଦାମ୍ବରମଙ୍କ ସହ ସାଂପ୍ରତିକ ରାଜନୈତିକ ଓ ଆର୍ଥିକ ସ୍ଥିତି ବାବଦରେ ଆଲୋଚନା କରିଥିଲେ ।

ଜାମିନ ଆବେଦନ ଉପରେ ଆଜି ଶୁଣାଣି

କୋର୍ଟ ଗତ ଗୁରୁବାର ଦିନ ଶୁଣାଣି ସମୟରେ ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ଅକ୍ଟୋବର ୩ ଯାଏଁ ବୃଦ୍ଧି କରିଥିଲେ । ଆଜି ତାଙ୍କର ଜାମିନ ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top