Saturday, 14 Dec, 3.35 pm ଖବର ଓଡିଶା

ରାଷ୍ଟ୍ରୀୟ
ହାଇଦ୍ରାବାଦ ଏବଂ ଉନ୍ନାଓ ପରେ ଏବେ ଫତେହପୁରରେ ଜଘନ୍ୟ, ଯୁବତୀ ସହ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଲେ

ଫତେହପୁର, ଡିସେମ୍ବର ୧୪ (ଖବର ଓଡ଼ିଶା):

ହାଇଦ୍ରାବାଦ ଏବଂ ଉନ୍ନାଓରେ ବଳାତ୍କାର ପରେ ପୀଡିତାଙ୍କୁ ଜିଅନ୍ତା ଜାଳିବା ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନି । ଏପଟେ ଉନ୍ନାଓର ପଡୋଶୀ ଜିଲ୍ଲା ଫତେହପୁରରେ ଏପରି ଆଉ ଏକ ଘଟଣା ଘଟିଛି । ଫତେହପୁରର ହୁସେନଗଞ୍ଜ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଘରେ ଏକକୀ ପାଇ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିଲା । ଶନିବାର ସକାଳେ ପରିବାର ଲୋକେ ପୀଡିତାଙ୍କୁ ନେଇ ଥାନା ଯିବା ସମୟରେ ଅଭିଯୁକ୍ତ କିରାସିନି ଢାଳି ପୀଡିତାଙ୍କୁ ଜିଅନ୍ତା ଜାଳିବା ପାଇଁ ଚେଷ୍ଟା କରିଥିଲା । 90 ପ୍ରତିଶତ ଜଳିବା ପରେ ପୀଡିତାଙ୍କୁ ତତ୍‌କ୍ଷଣାତରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ପୀଡିତାଙ୍କୁ କାନପୁର ହେଲଟ ହସ୍ପିଟାଲକୁ ରେଫର କରାଯାଇଥିଲା ।

କାନପୁରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମଧ୍ୟରେ ମିଳିଥିବା ଏହି ସୂଚନାରେ ସହରର ଅଧିକାରୀଙ୍କ ମଧ୍ୟରେ ଧରପଗଡ ଆରମ୍ଭ ହୋଇଛି । ଘଟଣା ପ୍ରତି ତତ୍ପରତା ଦେଖାଇ ପ୍ରଶାସନିକ ଅଧିକାରୀମାନେ ହେଲଟ ହସ୍ପିଟାଲ ଗସ୍ତ କରିଛନ୍ତି । ଏଠାରେ ପୀଡିତା ପହଞ୍ଚିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି ଏବଂ ଡାକ୍ତରଙ୍କ ଟିମକୁ ମଧ୍ୟ ଆଲର୍ଟ କରାଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top