Sunday, 22 Dec, 8.05 am ଖବର ଓଡିଶା

ରାଷ୍ଟ୍ରୀୟ
ଦିଲ୍ଲୀ: ରାମଲୀଳା ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଧନ୍ୟବାଦ ରାଲି

ନୂଆଦିଲ୍ଲୀ, ଡିସେମ୍ବର ୨୨ (ଖବର ଓଡ଼ିଶା): ଦିଲ୍ଲୀର ରାମଲୀଳା ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବାହ୍ନରେ ଧନ୍ୟବାଦ ରାଲିରେ ଯୋଗଦେବେ । ଏହି ରାଲି ଦିନ ୧୧ଟାରେ ଅନୁଷ୍ଠିତ ହେବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଧନ୍ୟବାଦ ରାଲି ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟିର ଅଭିଯାନର ବିଗୁଲ ବଜାଇପାରନ୍ତି ।

ଦିଲ୍ଲୀରେ ବେଆଇନ କଲୋନୀକୁ ନିୟମିତ କରିବାରେ ପାଖାପାଖି ୪୦ ଲକ୍ଷ ଲୋକଙ୍କୁ ମାଲିକାନା ଅଧିକାର ମିଳିବା ରାସ୍ତା ସ୍ପଷ୍ଟ ହୋଇଯାଇଛି । କୁହାଯାଉଛି ଯେ, ମୋଟ ବିଜେପିର ମୋଟ ୭ ସାଂସଦ, ୨୮୧ ମଣ୍ଡଳ ଅଧ୍ୟକ୍ଷ, ନିଗମ ପାର୍ଷଦ, ପ୍ରକୋଷ୍ଠର ଅଧ୍ୟକ୍ଷ ରାଲିକୁ ପହଞ୍ଚିବେ । ପ୍ରତ୍ୟେକ ମଣ୍ଡଳରୁ ଅତି କମରେ ୫ ଶହ ଲୋକ ରାଲିରେ ସାମିଲ ହେବାର ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ କଂଗ୍ରେସ ଏହି ପଡ଼ିଆରେ ଡିସେମ୍ବର ୧୪ରେ ଭାରତ ବଞ୍ଚାଅ ରାଲିର ଆୟୋଜନ କରିଥିଲା । ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଟାକ୍ଷ କରିଥିଲେ ଯେ, ତାଙ୍କର ନାମ ରାହୁଲ ସଭରକର ନୁହେଁ । ସେ ରାହୁଲ ଗାନ୍ଧୀ ଅଟନ୍ତି । ଏଥି ପାଇଁ ସେ ଭୁଲ ମାଗିବେ ନାହିଁ ବୋଲି ରାହୁଲ କହିଥିଲେ । ମାତ୍ର ରାହୁଲଙ୍କ ଏହି ବୟାନକୁ ନେଇ ମହାରାଷ୍ଟ୍ରରେ ସହଯୋଗୀ ପାର୍ଟି ଶିବସେନା ପ୍ରଶ୍ନ କରିଥିଲା । ରାହୁଲଙ୍କ ସଙ୍କେତ ହୁନ୍ଦୁବାଦୀ ନେତା ସ୍ୱର୍ଗତ ବିନାୟକ ଦାମୋଦର ସଭରକରଙ୍କ ଦ୍ୱାରା ୧୯୧୩ ନଭେମ୍ବର ୧୪ରେ ବ୍ରିଟିଶ ସରକାରଙ୍କୁ ଲେଖାଯାଇଥିବା ପତ୍ରକୁ ସୂଚାଉ ଥିଲା । ସଭରକର ଏହି ପତ୍ରକୁ ଆଣ୍ଡାମାନର ସେଲ୍ୟୁଲାର ଜେଲରେ ବନ୍ଦ ଥିବା ବେଳେ ଲେଖିଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top