Saturday, 14 Dec, 8.35 pm ଖବର ଓଡିଶା

ରାଷ୍ଟ୍ରୀୟ
ଜେଏନୟୁ କୁଳପତିଙ୍କ ଉପରେ ବିଶ୍ୱ ବିଦ୍ୟାଳୟ ପରିସରରେ ଛାତ୍ରଙ୍କ ଆକ୍ରମଣ, କାର ଭାଙ୍ଗିଲେ

ନୂଆଦିଲ୍ଲୀ, ଡିସେମ୍ବର ୧୪ (ଖବର ଓଡ଼ିଶା):

ଜେଏନୟୁର କୁଳପତି ଏମ ଜଗଦୀଶ କୁମାର ଉପରେ ଶନିବାର ଦିନ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରମାନେ କଥିତ ରୁପେ ଆକ୍ରମଣ କରିଛନ୍ତି । ବିଶ୍ୱ ବିଦ୍ୟାଳୟର କୁଳପତି ନିଜେ ଏହାର ପୁଷ୍ଟି କରିଛନ୍ତି । ସେ କହିଛନ୍ତି ଯେ 10ରୁ 15 ଜଣ ଛାତ୍ର ତାଙ୍କୁ ଘେରିଥିଲେ କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ରକ୍ଷା କରିଥିଲେ ।

କୁଳପତି ଏମ ଜଗଦୀଶ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି, ଆଜି ମୋ ଉପରେ ଆକ୍ରମଣ ହୋଇଛି । ମୁଁ ସ୍କୁଲ ଅଫ ଆର୍ଟସ ଆଣ୍ଡ ଏସ୍‌ଥେଟିକ୍ସ ଯାଇଥିଲେ, ଯେଉଁଠାରେ 10-15 ଜଣ ଛାତ୍ର ଘେରିଥିଲେ । ସେମାନେ ମୋତେ ତଳକୁ ଟାଣିବାକୁ ଚେଷ୍ଟା କରିଥିଲେ ଏବଂ ଆକ୍ରମଣ କରିବା ମୁଡରେ ରହିଥିଲେ । ଭାଗ୍ୟବଶତଃ, ମୋତେ ସୁରକ୍ଷାକର୍ମୀମାନେ ରକ୍ଷା କରିଥିଲେ । ଏହି ସମୟରେ ଛାତ୍ରମାନେ କାରର କାଚ ମଧ୍ୟ ଭାଙ୍ଗିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ହଷ୍ଟେଲ ଫି' ବୃଦ୍ଧିକୁ ନେଇ ଜେଏନୟୁର ଛାତ୍ରଛାତ୍ରୀ ଏକ ମାସରୁ ଅଧିକ ଦିନ ଧରି ପଦର୍ଶନ କରୁଛନ୍ତି । ସେମାନଙ୍କ ଦାବିକୁ ଦେଖି ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଏକ କମିଟି ଗଠନ କରିଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top