Tuesday, 21 Jan, 10.35 pm ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
ଇମ୍ରାନଙ୍କ ବାଚଳାମୀ, କହିଲେ- ବଲିଉଡ଼ କାରଣରୁ ପାକିସ୍ତାନରେ ବଢ଼ୁଛି ଯୌନ ଅପରାଧ

ଲାହୋର, ଜାନୁଆରୀ୨୧(ଖବର ଓଡ଼ିଶା):

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ନିଜର ଗୁରୁତ୍ଵହୀନ ବୟାନକୁ ଚର୍ଚ୍ଚାରେ ଅଛନ୍ତି। ଏଥର ଇମ୍ରାନ ପାକିସ୍ତାନୀ ଏବଂ ବିଶ୍ଵ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ତାଙ୍କ ଦେଶରେ ବଢ଼ୁଥିବା ଯୌନ ଅପରାଧ ପାଇଁ ବଲିଉଡ଼ ଓ ଏହାର ଫିଲ୍ମ ଦାୟୀ।

ଇମ୍ରାନ ନିଜ ଦେଶରେ ବଢ଼ୁଥିବା ଯୌନ ଅପରାଧ ପାଇଁ ହଲିଉଡ଼କୁ ମଧ୍ୟ ସମ ପରିମାଣରେ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଦେଶରେ ଇଣ୍ଟରନେଟ୍ ଜରିଆରେ ବଲିଉଡ଼ ଓ ହଲିଉଡ଼ର ଭିଡ଼ିଓ ଆସୁଛି ଏବଂ ଏହାକୁ ଦେଖି ତାଙ୍କ ଦେଶର ଲୋକେ ବିଗୁଡ଼ୁଛନ୍ତି।

ଲୋକ ବିଗୁଡ଼ୁଥିବା ଓ ବଢ଼ୁଥିବା ସେକ୍ସ ଅପରାଧ ପାଇଁ ଇମ୍ରାନ ବଢ଼ୁଥିବା ମୋବାଇଲ ସଂଖ୍ୟାକୁ ମଧ୍ୟ ଦାୟୀ କରିଛନ୍ତି। ଇମ୍ରାନ କହୁଛନ୍ତି, ମୋବାଇଲରେ ପିଲାଙ୍କୁ ଅଶ୍ଳୀଳ ଭିଡ଼ିଓ ମିଳୁଛି। ଏହି କାରଣରୁ ପାକିସ୍ତାନରେ ନାବାଳକ ଯୌନ ଶୋଷଣ ମାମଲା ବଢ଼ିବାରେ ଲାଗିଛି।

ଇମ୍ରାନ କହିଛନ୍ତି ଯେ, ଆମେରିକା ଓ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସୁଥିବା ଅଶ୍ଳୀଳ ଭିଡ଼ିଓ ଆମ ପିଲାଙ୍କ ମାନସିକତା ଉପରେ ଖରାପ ପ୍ରଭାବ ପକାଉଛି। ଏହି କାରଣରୁ ଆମ ଲୋକଙ୍କ ଘର ଭାଙ୍ଗି ଯାଉଛି। ଆମେ ପାଶ୍ଚାତ୍ୟ ସଭ୍ୟତାର ସବୁଠୁ ହାନୀକାରକ ଜିନିଷ ସେବନ କରୁଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top