Wednesday, 22 Jan, 6.35 pm ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
ଏମିତି ଆକ୍ରମଣ !!! ଯୁବକଙ୍କ ବେକରେ ଗଳିଗଲା ମାଛ, ଜାଣନ୍ତୁ ପୂରା ଘଟଣା

ଜାକାର୍ତ୍ତା, ଜାନୁଆରୀ୨୨(ଖବର ଓଡ଼ିଶା):

ଜଣେ ୧୬ ବର୍ଷର ଯୁବକ ଉପରେ ମାଛ ଏମିତି ହମଲା କରିଛି ଯେ, ବେକରେ ମାଛର ମୁନିଆ ପାଟି ଗଳି ଯାଇଛି। ମାଛର ଆକ୍ରମଣ ଏତେ ବିପଦଜ୍ଜନକ ଥିଲା ଯେ, କେଇ ମିନିଟରେ ଯୁବକଙ୍କ ପ୍ରାଣ ଚାଲି ଯାଇଥାନ୍ତା।

ଏହି ମାମଲା ଇଣ୍ଡୋନେସିଆର। ଉଡ଼ନ୍ତା ମାଛ ନିଡଲଫିସ ମହମ୍ମଦ ଇଦୁଲୁଙ୍କ ଉପରେ ସେହି ସମୟରେ ଆକ୍ରମଣ କରିଛି, ଯେବେ ସେ ନିଜର ଅଭିଭାବକଙ୍କ ସହିତ ସୁଲାବେସିରେ ମାଛ ମାରୁଥିଲା। ହଠାତ ଏକ ମାଛ ଉଡ଼ି ଆସି ଇଦୁଲୁଙ୍କ ବେକରେ ଆକ୍ରମଣ କରିଥିଲା। ଏଥିରେ ମାଛର ଧାରୁଆ ପାଟି ଇଦୁଲୁଙ୍କ ବେକରେ ପଶି ଆରପଟକୁ ବାହାରି ଯାଇଛି। ଡେଲି ମେଲର ରିପୋର୍ଟ ମୁତାବକ, ଏହି ଘଟଣା ଶନିବାର ଘଟିଛି।

ଘଟଣାର ତୁରନ୍ତ ପରେ ଇଦୁଲୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର ଦୁଇ ଦିନ ପରେ ତାଙ୍କ ବେକର ସର୍ଜରୀ କରାଯାଇଛି। ଏହି ଘଟଣାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, କେଉଁଭଳି ମାଛ ଇଦୁଲୁଙ୍କ ବେକ ଏପଟୁ ପଶି ସେପଟୁ ବାହାରି ଯାଇଛି।

ଇଦୁଲୁଙ୍କ ସ୍ଵାସ୍ଥ୍ୟବସ୍ଥାରେ ଏବେ ସୁଧାର ହେବାରେ ଲାଗିଛି। ମାତ୍ର ସଂପ୍ରତି ତାଙ୍କୁ ହସ୍ପିଟାଲରେ ରଖାଯାଇଛି। ଡାକ୍ତରଙ୍କ ଅନୁଯାୟୀ ଶୀଘ୍ର ତାଙ୍କ ବେକରେ ସୃଷ୍ଟି କ୍ଷତ ଶୀଘ୍ର ଭରି ଯିବ। ସୋମବାର ତିନି ଡାକ୍ତରଙ୍କ ଦଳ ୨ ଘଣ୍ଟା ଧରି ଚାଲିଥିବା ଅପରେସନ ସମୟରେ ଇଦୁଲୁଙ୍କ ବେକର ସର୍ଜରୀ କରିଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top