Sunday, 24 Jan, 5.35 am ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
କରୋନା ଭାଇରସ:ବିଶ୍ୱବ୍ୟାପୀ ୯.୯୨ କୋଟି ଲୋକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୨୧.୨୮ ଲକ୍ଷ

ନୂଆଦିଲ୍ଲୀ, ଜାନୁଆରୀ ୨୪ (ଖବର ଓଡ଼ିଶା): ସମଗ୍ର ବିଶ୍ୱରେ କରୋନା ଭାଇରସ ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ୨୮ ହଜାର ୩୭୧ ପହଂଚିଥିବା ବେଳେ ୯ କୋଟି ୯୨ ଲକ୍ଷ ୭୭ ହଜାର ୮୧୦ ଲୋକ ସଂକ୍ରମିତ ହୋଇସାଛନ୍ତି । କରୋନା ଭାଇରସ କବଳରେ ପଡ଼ିଥିବା ୭ କୋଟି ୧୨ ଲକ୍ଷ ୯୪ ହଜାର ୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୫୫ ହଜାର ୩୮୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୧ ହଜାର ୧୮୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ସାଢ଼େ ୫ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୮ ଲକ୍ଷ ୫୫ ହଜାର ୩୮୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୪ ଲକ୍ଷ ୨୭ ହଜାର ୫୬୨ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୫୩ ଲକ୍ଷ ୧୮ ହଜାର ୮୧ ଜଣ ସୁସ୍ଥ ହୋଇଥିବା ବେଳେ ୯୮ ଲକ୍ଷ ୧୦ ହଜାର ୬୪୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୭ ହଜାର ୨୯୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୧କୋଟି ୬ଲକ୍ଷ ୩୯ହଜାର ୬୮୪ସଂକ୍ରମିତ, ୧ଲକ୍ଷ ୫୩ହଜାର ୧୮୪ମୃତ

ବ୍ରାଜିଲ: ୮୮ ଲକ୍ଷ ୧୬ ହଜାର ୨୫୪ ସଂକ୍ରମିତ, ୨ ଲକ୍ଷ ୧୬ ହଜାର ୪୪୫ମୃତ

ଋଷିଆ: ୩୬ ଲକ୍ଷ ୯୮ ହଜାର ୨୭୩ ସଂକ୍ରମିତ, ୬୮ ହଜାର ୯୭୧ ମୃତ

ୟୁକେ: ୩୬ ଲକ୍ଷ ୧୭ ହଜାର ୪୫୯ ସଂକ୍ରମିତ, ୯୭ ହଜାର ୩୨୯ ମୃତ

ଫ୍ରାନ୍ସ: ୩୦ ଲକ୍ଷ ୩୫ ହଜାର ୧୮୧ ସଂକ୍ରମିତ, ୭୨ ହଜାର ୮୭୭ ମୃତ

ସ୍ପେନ: ୨୬ ଲକ୍ଷ ୩ ହଜାର ୪୭୨ ସଂକ୍ରମିତ, ୫୫ ହଜାର ୪୪୧ ମୃତ

ଇଟାଲି: ୨୪ ଲକ୍ଷ ୫୫ ହଜାର ୧୮୫ ସଂକ୍ରମିତ, ୮୫ ହଜାର ୧୬୨ ମୃତ

ତୁର୍କୀ: ୨୪ ଲକ୍ଷ ୨୪ ହଜାର ୩୨୮ ସଂକ୍ରମିତ, ୨୪ ହଜାର ୯୩୩ ମୃତ

ଜର୍ମାନୀ: ୨୧ ଲକ୍ଷ ୩୭ ହଜାର ୬୮୯ ସଂକ୍ରମିତ, ୫୨ ହଜାର ୫୩୬ ମୃତ

କଲମ୍ବିଆ: ୨୦ ଲକ୍ଷ ୨ ହଜାର ୯୬୯ ସଂକ୍ରମିତ, ୫୦ ହଜାର ୯୮୨ ମୃତ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top