Saturday, 25 Sep, 6.05 pm ଖବର ଓଡିଶା

ରାଷ୍ଟ୍ରୀୟ
କରୋନା ଚିକିତ୍ସାରୁ ବାଦ୍ ପଡିଲା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୫ (ଖବର ଓଡ଼ିଶା): କରୋନା ଚିକିତ୍ସାରୁ ବାଦ୍ ପଡିଲା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର) ଏବଂ କୋଭିଡ୍ ୧୯ ନ୍ୟାସନାଲ ଟାସ୍କର ଫୋର୍ସ ମିଳିତ ମନିଟରିଂ ଗ୍ରୁପ୍ ଏକ ସଂଶୋଧିତ କ୍ଲିନିକାଲ୍ ନିର୍ଦ୍ଦେଶାବଳୀ ଜାରି କରାଯାଇଛି, ଯେଉଁଥିରେ କରୋନା ରୋଗୀଙ୍କ ଚିକତ୍ସାରେ ପାଇଁ ଆଇଭରମେକ୍ଟିନ୍ ଏବଂ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧର ବ୍ୟବହାରକୁ ବାଦ୍ ଦେବାକୁ ନିଷ୍ପତି ନିଆଯାଇଛି ।

ଯଦିଓ, ନିର୍ଦ୍ଦିଷ୍ଟ ପରିସ୍ଥିତିରେ ରେମଡେସିଭର୍ ଏବଂ ଟୋକିଲିଜୁମାବର ବ୍ୟବହାର ନୂତନ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି । କରୋନା ରୋଗୀଙ୍କ ଉପରେ ଆଇଭରମେକ୍ଟିନ୍ ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ର ବ୍ୟବହାର ପରେ ରୋଗୀଙ୍କ ଉପରେ କଣ ପ୍ରଭାବ ରହୁଛି ତା ଉପରେ କୌଣସି ତଥ୍ୟ ଦିଆଯାଇନପାରିବରୁ ଆଇସିଏମଆର ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

କରୋନା ମହାମରୀ ଆରମ୍ଭରୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଭଳି ଔଷଧ ଲାଇଫ୍ ସେଭିଅର ପୋଲି କୁହାଯାଉଥିବା ବେଳେ ଏବେ ଏହି ଔଷଧକୁ କେରାନା ଚିକିତ୍ସାରୁ ବାଦ୍ କରାଯାଇଛି । ଚିକିତ୍ସା ସମୟରେ ଅନ୍ୟ ଔଷଧ ସହିତ ଏହି ଔଷଧର ବ୍ୟବହାର କାରଣରୁ ଅନେକ ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top