Monday, 23 Sep, 11.35 am ଖବର ଓଡିଶା

ରାଷ୍ଟ୍ରୀୟ
କଳିଙ୍ଗ-ଉତ୍କଳ ଏକ୍ସପ୍ରେସରେ ବୋମା ଆତଙ୍କ, ସନ୍ଦିଗ୍ଧ ବ୍ୟାଗ୍ ଠାବ

ହରିଦ୍ୱାର, ସେପ୍ଟେମ୍ବର ୨୩(ଖବର ଓଡିଶା):

ହରିଦ୍ୱାରରୁ ପୁରୀ ଯାଉଥିବା କଳିଙ୍ଗ- ଉତ୍କଳ ଏକ୍ସପ୍ରେସରେ ବମ ଥିବା ନେଇ ସୂଚନା ମିଳିବା ପରେ ଆତଙ୍କ ଖେଳିଯାଇଛି । ଟ୍ରେନକୁ ଟପରୀ ଜଙ୍କସନରେ ରଖାଯାଇଛି । ଜିଆରପି ଓ ପୋଲିସ ଟ୍ରେନର ତଲାସି ନେଇଛନ୍ତି । ଏଥିପାଇଁ ଅନ୍ୟ ଟ୍ରେନର ଚଳାଚଳ ଉପରେ ମଧ୍ୟ ରୋକ ଲାଗିଛି ।

ସୂଚନାନୁସାରେ , ଉତରାଖଣ୍ଡର ହରିଦ୍ୱାରରୁ ଓଡିଶା ଆସୁଥିବା ଉତ୍କଳ ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ନେଇ ସୂଚନା ମିଳିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ବୋମା ଖୋଜିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ବର୍ତମାନ ଟ୍ରେନକୁ ସହାରନପୁରର ଟପରୀ ଜଙ୍କସନରେ ରଖାଯାଇଛି ।

ବୋମା ଥିବା ନେଇ ସୂଚନା ମିଳିବା ପରେ ପୋଲିସ ଓ ଜିଆରପି ଷ୍ଟେସନରେ ଚେକିଂ କରିବାକୁ ପହଁଚିଥିଲେ । ସେମାନେ ଟ୍ରେନରୁ ଏକ ସନ୍ଦିଗ୍ଧ ବ୍ୟାଗ୍ ଠାବ କରିଥିଲେ । ତେବେ ଏନେଇ ସୂଚନା ଦେଇଥିବା ବ୍ୟକ୍ତିଙ୍କ ବାବଦରେ କୌଣସୀ ତଥ୍ୟ ମିଳିନାହିଁ । ରେଳବାଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଁଚିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top