Saturday, 12 Oct, 6.05 am ଖବର ଓଡିଶା

ରାଷ୍ଟ୍ରୀୟ
ଜିନପିଙ୍ଗଙ୍କ ନିକଟରେ ନରେନ୍ଦ୍ର ମୋଦୀ ଉଠାଇଲେ ଆତଙ୍କବାଦୀ ଓ ବ୍ୟବସାୟ ଅସନ୍ତୁଳନ ପ୍ରସଙ୍ଗ

ମହାବଳୀପୁରମ, ଅକ୍ଟୋବର ୧୨ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିକଟରେ ଆତଙ୍କବାଦୀ ଓ ବ୍ୟବସାୟ ଅସନ୍ତୁଳନ ବିରୋଧରେ ମିଳିତ ଭାବେ ଅଭିଯାନ ଚଳାଇବାକୁ ପ୍ରସ୍ତାବ ଦେଇଛନ୍ତି । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଶୁକ୍ରବାର ଅଢ଼େଇ ଘଣ୍ଟା ଯାଏଁ ରାତ୍ର ଭୋଜନ ସମୟରେ ଆଲୋଚନା ଜାରି ରହିଥିଲା । ବିଦେଶ ସଚିବ ବିଜୟ ଗୋଖଲେ କହିଛନ୍ତି, ଜିନପିଙ୍ଗଙ୍କ ଦ୍ୱିତୀୟ ସୌଜନ୍ୟମୂଳକ ଗସ୍ତର ପ୍ରଥମ ଦିବସରେ ଉଭୟ ନେତାଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇଛି । ରାତ୍ର ଭୋଜନ ସମୟରେ ଉଭୟ ନେତା ଅଢ଼େଇ ଘଣ୍ଟା ଯାଏଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଓ ସି ଜିନପିଙ୍ଗ ରାଷ୍ଟ୍ରୀୟ ପ୍ରସଙ୍ଗ ଓ ସରକାରଙ୍କ ପ୍ରାଥମିକତା ଉପରେ ଆଲୋଚନା କରିବା ସହିତ ଆତଙ୍କବାଦ ଉପରେ ମଧ୍ୟ ଗଭୀର ଆଲୋଚନା କରିଥିଲେ । ଗୋଖଲେ କହିଛନ୍ତି, ଉଭୟ ଦେଶର ସମ୍ମୁଖରେ ଉଭା ହୋଇଥିବା ଆତଙ୍କବାଦ ଚ୍ୟାଲେଞ୍ଜ ନେଇ ଆଲୋଚନା ହୋଇଥିଲା । ମୋଦୀ ଏଥିରେ ଭାରତ ତରଫରୁ ପକ୍ଷ ରଖିଛନ୍ତି ।

ବିଦେଶ ସଚିବ ଶ୍ରୀ ଗୋଖଲେ କହିଛନ୍ତି, ଉଭୟ ଦେଶର ନେତା ସ୍ୱୀକାର କରିଛନ୍ତି ଯେ ଭାରତ ଓ ଚୀନ ବିଭିନ୍ନତା ମଧ୍ୟରେ ଏକତାର ଦେଶ । ଉଭୟଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି । ତେଣୁ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼ାଇ କରିବାକୁ ହେବ । ଏହା ଦ୍ୱାରା ସଂସ୍କୃତି ଓ ସବୁ ଧର୍ମର ସଂପତ୍ତିକୁ ସୁରକ୍ଷିତ ରଖାଯାଇପାରିବ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top