Saturday, 21 Sep, 6.35 am ଖବର ଓଡିଶା

ରାଷ୍ଟ୍ରୀୟ
ଘୋଷଣା: ରାଷ୍ଟ୍ରୀୟ ସୁରକ୍ଷାରେ ଯୋଗଦାନ ପାଇଁ ମିଳିବ ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ସମ୍ମାନ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): କେନ୍ଦ୍ର ଗୃହ ମନ୍ତ୍ରାଳୟ 'ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା'କୁ ପ୍ରୋତ୍ସାହିତ କରିବା ପାଇଁ ପଦ୍ମ ପୁରସ୍କାର ଭଳି 'ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ସମ୍ମାନ' ଆରମ୍ଭ କରିବାକୁ ଘୋଷଣା କରିଛି । ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ସମ୍ମାନ ଦେଶର ଏକତା ଓ ଅଖଣ୍ଡତାରେ ଯୋଗଦାନ ଦେଉଥିବା ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଡିସେମ୍ବରରେ ଗୁଜୁରାଟର କେୱାଡିଆରେ ଆୟୋଜିତ ପୋଲିସ ମହାନିର୍ଦ୍ଦେଶକ ଓ ପୋଲିସ ମହାନୀରିକ୍ଷକଙ୍କ ବାର୍ଷିକ ସମ୍ମିଳନୀରେ ଏହି ସମ୍ମାନ ଘୋଷଣା କରିଥିଲେ । ସରକାର ପଟେଲଙ୍କ ଚର୍ଚ୍ଚିତ ପ୍ରତିମା ଷ୍ଟାଚ୍ୟୁ ଅଫ ୟୁନିଟି ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ଗୃହ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ 'ଭାରତର କୌଣସି ନାଗରିକ ଅଥବା ପ୍ରତିଷ୍ଠାନ ଏହି ସମ୍ମାନ ପାଇଁ ଧର୍ମ, ସଂପ୍ରଦାୟ, ଜାତି, ଲିଙ୍ଗ, ଜନ୍ମସ୍ଥାନ, ରୋଜଗାର ଆଧାରରେ ବିନା କୌଣସି ଭେଦଭାବରେ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

ଅଧିସୂଚନାରେ କୁହାଯାଇଛି ଯେ, ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ରାଜପତ୍ରରେ ପ୍ରକାଶିତ ହେବ ଏବଂ ରାଷ୍ଟ୍ରପତିଙ୍କ ନିର୍ଦ୍ଦେ ଅନୁସାରେ ସମ୍ମାନ ପାଇବାକୁ ଥିବା ସମସ୍ତ ଲୋକଙ୍କୁ ତାଲିକାରେ ରଖାଯିବ । ଏହି ସମ୍ମାନ ପଦ୍ମ ପତ୍ର ଭଳି ଆକୃତି ହେବ । ଏହାର ଲମ୍ବ ୬ ସେଣ୍ଟିମିଟର, ପ୍ରସ୍ଥ ଛଅ ଓ ୨ ସେଣ୍ଟିମିଟର ହେବ । ସେହିଭଳି ୪ ସେଣ୍ଟିମିଟର ମୋଟା ରହିବ ।

ରାଷ୍ଟ୍ରପତିଙ୍କର ଏହି ସମ୍ମାନକୁ ଫେରାଇ ନେବା, ଦେବାପାଇଁ ମନା କରିବା ଓ ବାତିଲ କରିବାର ଅଧିକାର ରହିବ । ଏଭଳି ସ୍ଥିତିରେ ସମ୍ମାନ ପାଇବାକୁ ଥିବା ବ୍ୟକ୍ତି ଅଥବା ପ୍ରତିଷ୍ଠାନଙ୍କ ନାମ ପଂଜୀକରଣରୁ ବାଦ ଦିଆଯିବ । ଏଭଳି ପରିସ୍ଥିତିରେ ବ୍ୟକ୍ତି ଅଥବା ପ୍ରତିଷ୍ଠାନକୁ ପଦକ ଓ ସମ୍ମାନ ଚିହ୍ନ ଫେରାଇବାକୁ ପଡିବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top