Wednesday, 22 Jan, 8.05 am ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
ଦାବୋସରେ ଟ୍ରମ୍ପଙ୍କୁ ଭେଟିଲେ ଇମ୍ରାନ, ଆମେରିକା ରାଷ୍ଟ୍ରପତି କହିଲେ- କଶ୍ମୀର ଉପରେ ନଜର ଅଛି

ଦାବୋସ, ଜାନୁଆରୀ ୨୨ (ଖବର ଓଡ଼ିଶା): ସୁଇଜରଲାଣ୍ଡରେ ୱାଲ୍ଡ ଇକୋନୋମିକ ଫୋରମ ସମ୍ମିଳନୀରେ ମଙ୍ଗଳବାର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାର ସମୟରେ ଦ୍ୱିପାକ୍ଷୀକ ବୁଝାମଣା ସମେତ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇଛି । ଆମେରିକୀୟ ରାଷ୍ଟ୍ରପତି କହିଛନ୍ତି, ସେ କଶ୍ମୀର ଉପରେ ନଜର ରଖିଛନ୍ତି ।

ଟ୍ରମ୍ପ ପୁଣି ଥରେ କଶ୍ମୀର ପ୍ରସଙ୍ଗକୁ ନେଇ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ଅଛନ୍ତି, ଯାହାକି ସେ ପୂର୍ବରୁ ମଧ୍ୟ କହି ସାରିଛନ୍ତି । ଗତ ବର୍ଷ ଶେଷ ଥର ପାଇଁ ଇମ୍ରାନ ଓ ଟ୍ରମ୍ପଙ୍କ ଭେଟ ହୋଇଥିଲା । ସେହି ସମୟରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ମନ ବଳାଇଥିଲେ । ମାତ୍ର ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା ।

ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟ ସମୟରେ ଟ୍ରମ୍ପ କହିଛନ୍ତି, ଆମେ ଆହୁରି ଅଧିକ ବ୍ୟବସାୟ କରୁଛେ । ଆହୁରି କିଛି ପ୍ରସଙ୍ଗରେ ଏକାଠି ହୋଇ କାମ କରିବାକୁ ପଡ଼ିବ । ଆମେ କଶ୍ମୀର ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା କରିବା । ଆମେ କଶ୍ମୀରକୁ ଅତି ଗୁରୁତର ସହିତ ଦେଖୁଛୁ । ଯଦି ଆମେ କିଛି ସାହାଯ୍ୟ କରିବା ଭଳି ଲାଗୁଛି, ତା ହେଲେ ଆବଶ୍ୟକ ଅନୁସାରେ ସହଯୋଗ କରିବୁ ।

ଟ୍ରମ୍ପ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟ ମଧ୍ୟସ୍ଥତା ଇଚ୍ଛା ଅଛି । ଦାବୋସରେ ଟ୍ରମ୍ପ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଭାରତ ଓ ପାକିସ୍ତାନକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଆଗାମୀ ଦିନରେ ପାକିସ୍ତାନ ଗସ୍ତରେ ଯାଉଛନ୍ତି କି, ପଚରାଯିବାରୁ ଟ୍ରମ୍ପ କହିଛନ୍ତି, ଏବେ ତ ଆମେ ଏକାଠି ବସିଛୁ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top