Monday, 22 Jul, 8.35 pm ଖବର ଓଡିଶା

ରାଷ୍ଟ୍ରୀୟ
'ଦିଲ୍ଲୀ ହେଉଛି ସେହି ସ୍ଥାନ ଯେଉଁଠାରେ ମୁଁ ଶାନ୍ତିରେ ରହି ପାରିବି'- ତସଲୀମା ନସରୀନ

ନୂଆଦିଲ୍ଲୀ,ଜୁଲାଇ ୨୨ (ଖବର ଓଡ଼ିଶା):

ରେସିଡେଣ୍ଟ ଅବଧି ଏକ ବର୍ଷ ବଢିବା ପରେ ପ୍ରସିଦ୍ଧ ଲେଖିକା ତସଲୀମା ନସରୀନ ସରକାର ଏବଂ ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି । ନସରୀନ ଆଶା ବାନ୍ଧିଛନ୍ତି ଯେ ସରକାର ତାଙ୍କୁ ସ୍ଥାୟୀ ନାଗରିକତା ଦେବେ ନହଲେ ଲମ୍ୱା ସମୟର ପରମିଟ ଦେବେ କାରଣ ସେ 'ଏହି ମାଟିର ଝିଅ' ।

ସମ୍ୱାଦ ସରବରାହ ସଂସ୍ଥା ପିଟିଆକୁ ଦେଇଥିବା ଏକ ସକ୍ଷାତକାରରେ ସେ କହିଛନ୍ତି, ଭାରତ ମୋର ଘର । ଏହା ଆହୁରୀ ଅଧିକ ଭଲ ହୋଇଥାନ୍ତା ଯଦି ପ୍ରତିବର୍ଷ ଏଠାରେ ରହିବା ନେଇ ମୋତେ ଚିନ୍ତା କରିବାକୁ ପଡି ନଥାନ୍ତା । 5 କିମ୍ୱା 10 ବର୍ଷ ପାଇଁ ରେସିଡେଣ୍ଟ ପରମିଟ ଦେବାର ପ୍ରାବଧାନ ରହିଛି । ମୁଁ ପୂର୍ବତନ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ 2014ରେ ଅନୁରୋଧ କରିଥିଲି ଯେ ମୁଁ ମୋର ବାକି ଜୀବନ ଭାରତରେ ବିତାଇବାକୁ ଚାହୁଁଛି ।

ସୂଚନାଯୋଗ୍ୟ ଯେ ରବିବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ନସରୀନଙ୍କ ରେସିଡେଣ୍ଟ ପରିମିଟର ଅବଧିକୁ ଗୋଟିଏ ବର୍ଷ ପାଇଁ ବଢାଇଥିଲେ । ନସରୀନ ହେଉଛନ୍ତି ସ୍ୱୀଡେନର ନାଗରିକ ଏବଂ 2004ରୁ ଲଗାତାର ଭାବେ ଭାରତରେ ତାଙ୍କର ରେସିଡେଣ୍ଟ ପରମିଟର ଅବଧିକୁ ବୃଦ୍ଧି କରାଯାଇଥିଲା । 56 ବର୍ଷିୟ ଲେଖିକାଙ୍କୁ ଗତ ସପ୍ତାହରେ ତିନି ମାସ ପାଇଁ ଏକ ରେସିଡେଣ୍ଟ ପରମିଟ ଦିଆଯାଇଥିଲା, ଯାହାକୁ ଟ୍ୱିଟରେ ସେୟାର କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଏକ ବର୍ଷ ପାଇଁ ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ ।

ନସରୀନ କହିଛନ୍ତି, ମୋତେ ବିଦେଶୀ କୁହାଯାଉଛି କିନ୍ତୁ ମୋତେ ଲାଗୁଛି ମୁଁ ଏହି ମାଟିର ଝିଅ । ମୋତେ ବିଶ୍ୱାସ ଅଛି ଯେ ସରକାର ମୋତେ ଭାରତର ସ୍ଥାୟୀ ନାଗରିକତା ପ୍ରଦାନ କରିବେ ନହେଲେ ଲମ୍ୱା ସମୟର ରେସିଡେଣ୍ଟ ପରମିଟ ପ୍ରଦାନ କରିବା ଉପରେ ବିଚାର କରିବେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top