Monday, 23 Sep, 6.35 am ଖବର ଓଡିଶା

ରାଷ୍ଟ୍ରୀୟ
'ହାଓଡ଼ି ମୋଦୀ'ରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ- ଆମେ ନ୍ୟୁ ଇଣ୍ଡିଆ ପାଇଁ ରାତି-ଦିନ କାମ କରୁଛୁ

ହ୍ୟୁଷ୍ଟନ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସସ୍ଥିତ ହ୍ୟୁଷ୍ଟନରେ ରବିବାର 'ହାଓଡି ମୋଦ' କାର୍ଯ୍ୟକ୍ରମରେ ୫୦ ହଜାର ଭାରତ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିଛନ୍ତି । ଏନଆରଜି ଷ୍ଟାଡିୟମରେ ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଚିରାଚିତ ସ୍ୱରରେ ଭାଷଣ ଦେଇଛନ୍ତି । ସେ କହିଛନ୍ତି 'ହାଓଡି ମାଇ ଫ୍ରେଣ୍ଡସ' ଏହା ଯେଉଁ ପରିବେଶ, ଅକଳ୍ପନୀୟ । ଆଜି ଆମେ ଏଠାରେ ନୂଆଁ ହିଷ୍ଟ୍ରି ସହିତ କ୍ୟାମେଷ୍ଟ୍ରୀ ମଧ୍ୟ ଦେଖିବାକୁ ପାଉଛୁ । ଏନଆରଜିର ଏନାର୍ଜି (ଶକ୍ତି) ଭାରତ-ଆମେରିକା ବର୍ଦ୍ଧିତ ସିନର୍ଜୀର ସାକ୍ଷୀ ଅଟେ । ଏହା ମୋଦୀ ଏକାକୀ ନୁହଁନ୍ତି । ହାଓଡ଼ି ମୋଦୀର ଜବାବ ଏହା ଯେ, ଭାରତରେ ସବୁ କିଛି ଠିକ । ମୋଦୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ପାଇଁ ବଡ଼ ସଂଖ୍ୟାରେ ଲୋକେ ପଂଜୀକରଣ କରିଥିଲେ କିନ୍ତୁ ଯେଉଁ ଲୋକମାନେ ଆସିପାରି ନାହାନ୍ତି, ସେମାନଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ପ୍ରର୍ଥନା କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି କାର୍ଯ୍ୟକ୍ରମର ନାମ ହାଓଡ଼ି ମୋଦୀ କିନ୍ତୁ ମୋଦୀ ଏକାକୀ କିଛି ନୁହଁନ୍ତି । ମୁଁ ୧୩୦ କୋଟି ଭାରତୀୟଙ୍କ ଆଦେଶରେ କାମ କରୁଥିବା ସାଧାରଣ ଏକ ମଣିଷ । ଏଥିପାଇଁ ଯେତେବେଳେ ଆପଣମାନେ ପଚାରିଲେ ହାଓଡ଼ି ମୋଦୀ, ତା'ର ଜବାବ ହେଉଛି, ଭାରତରେ ସବୁ ଠିକ ।

ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଭାଷାରେ ଭାଷଣରେ 'ଭାରତରେ ସବୁ ଭଲ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମର ଦେଶରେ ଶତାଧିକ ଭାଷା ଓ ବୋଲି ଅଛି । ମାତ୍ର ସମସ୍ତଙ୍କୁ ନେଇ ଆମେ ଆଗକୁ ଚାଲିଛୁ । ଭାରତୀୟ ସଂପ୍ରଦାୟଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଜି ଭାରତର ନୂଆ ଶ୍ଲୋଗାନ ହେଉଛି, ସଂକଳ୍ପରୁ ନ୍ୟୁ ଇଣ୍ଡିଆ । ଏଥି ପାଇଁ ଭାରତ ଦିନ-ରାତି ଲାଗିଛି । ଧୈର୍ଯ୍ୟ ଆମର ପରିଚୟ କିନ୍ତୁ ଆମେ ଅଧୀର ।

ଏହା ପୂର୍ବରୁ ମୋଦୀ ସ୍ୱାଗତ ଭାଷଣ ଦେଇଥିଲେ । ମୋଦୀ ନିଜର ସ୍ୱାଗତ ଭାଷଣରେ କହିଥିଲେ, ମୋର ସାଥୀରେ ଯିଏ ଅଛନ୍ତି, ତାଙ୍କର ପରିଚୟ ଦେବାର ଆବଶ୍ୟକତା ନାହିଁ । ମାତ୍ର ତାଙ୍କୁ ବିଶ୍ୱରେ ସମସ୍ତେ ଜାଣନ୍ତି । ମୋଦୀ କହିଛନ୍ତି, ଟ୍ରମ୍ପଙ୍କୁ ନେଇ ମୁଁ ଅପମାନ ଅନୁଭବ କରେ । ମୁଁ ତାଙ୍କୁ ଅନେକ ଥର ଭେଟିଛି । ପ୍ରତ୍ୟେକ ଥର ତାଙ୍କର ବ୍ୟବହାର ଅଲଗା । ମୁଁ ତାଙ୍କ ନେତୃତ୍ୱକୁ ପ୍ରଶଂସା କରୁଛି । ଟ୍ରମ୍ପଙ୍କ ଲକ୍ଷ୍ୟ ଆମେରିକାକୁ ମହାନ ଭାବେ ଗଢ଼ି ତୋଳିବା ବୋଲି ମୋଦୀ କହିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top